ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା: ସିସିଟିଭି ଓ ମେକାନିକ୍‌ ହିଁ ପୁଲିସକୁ ଦେଲେ ତଥ୍ୟ

ହାଇଦ୍ରାବାଦ: ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଏବେ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଜଣେ ୨୭ ବର୍ଷୀୟ ମହିଳା ଡାକ୍ତରଙ୍କୁ କିଛି ଦୁର୍ବୃତ୍ତ ପ୍ରଥମେ ଗଣଦୁଷ୍କର୍ମ କରିବା ପରେ ଜୀଅନ୍ତା ପୋଡ଼ି ହତ୍ୟା କରିଛନ୍ତି। ହାଇଦ୍ରାବାଦର ଶାମଶାବାଦରେ ଘଟିଥିବା ଏହି ଘଟଣାର ୪୮ ଘଣ୍ଟା ମଧ୍ୟରେ ପୁଲିସ୍‌ ୪ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ତେବେ ପୁଲିସ୍‌ କେମିତି ଏହି ପୂରା ଘଟଣାର ପର୍ଦ୍ଦାଫାସ କଲା, ଆସନ୍ତୁ ଜାଣିବା। ପୁଲିସ୍‌ ଜଣେ […]

d

Hemant Lenka
  • Published: Sunday, 01 December 2019
  • , Updated: 01 December 2019, 03:52 PM IST

ହାଇଦ୍ରାବାଦ: ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଏବେ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଜଣେ ୨୭ ବର୍ଷୀୟ ମହିଳା ଡାକ୍ତରଙ୍କୁ କିଛି ଦୁର୍ବୃତ୍ତ ପ୍ରଥମେ ଗଣଦୁଷ୍କର୍ମ କରିବା ପରେ ଜୀଅନ୍ତା ପୋଡ଼ି ହତ୍ୟା କରିଛନ୍ତି। ହାଇଦ୍ରାବାଦର ଶାମଶାବାଦରେ ଘଟିଥିବା ଏହି ଘଟଣାର ୪୮ ଘଣ୍ଟା ମଧ୍ୟରେ ପୁଲିସ୍‌ ୪ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ତେବେ ପୁଲିସ୍‌ କେମିତି ଏହି ପୂରା ଘଟଣାର ପର୍ଦ୍ଦାଫାସ କଲା, ଆସନ୍ତୁ ଜାଣିବା।

ପୁଲିସ୍‌ ଜଣେ ଟାୟାର ମେକାନିକ, ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ, ପେଟ୍ରୋଲ ଟାଙ୍କିରୁ ପାଇଥିବା ତଥ୍ୟ ଏବଂ ଟେକ୍ନିକାଲ ପ୍ରମାଣ ଜରିଆରେ ପୂରା ଘଟଣାର ପର୍ଦ୍ଦାଫାସ କରିଛି।

ପୁଲିସ୍‌ର ସୂଚନା ଅନୁଯାୟୀ, ଟୋଣ୍ଡୁପାଲ୍ଲୀ ଟୋଲପ୍ଲାଜା ନିକଟରେ ଅଭିଯୁକ୍ତମାନେ ଯୁବତୀଙ୍କୁ ଜୋରଜବରଦସ୍ତି ମଦ ପିଆଇ ଦେଇଥିଲେ। ଏହାପରେ ସେମାନେ ତାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରିଥିଲେ। ତେବେ ଯୁବତୀଙ୍କ ସ୍କୁଟି ହିଁ ପୂରା ଘଟଣାର ରହସ୍ୟ ଉପରୁ ପର୍ଦ୍ଦା ହଟାଇଥିଲା। ପୁଲିସ୍‌ ପ୍ରଥମେ ଜଣେ ଟାୟାର ମେକାନିକଙ୍କ ଠାରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଥିଲା।

କାରଣ ଘଟଣା ପୂର୍ବରୁ ଯୁବତୀ ଜଣଙ୍କ ନିଜ ଟାୟାର ଖରାପ ହୋଇଯାଇଥିବା ସମ୍ପର୍କରେ ତାଙ୍କ ଭଉଣୀଙ୍କୁ ଜଣାଇଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ତାଙ୍କୁ ନିଜ ଆଡ଼ୁ ସହଯୋଗ କରିବାକୁ ପ୍ରସ୍ତାବ ମଧ୍ୟ ଦେଉଥିବା ସେ ଜଣାଇଥିଲେ। ତେଣୁ ଆଖପାଖରେ ଥିବା ସମସ୍ତ ଗ୍ୟାରେଜରେ ପୁଲିସ୍‌ ଖୋଳତାଡ଼ ଆରମ୍ଭ କରିଥିଲା। ମେକାନିକ ଜଣଙ୍କ ହିଁ ଅଭିଯୁକ୍ତ ବାବଦରେ ସୂଚନା ଦେଇଥିଲେ।

