ମେଘାଳୟରେ ସଙ୍କଟ ନେଇ କଂଗ୍ରେସ ହାଇକମାଣ୍ଡଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଶିଲଙ୍ଗ୍: ଅରୁଣାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ପରି ମେଘାଳୟରେ ମଧ୍ୟ କଂଗ୍ରେସର ସ୍ଥିତି ଜଟିଳ ହେବାରେ ଲାଗିଛି। ଏ ନେଇ ମେଘାଳୟ ମୁଖ୍ୟମନ୍ତ୍ରୀ ମୁକୁଲ ସାଙ୍ଗମା କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ଓ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଚିଠି ଲେଖି ଜଣାଇଛନ୍ତି। ଚିଠିରେ ସାଙ୍ଗମା ଉଲ୍ଲେଖ କରିଛନ୍ତି ଯେ କଂଗ୍ରେସ ଦଳର କିଛି ନେତା ବିଜେପି ଦଳ ସହ ସମ୍ପର୍କରେ ରହୁଛନ୍ତି। ବିଜେପିର ରାଷ୍ଟ୍ରୀୟ ମହାସଚିବ ରାମ ମାଧବ ଓ ଆସାମର ଶିକ୍ଷାମନ୍ତ୍ରୀ ହେମନ୍ତ ବିଶ୍ୱା ଶର୍ମାଙ୍କ […]

mukul-sangma

Rakesh Mallick
  • Published: Thursday, 02 June 2016
  • , Updated: 02 June 2016, 10:19 AM IST

ଶିଲଙ୍ଗ୍: ଅରୁଣାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ପରି ମେଘାଳୟରେ ମଧ୍ୟ କଂଗ୍ରେସର ସ୍ଥିତି ଜଟିଳ ହେବାରେ ଲାଗିଛି। ଏ ନେଇ ମେଘାଳୟ ମୁଖ୍ୟମନ୍ତ୍ରୀ ମୁକୁଲ ସାଙ୍ଗମା କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ଓ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଚିଠି ଲେଖି ଜଣାଇଛନ୍ତି। ଚିଠିରେ ସାଙ୍ଗମା ଉଲ୍ଲେଖ କରିଛନ୍ତି ଯେ କଂଗ୍ରେସ ଦଳର କିଛି ନେତା ବିଜେପି ଦଳ ସହ ସମ୍ପର୍କରେ ରହୁଛନ୍ତି। ବିଜେପିର ରାଷ୍ଟ୍ରୀୟ ମହାସଚିବ ରାମ ମାଧବ ଓ ଆସାମର ଶିକ୍ଷାମନ୍ତ୍ରୀ ହେମନ୍ତ ବିଶ୍ୱା ଶର୍ମାଙ୍କ ସହ କିଛି ନେତା ସାକ୍ଷାତ କରିଛନ୍ତି।

କଂଗ୍ରେସ ପକ୍ଷରୁ କରାଯାଇଥିବା ଅଭିଯୋଗକୁ ବିଜେପି ନେତା ରାମ ମାଧବ ଖଣ୍ଡନ କରିଛନ୍ତି। ସେ କହିଛନ୍ତି,“ବିଜେପି ମେଘାଳୟରେ କଂଗ୍ରେସ ସରକାରକୁ ହଟାଇବା ପାଇଁ ଏପରି ଉଦ୍ୟମ କରାଯାଉଛି, ଏପରି କହିବା ସଂପୂର୍ଣ୍ଣ ଭୁଲ। କଂଗ୍ରେସ ଦଳ  ନଜ ଘରକୁ  ସୁଧାରିବା ବଦଳରେ ଅନ୍ୟ ଦଳ ଉପରେ  ଅଭିଯୋଗ ଆଣୁଛି।”

ଗତ ସପ୍ତାହରେ ମୋଦି ଶିଲଙ୍ଗ୍ ଗସ୍ତରେ ଆସିବା ପରେ କଂଗ୍ରେସର କିଛି ବିଧାୟକ ଓ ମନ୍ତ୍ରୀ  ମୁଖ୍ୟମନ୍ତ୍ରୀ ମୁକୁଳ ସାଙ୍ଗମାଙ୍କୁ ପଦରୁ ହଟାଇବାକୁ ଦାବି କରିଥିଲେ।

Related story