ନୂଆଦିଲ୍ଲୀ: ଫ୍ଲିପ୍କାର୍ଟରେ ୨୦୧୮ Mobile Bonanza ସେଲ୍ ଚାଲିଛି। ୩ ତାରିଖରୁ ଆରମ୍ଭ ହୋଇଥିବା ଏହି ସେଲ୍ର ଅବଧି ଆଜି ଶେଷ ହେଉଛି । ଏହି ସେଲ୍ ଆଜି ମଧ୍ୟ ରାତ୍ରିରେ ସରିଯିବ। ଏହି ଅବସରରେ ଅନେକ ଦମଦାର ସ୍ମାର୍ଟ ଫୋନ୍ ଉପରେ ରିହାତି ମିଳିବ। ସେଥିପାଇଁ ଯଦି ଆପଣ ସ୍ମାର୍ଟଫୋନ୍ କିଣିବାକୁ ଚାହୁଁଛନ୍ତି ତେବେ ଏହି ମଉକାକୁ ହାତଛଡା କରନ୍ତୁ ନାହିଁ। ଏହି ସେଲ୍ରେ ମଧ୍ୟମ ରେଞ୍ଜର ସ୍ମାର୍ଟ ଫୋନ୍ରୁ ନେଇ ଅଧିକ ବଜେଟ୍ ସ୍ମାର୍ଟ ଫୋନ୍ ରହିବ। ଏଥିରେ ସବୁଠୁ ଖାସ୍ କରି ଗୁଗୁଲ, ସାମସଙ୍ଗ, ଆପଲ, ସାଓମି ସ୍ମାର୍ଟ ଫୋନ୍ ସାମିଲ ଅଛି। ମଧ୍ୟମ ରେଞ୍ଜର କୁହାଯାଉଥିବା ଜାଓମିର ଲୋକପ୍ରିୟ ସ୍ମାର୍ଟ ଫୋନ୍ Mi A1 ଉପରେ ମଧ୍ୟ ଡିସ୍କାଉଣ୍ଟ ଦିଆଯାଇଛି।
ଗୁଗୁଲ ପିକ୍ସେଲ୍୨-
ଏହା ଶ୍ରେଷ୍ଟ ସ୍ମାର୍ଟ ଫୋନ୍ ମଧ୍ୟରୁ ଗୋଟିଏ। ଏହାର କ୍ୟାମେରା ଅନ୍ୟ ସ୍ମାର୍ଟ ଫୋନ୍ ତୁଳନାରେ ଭଲ। ଏହାର ପ୍ରକୃତ ମୂଲ୍ୟ ୬୧,୦୦୦ ଟଙ୍କା। କିନ୍ତୁ ଆପଣ ଏହାକୁ ୩୯,୯୯୯ କିମ୍ବା ତା’ ଠାରୁ କମ୍ ମୂଲ୍ୟରେ ପାଇପାରିବେ। ଏହା ଛଡା ଏଚ୍ଡିଏଫ୍ସି କାର୍ଡରେ କିଣିଲେ ଆହୁରି ୮୦୦୦ ଟଙ୍କା ଛାଡ ମିଳିବ। ଏଥି ସହ କିଛି ପୁରୁଣା ସ୍ମାର୍ଟ ଫୋନ୍ ମଧ୍ୟ ଏକ୍ସଚେଞ୍ଜ କରିପାରିବେ।
ଗୁଗୁଲ ପିକ୍ସେଲ 2 XL- ଏହା ପିକ୍ସେଲ-୨ର ହାଇଭର୍ସନ। ଏହାର ସ୍କ୍ରିନ୍ ଆହୁରି ବଡ। ଏହାର ମୂଲ୍ୟ ୭୩୦୦୦ କିନ୍ତୁ। ତାକୁ ୫୩ ,୯୯୯ଟଙ୍କାରେ କିଣି ପାରିବେ।
ସାମସଙ୍ଗ ଗାଲାକ୍ସି S7- ଏହି ଫୋନ୍ର ପ୍ରକୃତ ମୂଲ୍ୟ ୪୩,୪୦୦ ଟଙ୍କା। କିନ୍ତୁ ସେଲ୍ରେ ଏହା ୨୬,୯୯୦ ରେ ଉପଲବ୍ଧ ହେବ। ଏହି ଫୋନ୍ରେ ମଧ୍ୟ ଏକ୍ସଚେଞ୍ଜ୍ ଅଫର ରହିଛି। ପୁରୁଣା ଫୋନ୍ ବଦଳେଇ ମଧ୍ୟ ଆପଣ ଡିସ୍କାଉଣ୍ଟ ପାଇପାରିବେ।
ଜାଓମି Mi Mix 2- ଡିଜାଇନ୍ ମାମଲାରେ ଏହି ସ୍ମାର୍ଟ ଫୋନ୍ ସବୁଠୁ ଆଗରେ। ଏହାର ପ୍ରକୃତ ମୂଲ୍ୟ ୩୨,୯୯୯। କିନ୍ତୁ ଅଫରରେ ଏହାର ମୂଲ୍ୟ ୧୮,୪୪୯ ଟଙ୍କା ହୋଇଛି। କିନ୍ତୁ ଏଥିରେ ଏକ ସର୍ତ୍ତ ରହିଛି। ଯଦି ଆପଣ ‘ମ୍ୟାନ୍ ପ୍ଲସ୍- ୫’ କୁ ଏକ୍ସଚେଞ୍ଜ କରିବେ ତେବେ ଏହା ୧୮,୪୯୯ ଟଙ୍କାରେ ମିଳିବ। ନଚେତ୍ ଏହି ଫୋନ୍ ଉପରେ କେବଳ ୫୦୦୦ ଟଙ୍କାର ଡିସ୍କାଉଣ୍ଟ ମିଳିବ।
ସାମ୍ସଙ୍ଗ On Nxt- ୬୪ ଜିବି ଇଣ୍ଟରନାଲ ମେମୋରି ସ୍ମାର୍ଟ ଫୋନ୍ ଆପଣ ୧୨,୯୯୦ ରେ କିଣି ପାରିବେ। କିନ୍ତୁ ଏହି ଅଫରରେ ଆପଣ ୧୦୦୦ ଟଙ୍କାର ଛାଡ ପାଇବେ।
ଏମ୍ ଆଇ A1- ୪ ଜିବି ରାମ୍ ଓ ୬୪ ଜିବି ମେମୋରି ବିଶିଷ୍ଚ ଡୁଆଲ୍ କ୍ୟାମେରା ସ୍ମାର୍ଟ ଫୋନ୍ରେ ୨୦୦୦ ଟଙ୍କାର ଛାଡ ମିଳିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।