ଝାବୁଆ: ମଧ୍ୟପ୍ରଦେଶର ଝାବୁଆ ଜିଲ୍ଲା ପେତଲାୱାଡରେ ଘଟିଥିବା ବିସ୍ଫୋରଣ ଘଟଣାରେ ମୃତ୍ୟୁସଂଖ୍ୟା ୧୦୦ ଟପିଛି। ଏଥିରେ ୧୫୦ରୁ ଅଧିକ ଆହତ ହୋଇଛନ୍ତି। ଶନିବାର ସକାଳେ ପେତଲାୱାଡରେ ଥିବା ଏକ ରେଷ୍ଟୁରାଣ୍ଟରେ ବିସ୍ଫୋରଣ ଘଟିଥିଲା। ଗ୍ୟାସ ସିଲିଣ୍ଡରରୁ ହୋଇଥିବା ଏହି ବିସ୍ଫୋରଣ ପରେ ଭୟଙ୍କର ରୂପ ଧାରଣ କରିଥିଲା। ନିକଟରେ ଥିବା ଏକ ଘରେ ବହୁ ପରିମାଣର ବିସ୍ଫୋରକ ପଦାର୍ଥ ଥିବାରୁ ବିସ୍ପୋରଣର ମାତ୍ରା ବଢ଼ିଯାଇଥିଲା। ବିସ୍ଫୋରଣ ଯୋଗୁଁ ଆଖପାଖରେ ଥିବା କିଛି କୋଠା ଭୁଶୁଡି ପଡିବାରୁ ବହୁ ଲୋକ ମୃତାହତ ହୋଇଥିଲେ। ବିସ୍ଫୋରଣର ମାତ୍ରା ଏତେ ଭୟାବହ ଥିଲା ଯେ, ମୃତ ଦେହଗୁଡିକ ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା। ସେହିପରି ନିକଟରେ ଥିବା ଅନେକ ଗାଡି ସମ୍ପୂର୍ଣ୍ଣ ପୋଡି ଯାଇଥିଲା। ବିସ୍ଫୋରଣରେ ଆହତମାନଙ୍କୁ ବିଭିନ୍ନ ହସପିଟାଲରେ ଭର୍ତ୍ତି କରାଯାଇଛି। ସେପଟେ ମଧ୍ୟପ୍ରଦେଶ ସରକାର ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଏବଂ ଆହତ ମାନଙ୍କୁ ୫୦ହଜାର କ୍ଷତିପୂରଣ ଘୋଷଣା କରିଛନ୍ତି ରାଜ୍ୟ ସରକାର।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।