ଲକ୍ଷ୍ନୌ: ଦଳିତଙ୍କ ଅଧିକାରକୁ ନେଇ ରାଜନୀତି କରୁଥିବା ବିଏସ୍ପି ମୁଖ୍ୟ ମାୟାବତୀ ଆଜି ତାଙ୍କ ଭାଇ ଏବଂ ପୁତୁରାଙ୍କୁ ଦଳରେ ବଡ଼ ଦାୟିତ୍ୱ ସମର୍ପିଛନ୍ତି। ସେ ତାଙ୍କ ଭାଇ ଆନନ୍ଦ କୁମାରଙ୍କୁ ଦଳର ରାଷ୍ଟ୍ରୀୟ ଉପସଭାପତି ଦାୟିତ୍ୱ ଦେଇଛନ୍ତି। ଅନ୍ୟପକ୍ଷରେ ପୁତୁରା ଆକାଶ ଆନନ୍ଦଙ୍କୁ ଜାତୀୟ ସଂଯୋଜକ ପଦ ଦେଇଛନ୍ତି।
ତା' ଛଡ଼ା ସେ ଅନ୍ୟ କିଛି ଦଳୀୟ ପଦବୀରେ ପରିବର୍ତ୍ତନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅମ୍ରୋହା ସାଂସଦ ଦାନିଶ ଅଲ୍ଲୀଙ୍କୁ ଲୋକସଭାରେ ଦଳର ନେତା ଏବଂ ନାଗିନା ଏମ୍ପି ଗିରିଶ ଚନ୍ଦ୍ରଙ୍କୁ ଦଳର ମୁଖ୍ୟ ସଚେତକ ନିଯୁକ୍ତି ଦିଆଯାଇଛି।
ଆଜି ଦଳର ବହୁ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏକ ବୈଠକରେ ସେ ଏହି ଘୋଷଣା କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର ହେଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ
ଗତ ୧୯ରେ ସଂସଦ ଏଣ୍ଟ୍ରି ଗେଟରେ ‘ଆମ୍ବେଦକର’ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ଏହି ସମୟରେ ଠେଲା ପେଲା ହୋଇଥିଲା। ଏଥିରେ ଦୁଇ ଜଣ ବିଜେପି ସାଂସଦ ଆହତ ହୋଇଥିଲେ।
National
ଛତିଶଗଡ଼ ମହିଳା ଯୋଜନାର ହିତାଧିକାରୀ ସନ୍ନି ଲିଓନି, ମାସିକ ଭତ୍ତା ହଜାରେ
ଛତିଶଗଡ଼ ସରକାର ବିବାହିତ ମହିଳାଙ୍କୁ ମହତାରି ବନ୍ଦନ ଯୋଜନାରେ ପ୍ରତି ମାସରେ ୧୦୦୦ ଟଙ୍କା ଦିଅନ୍ତି। ଏହାର ହିତାଧିକାରୀ ତାଳିକାରେ ରହିଛି ଅଭିନେତ୍ରୀ ସନ୍ନି ଲିଓନିଙ୍କ ନାଁ।
National
୧୩ କୋଟିର ଘଣ୍ଟା ଆଣିଲେ ଦମ୍ପତି, ବାନ୍ଧିଲା ପୁଲିସ
ଦୁବାଇରୁ ପ୍ରାୟ ୧୩ କୋଟି ଟଙ୍କା ମୂଲ୍ୟର ଦୁଇଟି ଦାମୀ ଘଣ୍ଟା ଚୋରା ଚାଲାଣ କରିବା ଅଭିଯୋଗରେ ରାଜସ୍ଥାନର ଜଣେ ସ୍ୱାମୀ-ସ୍ତ୍ରୀଙ୍କୁ ଶୁକ୍ରବାର ଅହମ୍ମଦାବାଦ ବିମାନବନ୍ଦରରୁ ପୁଲିସ ଗିରଫ କରିଛି।
National
ଉଇ ଖାଇଗଲା ଲକର୍ର ୧୮ ଲକ୍ଷ
୧୮ ଲକ୍ଷ ଟଙ୍କାର ନୋଟ୍ ଖାଇ ସଫାଚଟ୍ କରିଦେଇଛି ଉଇ। ବ୍ୟାଙ୍କ ପକ୍ଷରୁ ଟଙ୍କାଟେ ବି କ୍ଷତିପୂରଣ ପାଇଲେନି ବିଚାରୀ ମହିଳା।
National
ଏନ୍କାଉଣ୍ଟର, ଟଳିଲେ ୩ ଖଲିସ୍ତାନୀ ଆତଙ୍କୀ
ଘଟଣାସ୍ଥଳରୁ ଦୁଇଟି AK-47 ବନ୍ଧୁକ ସହ ଅନ୍ୟ ମାରଣାସ୍ତ୍ର ଜବତ କରିଛି ପୁଲିସ।