ପିଡିପି ସାଂସଦଙ୍କୁ ରାଜ୍ୟସଭାରୁ ଇସ୍ତଫା ଦେବା ପାଇଁ କହିଲେ ମେହବୁବା ମୁଫତି

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଏବେ ଦଳୀୟ ସାଂସଦଙ୍କୁ ରାଜ୍ୟସଭାରୁ ଇସ୍ତଫା ଦେବା ପାଇଁ କହିଛନ୍ତି। ନଚେତ୍ ଦଳରୁ ନିଲମ୍ୱିତ ହେବେ। ଜାତୀୟ ଗଣମାଧ୍ୟମରେ ଆଜି ଏହି ଖବର ପ୍ରକାଶ ପାଇଛି। ମେହବୁବା ମୁଫତି ଯେତେବେଳ ଗେଷ୍ଟ ହାଉସକୁ ସ୍ଥାନାନ୍ତର ହେଉଥିଲେ ସେହି ସମୟରେ ତାଙ୍କ ସହଯୋଗୀଙ୍କୁ ଦଳୀୟ ସାଂସଦଙ୍କ ଉଦ୍ଦେଶ୍ୟରେ ଏହା କହିଥିଲେ ବୋଲି ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ସୋମବାର ରାଜ୍ୟସଭାରେ ଯେତେବଳେ ଗୃହ ମନ୍ତ୍ରୀ ଅମିତ ଶାହ […]

mehbooba-1459484880

Subhransu Sekhar
  • Published: Thursday, 08 August 2019
  • , Updated: 08 August 2019, 12:04 PM IST

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଏବେ ଦଳୀୟ ସାଂସଦଙ୍କୁ ରାଜ୍ୟସଭାରୁ ଇସ୍ତଫା ଦେବା ପାଇଁ କହିଛନ୍ତି। ନଚେତ୍ ଦଳରୁ ନିଲମ୍ୱିତ ହେବେ। ଜାତୀୟ ଗଣମାଧ୍ୟମରେ ଆଜି ଏହି ଖବର ପ୍ରକାଶ ପାଇଛି। ମେହବୁବା ମୁଫତି ଯେତେବେଳ ଗେଷ୍ଟ ହାଉସକୁ ସ୍ଥାନାନ୍ତର ହେଉଥିଲେ ସେହି ସମୟରେ ତାଙ୍କ ସହଯୋଗୀଙ୍କୁ ଦଳୀୟ ସାଂସଦଙ୍କ ଉଦ୍ଦେଶ୍ୟରେ ଏହା କହିଥିଲେ ବୋଲି ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ସୋମବାର ରାଜ୍ୟସଭାରେ ଯେତେବଳେ ଗୃହ ମନ୍ତ୍ରୀ ଅମିତ ଶାହ ଜମ୍ମୁ କଶ୍ମୀର ପୁନର୍ଗଠନ ବିଲ୍ ଆଣିଥିଲେ ସେତେବେଳେ ପିଡିପିର ଦୁଇ ରାଜ୍ୟସଭା ସାଂସଦ ଏମଏମ ଫ୍ୟୋଜା ଏବଂ ନଜିର ଅହମଦ ଏହାକୁ ଜୋରଦାର ବିରୋଧ କରିଥିଲେ। ଏମିତିକି ତାଙ୍କ ନିଜ ସାର୍ଟ ଚିରି ଦେଇଥିଲେ। ଏହାପରେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପ ରାଷ୍ଚ୍ରପତି ଭେଙ୍କେୟା ନାଇଡୁ ସଂସଦରୁ ତାଙ୍କୁ ବିଦା କରିଥିଲେ। ଏହାପରେ ଦୁଇ ସାଂସଦ କଳା ବ୍ୟାଚ୍ ପିନ୍ଧି ସଂସଦ ବାହାରେ ବିରୋଧ ପ୍ରଦର୍ଶନ କରିଥିଲେ।

Related story