ମେଘାଳୟରେ ଇନର ଲାଇନ୍ ପରମିଟ୍ ନିୟମ ପାଇଁ ଦାବି

ନୂଆଦିଲ୍ଲୀ: ମେଘାଳୟରେ ଇନର ଲାଇନ୍ ପରମିଟ୍ ଲାଗୁ କରିବା ପାଇଁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମା। ଆଜି ଟୁଇଟ୍ କରି ମେଘାଳୟ ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ଶୁକ୍ରବାର ଦିନ ବିଳମ୍ୱିତ ରାତି ୧୨ଟା ୩୦ ସମୟରେ ମେଘାଳୟ ସରକାରଙ୍କ ପ୍ରତିନିଧି ଦଳ ଶାହଙ୍କୁ ଭେଟିଥିଲା ବୋଲି ସାଙ୍ଗମା କହିଛନ୍ତି। MDA Govt delegation called on Hon’ble Home Minister @AmitShah ji around 12:30 am today in […]

saha meet meghalaya deligation

Subhransu Sekhar
  • Published: Saturday, 14 December 2019
  • , Updated: 14 December 2019, 04:33 PM IST

ନୂଆଦିଲ୍ଲୀ: ମେଘାଳୟରେ ଇନର ଲାଇନ୍ ପରମିଟ୍ ଲାଗୁ କରିବା ପାଇଁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମା। ଆଜି ଟୁଇଟ୍ କରି ମେଘାଳୟ ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ଶୁକ୍ରବାର ଦିନ ବିଳମ୍ୱିତ ରାତି ୧୨ଟା ୩୦ ସମୟରେ ମେଘାଳୟ ସରକାରଙ୍କ ପ୍ରତିନିଧି ଦଳ ଶାହଙ୍କୁ ଭେଟିଥିଲା ବୋଲି ସାଙ୍ଗମା କହିଛନ୍ତି।

https://twitter.com/SangmaConrad/status/1205603369764548609

ଯଦି କେନ୍ଦ୍ର ଅନୁମତି ଦେବ ତାହେଲେ ମେଘାଳୟ ସରକାର ଦିନିକିଆ ସ୍ୱତନ୍ତ୍ର ଅଧିବେଶନ ବସାଇ ଏହି ବିଲକୁ ଗୃହୀତ କରିବ ବୋଲି ସାଙ୍ଗମା କହିଛନ୍ତି। ସ୍ୱରାଷ୍ଚ୍ର ମନ୍ତ୍ରଣାଳୟ ମେଘାଳୟ ସରକାରଙ୍କ ପ୍ରତିନିଧି ଦ୍ୱାରା ଉଠାଯାଇଥିବା ସମସ୍ତ ଦାବିକୁ ସକାରାତ୍ମକ ଭାବରେ ଗ୍ରହଣ କରିଛନ୍ତି। ପ୍ରତିନିଧି ମଣ୍ଡଳର ସମସ୍ତ ଦାବି ଉପରେ ପରୀକ୍ଷା ନୀରିକ୍ଷା କରିବା ପାଇଁ ସହମତି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସହମତି ପ୍ରକାଶ କରିଛି ବୋଲି ସେ କହିଛନ୍ତି। କେନ୍ଦ୍ର ସରକାର ମଣିପୁର ଏବଂ ଉତ୍ତର ପୂର୍ବର ଅନେକ ସ୍ଥାନରେ ଇନର ଲାଇନ୍ ପରମିଟ୍ ଲାଗୁ କରିଛନ୍ତି। ନାଗରିକ ସଂଶୋଧନ ଆଇନରେ ଅନୁଯାୟୀ ଅରୁଣାଚଳ ପ୍ରଦେଶ, ମଣିପୁର, ମିଜୋରାମ ଓ ନାଗାଲାଣ୍ଡ ସମେତ ଆସାମର ୭ଟି ଜିଲ୍ଲାକୁ ଇନର ଲାଇନ ପରମିଟ୍ ପରିସରଭୁକ୍ତ କରିଛନ୍ତି।

ଇନର୍‌ ଲାଇନ୍ ପରମିଟ କ’ଣ?

ବଂଗାଲ ଇଷ୍ଟର୍ଣ୍ଣ ଫ୍ରଣ୍ଟିୟର ରେଗୁଲେଶନ, ୧୮୭୩ ଅନୁଯାୟୀ ସୀମାବର୍ତ୍ତୀ ଅଞ୍ଚଳରେ ଇନର ଲାଇନ୍ ଅଫ ପରମିଟ୍ (ଆଇଏଲପି) ନିୟମ ଲାଗୁ ରହିଛି। ଏହି ଆଇନ ଅନୁଯାୟୀ ବାହାର ଲୋକଙ୍କୁ ଭାରତରେ ପ୍ରବେଶ କରିବା ପାଇଁ ଆଇଏଲ୍‌ପି ଜରିଆରେ ପ୍ରବେଶ କରିବା ପାଇଁ ଅନମୁତି ଦିଆଯାଇଥାଏ। ଏହି ଆଇନ ଅନୁଯାୟୀ କିନ୍ତୁ ଜଣେ ବାହାର ଦେଶର ନାଗରିକ ଭାରତରେ ବସତି ସ୍ଥାପନ କରିପାରିବ ନାହିଁ। ଏବେ ନାଗରିକ ସଂଶୋଧନ ଆଇନ ଅନୁଯାୟୀ ଆଇଏଲପି ଅଧୀନରେ ଥିବା କିଛି ଅଞ୍ଚଳକୁ ବାହାର କରାଯାଇଛି। ଆଦିବାସୀଙ୍କ ସଂରକ୍ଷଣ ପାଇଁ ସମ୍ୱିଧାନର ଷଷ୍ଠ ଧାରା ଅନୁଯାୟୀ ବିଜ୍ଞପିତ ଅଞ୍ଚଳରେ ନାଗରିକ ସଂଶୋଧିତ ବିଲରୁ ବାହାର ରଖିବା ପାଇଁ ନିୟମ ରହିଛି। ପୂର୍ବୋତ୍ତର ରାଜ୍ୟର ଅଧିକାଂଶ ସ୍ଥାନରେ ଆଇଏଲପି ସିଷ୍ଟମ ରହିଛି। ଆସାମ, ଆଙ୍ଗଲଂଗ, ଦିମା ହାସୋ ଏବଂ ବୋଡ଼ୋଲ୍ୟାଣ୍ଡର ଷଷ୍ଠ ଅନୁଚ୍ଛେଦ ଅନୁୟାୟୀ ସଂରକ୍ଷିତ ରଖାଯାଇଛି। ଏହି ଆଇଏଲପି ନିୟମ ଅଧୀନରେ ଆସାମର ୩୩ଟି ଜିଲ୍ଲାରୁ ମାତ୍ର ୭ଟି ଜିଲ୍ଲା ରହିଛନ୍ତି।

Related story