ମେଘାଳୟ: ସେନା ଓ ପୋଲିସର ମିଳିତ ଅପରେସନ୍, ୨ ଆତଙ୍କୀ ମୃତ

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଆତଙ୍କବାଦୀଙ୍କ ବିରୁଦ୍ଧରେ ଭାରତୀୟ ସେନାର ଅଭିଯାନ ଜାରି ରହିଛି। ରବିବାର ସେନାକୁ ମେଘାଳୟର ଏକ ବଡ଼ ସଫଳତା ମିଳିଛି। ସେନା ଓ ମେଘାଳୟ ପୋଲିସର ମିଳିତ ଅପରସନରେ ଦୁଇ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ଏହି ଦୁଇ ଆତଙ୍କୀ ଏମଇଏଫର ସଦସ୍ୟ ବୋଲି ପୋଲିସ୍ ପକ୍ଷରୁ କୁହାଯାଇଛି। ସେମାନଙ୍କ ଠାରୁ ଦୁଇଟି ପିସ୍ତଲ, ଦୁଇଟି ଫାୟାର କେସ୍ ଓ ଗୋଟିଏ ବ୍ୟାଗ ଜବତ କରାଯାଇଛି। ଗୁଇନ୍ଦା ବିଭାଗରୁ ସୂଚନା ପାଇବା ପରେ ସେନା […]

meghalayamap

Rakesh Mallick
  • Published: Sunday, 28 June 2015
  • , Updated: 28 June 2015, 06:41 AM IST

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଆତଙ୍କବାଦୀଙ୍କ ବିରୁଦ୍ଧରେ ଭାରତୀୟ ସେନାର ଅଭିଯାନ ଜାରି ରହିଛି। ରବିବାର ସେନାକୁ ମେଘାଳୟର ଏକ ବଡ଼ ସଫଳତା ମିଳିଛି। ସେନା ଓ ମେଘାଳୟ ପୋଲିସର ମିଳିତ ଅପରସନରେ ଦୁଇ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ଏହି ଦୁଇ ଆତଙ୍କୀ ଏମଇଏଫର ସଦସ୍ୟ ବୋଲି ପୋଲିସ୍ ପକ୍ଷରୁ କୁହାଯାଇଛି। ସେମାନଙ୍କ ଠାରୁ ଦୁଇଟି ପିସ୍ତଲ, ଦୁଇଟି ଫାୟାର କେସ୍ ଓ ଗୋଟିଏ ବ୍ୟାଗ ଜବତ କରାଯାଇଛି।

ଗୁଇନ୍ଦା ବିଭାଗରୁ ସୂଚନା ପାଇବା ପରେ ସେନା ପକ୍ଷରୁ ମେଘାଳୟ ପୋଲିସର ସହଯୋଗରେ   ନର୍ଥ ଗାରୋ ହିଲ୍ସ ଜିଲ୍ଲାର ରାଡି ଇଲାକାରେ ଅପରେସନ୍ ଆରମ୍ଭ କରାଯାଇଥିଲା। ଏହି ସ୍ଥାନଟି ଆସାମ ଓ ମେଘାଳୟ ସୀମାରେ ରହିଛି। ଭୋର ପ୍ରାୟ ସାଢ଼େ ୪ଟା ବେଳେ ଏହି ଅପରେସନ୍ କରାଯାଇଥିଲା।

Related story