ଅମ୍ଳଜାନ ସିଲିଣ୍ଡରର ଦର ହ୍ରାସ କଲେ ସରକାର

ନୂଆଦିଲ୍ଲୀ: ମହାମାରୀ କରୋନା ସମୟରେ ଅମ୍ଳଜାନର ଅଭାବ ହ୍ରାସ ଓ ଦର ବୃଦ୍ଧି ସମସ୍ୟାକୁ ମୁକାବିଲା ପାଇଁ ଆଜି ଭାରତ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। National Pharmaceuticals Pricing Authority(ଏନପିପିଏ) ଆସନ୍ତା ୬ ମାସ ପାଇଁ ଏଲଏମଓ ଏବଂ ଅମ୍ଳଜାନ ଭର୍ତ୍ତି ସିଲିଣ୍ଡରର ଦର ହ୍ରାସ କରିଛି। ଏଥିସହ ଏନପିପିଏ ସମସ୍ତ ରାଜ୍ୟ ସରକାରମାନଙ୍କୁ ଅମ୍ଳଜାନ ସିଲିଣ୍ଡରର ନେବା ଆଣିବା ଖର୍ଚ୍ଚ ସ୍ଥିର କରିବାକୁ ନିର୍ଦ୍ଦେଶ ଦେଇଛି। କାରଖାନାରେ ଉତ୍ପାଦିତ ହେଉଥିବା ଏଲଏମଓର କ୍ୟୁବ ମିଟର […]

vvcd

Hemant Lenka
  • Published: Saturday, 26 September 2020
  • , Updated: 26 September 2020, 08:30 PM IST

ନୂଆଦିଲ୍ଲୀ: ମହାମାରୀ କରୋନା ସମୟରେ ଅମ୍ଳଜାନର ଅଭାବ ହ୍ରାସ ଓ ଦର ବୃଦ୍ଧି ସମସ୍ୟାକୁ ମୁକାବିଲା ପାଇଁ ଆଜି ଭାରତ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। National Pharmaceuticals Pricing Authority(ଏନପିପିଏ) ଆସନ୍ତା ୬ ମାସ ପାଇଁ ଏଲଏମଓ ଏବଂ ଅମ୍ଳଜାନ ଭର୍ତ୍ତି ସିଲିଣ୍ଡରର ଦର ହ୍ରାସ କରିଛି। ଏଥିସହ ଏନପିପିଏ ସମସ୍ତ ରାଜ୍ୟ ସରକାରମାନଙ୍କୁ ଅମ୍ଳଜାନ ସିଲିଣ୍ଡରର ନେବା ଆଣିବା ଖର୍ଚ୍ଚ ସ୍ଥିର କରିବାକୁ ନିର୍ଦ୍ଦେଶ ଦେଇଛି।

କାରଖାନାରେ ଉତ୍ପାଦିତ ହେଉଥିବା ଏଲଏମଓର କ୍ୟୁବ ମିଟର ପିଛା ଦରକୁ ୧୫.୨୨ ଟଙ୍କା ହ୍ରାସ କରାଯାଇଛି। ସେହିପରି ମେଡିକାଲ ଅମ୍ଳଜାନ ସିଲିଣ୍ଡରର କ୍ୟୁବ ମିଟର ପିଛା ଦର ୨୫.୭୧ ଟଙ୍କା ହ୍ରାସ କରାଯାଇଛି। ତେବେ ସିଲିଣ୍ଡରର ପରିବହନ ଦର ରାଜ୍ୟ ସରକାରମାନେ ହିଁ ନିର୍ଦ୍ଧାରଣ କରିବେ।

କରୋନା କାଳରେ ଅମ୍ଳଜାନ ଦର ଆଶାତୀତ ଭାବେ ବୃଦ୍ଧି ପାଉଥିବା ଖବର ମିଳିଥିଲା। ଏପରି କି ମେଡିକାଲ ଅମ୍ଳଜାନର ଦର ୪ ଗୁଣା ବୃଦ୍ଧି ପାଇଥିଲା। ଗୋଟିଏ ଦିନରେ ୭୫୦ ଟଙ୍କାରୁ ଅମ୍ଳଜାନ ସିଲଣ୍ଡର ପିଛା ଦର ୨୮ଶହ ଟଙ୍କାରେ ପହଞ୍ଚି ଯାଇଥିଲା।

Related story