ମେହବୁବା ମୁଫ୍‌ତି ଜମ୍ମୁ ଓ କାଶ୍ମୀରର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ

ଶ୍ରୀନଗର: ପିଡିପି ମୁଖ୍ୟ ମେହବୁବା ମୁଫ୍‌ତି ସୋମବାର ଜମ୍ମୁ ଓ କାଶ୍ମୀରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏହା ସହିତ ସେ ବନି ଯାଇଛନ୍ତି ରାଜ୍ୟର ୧୩ତମ ତଥା ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ। ମେହବୁବାଙ୍କ ସହିତ ଆଜି ଆଉ ୨୨ ଜଣ ବିଧାୟକ ମଧ୍ୟ ମନ୍ତ୍ରୀ ପଦରେ ଶପଥ ନେଇଛନ୍ତି। ବିଜେପି ବିଧାୟକ ନିର୍ମଲ ସିଂହ ଉପ-ମୁଖ୍ୟମନ୍ତ୍ରୀ ହେବେ।  ସେ ସ୍ୱର୍ଗତ ମୁଖ୍ୟମନ୍ତ୍ରୀ ମୁଫ୍‌ତି ମହମ୍ମଦ ସୟିଦ୍‌ଙ୍କ ସରକାରରେ ମଧ୍ୟ ଉପ-ମୁଖ୍ୟମନ୍ତ୍ରୀ ଥିଲେ। ଏଥର ସରକାରରେ ବିଜେପିର […]

mehbooba-mufti

Rakesh Mallick
  • Published: Monday, 04 April 2016
  • , Updated: 04 April 2016, 09:46 AM IST

ଶ୍ରୀନଗର: ପିଡିପି ମୁଖ୍ୟ ମେହବୁବା ମୁଫ୍‌ତି ସୋମବାର ଜମ୍ମୁ ଓ କାଶ୍ମୀରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏହା ସହିତ ସେ ବନି ଯାଇଛନ୍ତି ରାଜ୍ୟର ୧୩ତମ ତଥା ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ।

ମେହବୁବାଙ୍କ ସହିତ ଆଜି ଆଉ ୨୨ ଜଣ ବିଧାୟକ ମଧ୍ୟ ମନ୍ତ୍ରୀ ପଦରେ ଶପଥ ନେଇଛନ୍ତି। ବିଜେପି ବିଧାୟକ ନିର୍ମଲ ସିଂହ ଉପ-ମୁଖ୍ୟମନ୍ତ୍ରୀ ହେବେ।  ସେ ସ୍ୱର୍ଗତ ମୁଖ୍ୟମନ୍ତ୍ରୀ ମୁଫ୍‌ତି ମହମ୍ମଦ ସୟିଦ୍‌ଙ୍କ ସରକାରରେ ମଧ୍ୟ ଉପ-ମୁଖ୍ୟମନ୍ତ୍ରୀ ଥିଲେ।

ଏଥର ସରକାରରେ ବିଜେପିର କ୍ୟାବିନେଟ୍ ମନ୍ତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ପୂର୍ବ ସରକାରରେ ବିଜେପିର ୬  ବିଧାୟକ କ୍ୟାବିନେଟ୍ ମନ୍ତ୍ରୀ ହୋଇଥିବା ବେଳେ ଏଥର ୮ ଜଣ କ୍ୟାବିନେଟ୍ ମନ୍ତ୍ରୀ ହୋଇଛନ୍ତି। ଆଉ ତିନି ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଅନ୍ୟପକ୍ଷରେ ପୂର୍ବ ସରକାରରେ ପିଡିପିର ୧୧ ଜଣ ବିଧାୟକ କ୍ୟାବିନେଟ୍ ମନ୍ତ୍ରୀ ହୋଇଥିବା ବେଳେ ଏଥର ଏହି ସଂଖ୍ୟା ୯କୁ ଖସି ଆସିଛି। ପିଡିପିର ଆଉ ତିନି ଜଣ ବିଧାୟକ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ବହୁ ଆଲୋଚନା ପର୍ଯ୍ୟାଲୋଚନା ପରେ ପିଡିପି-ବିଜେପି ମେଣ୍ଟ ପୁଣି ଥରେ ରାଜ୍ୟରେ ସରକାର ଗଠନ କରିଛନ୍ତି। ୮୭ ଆସନ ବିଶିଷ୍ଟ ଜମ୍ମୁ ଓ କାଶ୍ମୀର ବିଧାନସଭାରେ ପିଡିପି-ବିଜେପି ମେଣ୍ଟ ପାଖରେ ୫୬ ଜଣ ବିଧାୟକଙ୍କ ସମର୍ଥନ ରହିଛି। ସରକାରଙ୍କୁ ସଜ୍ଜାଦ ଗନୀ ଲୋନ୍‌ଙ୍କ ପିପୁଲ୍ସ କନ୍‌ଫରେନ୍ସ ଦୁଇ ବିଧାୟକଙ୍କ ସହିତ ଦୁଇ ଜଣ ସ୍ୱାଧୀନ ବିଧାୟକଙ୍କର ମଧ୍ୟ ସମର୍ଥନ ରହିଛି।

ମେହବୁବା ହେଉଛନ୍ତି ଦେଶରେ ଦ୍ୱିତୀୟ ମୁସ୍‌ଲିମ୍ ମହିଳା ମୁଖ୍ୟମନ୍ତ୍ରୀ। ଦେଶର ପ୍ରଥମ ମୁସ୍‌ଲିମ୍ ମହିଳା ମୁଖ୍ୟମନ୍ତ୍ରୀ ହେଉଛନ୍ତି ସୟିଦ ଅନୱାରା ତୈମୁର। ୧୯୮୦ରେ ସେ ଆସାମର ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେ ୧୯୮୧ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଏହି ପଦରେ ରହିଥିଲେ।

Related story