ଦୁଇ ଜଣ ବ୍ୟକ୍ତି ନାଲି ରଙ୍ଗର ସ୍କୁଟିର ଟାୟାରରେ ପମ୍ପ ଭରିବାକୁ ଆସିଥିବା ସେ ପୁଲିସ୍‌କୁ କହିଥିଲେ। ସେ ଆହୁରି କହିଥିଲେ, “ଅଭିଯୁକ୍ତ ଦ୍ୱୟ ରଙ୍ଗ ୱେରେ ହିଁ ଗ୍ୟାରେଜକୁ ଆସିଥିଲେ।” ଏହି ସୂଚନା ପରେ ସେହି ସ୍ଥାନରେ ଥିବା ଏକ ଫ୍ୟାକ୍ଟ୍ରିର ସିସିଟିଭି ଯାଞ୍ଚ କରାଯାଇଥିଲା। ଏହି ସମୟରେ ସ୍କୁଟିରେ ଥିବା ଦୁଇ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିଲା।

ସିସିଟିଭି ଅନୁଯାୟୀ ଗୋଟିଏ ଟ୍ରକ ଦୀର୍ଘ ସମୟ ଧରି ସେଠାରେ ଛିଡ଼ା ହୋଇଥିଲା। ତେବେ ଅନ୍ଧାର ହୋଇଥିବାରୁ ଟ୍ରକ୍‌ର ନମ୍ବର ପୁଲିସ୍‌ ଜାଣି ପାରି ନଥିଲା। ପୁଲିସ୍‌ ପୂର୍ବ ଫୁଟେଜକୁ ଦେଖିବା ସମୟରେ ଟ୍ରକ୍‌ଟି ୬/୭ ଘଣ୍ଟା ପୂର୍ବରୁ ହିଁ ସେଠାରେ ରହିଥିବା ଜାଣିବାକୁ ପାଇଥିଲା। ଟ୍ରକ୍‌ର ନମ୍ବର ଜଣାପଡ଼ିବା ପରେ ପୁଲିସ୍‌ ଏହାର ମାଲିକ ଶ୍ରୀନିବାସ ରେଡ୍ଡୀଙ୍କୁ ଯୋଗାଯୋଗ କରିଥିଲା।

ସେ ସ୍କୁଟିରେ ଥିବା ଦୁଇ ଅଭିଯୁକ୍ତଙ୍କୁ ଚିହ୍ନି ପାରି ନଥିଲେ। ହେଲେ ସେଦିନ ତାଙ୍କ ଡ୍ରାଇଭର ମହମ୍ମଦ ଆରୀଫ ହିଁ ଟ୍ରକ୍‌ ସେଠାରେ ରଖିଥିବା କହିଥିଲେ। ପୁଲିସ୍ ମହମ୍ମଦ ଆରୀଫକୁ ଗିରଫ କରିଥିଲା। ପୁଲିସର ଆଉ ଗୋଟିଏ ଟିମ୍ ବିଭିନ୍ନ ପେଟ୍ରୋଲ ପମ୍ପରେ ଲାଗିଥିବା ସିସିଟିଭ ଯାଞ୍ଚ କରିଥିଲା। ଏହି ସମୟରେ ସ୍କୁଟିରେ ଥିବା ଦୁଇ ଅଭିଯୁକ୍ତ କୋଠୁରରେ ଥିବା ପେଟ୍ରୋଲ ପମ୍ପରୁ ବୋତଲରେ ତେଲ କିଣୁଥିବା ଦେଖିବାକୁ ପାଇଥିଲେ।

ବୁଧବାର ସନ୍ଧ୍ୟା ୫ଟାରେ ଅଭିଯୁକ୍ତମାନେ ଏକାଠି ମଦ ପିଇବା ଆରମ୍ଭ କରିଥିଲେ। ରାତି ପ୍ରାୟ ୯ଟା ବେଳକୁ ସେମାନେ ୯୫୦ ଏମଏଲରୁ ଅଧିକ ମଦ ପିଇ ସାରିଥିଲେ। ଏହାପରେ ସେମାନେ ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ଘଟାଇଥିଲେ।

ଟ୍ରକ ମାଲିକଙ୍କ ଠାରୁ ଡ୍ରାଇଭର ଆରୀଫର ମୋବାଇଲ ନମ୍ବର ନେଇ ପୁଲିସ୍‌ ପ୍ରଥମେ ତାକୁ ଗିରଫ କରିଥିଲା। ଏହାପରେ ତା’ ସୂଚନା ଆଧାରରେ ଅନ୍ୟମାନଙ୍କୁ ଗିରଫ କରିଥିଲା।

Related story