ନୂଆଦିଲ୍ଲୀ: ଦେଶର ଜାତୀୟ ପତାକା ‘ତ୍ରିରଙ୍ଗା’କୁ ଅସମ୍ମାନ କରିବା ପରେ ଏବେ ପୁଣିଥରେ ଦେଶର ସେନାର ଦକ୍ଷତା ଉପରେ ସନ୍ଦେହ ପ୍ରକାଶ କରି ଅଡ଼ୁଆରେ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି। ଯଦି ସାହାସ ଅଛି ତାହେଲେ ଚାଇନା ଆଗରେ ଦକ୍ଷତା ଦେଖାଅ ବୋଲି ମେହବୁବା କହିଛନ୍ତି।
ମୁଫତି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ବେଳେ ବିଜେପି ସରକାର ବିରୋଧରେ ବର୍ଷିଥିଲେ। ଏହାପରେ ସେ କହିଥିଲେ ମୋଦି ସରକାର ଚାଇନା ଆଗରେ ମତ ବ୍ୟକ୍ତ କରିବାର ସାହାସ ନାହିଁ।
ଗୁଲଓ୍ୱାନ ଉପତ୍ୟକାରେ ଭାରତର ୧୦୦୦ ସ୍କୋୟାର ଫୁଟ୍ ଜାଗା ବେଜିଂ ଅକ୍ତିଆର କରି ରଖିଛି ବୋଲି ମୁଫତି ଅଭିଯୋଗ କରିଛନ୍ତି। ହେଲେ କୌଣସି ମନ୍ତ୍ରୀ ଏ ବାବଦରେ ମତ ରଖିନାହାନ୍ତି ବୋଲି ମୁଫତି କହିଛନ୍ତି।
ସେ ଆହୁରି କହିଛନ୍ତି ଯେ, ତାଙ୍କ ବାପା ମୁଫତି ମହମ୍ମଦ ସୟଦଙ୍କ ସ୍ୱପ୍ନ ଥିଲା ଜମ୍ମୁ କଶ୍ନୀର ପାକିସ୍ତାନ ଓ ଚାଇନା ମାମଲାର ବ୍ରିଜ୍ ହେବା ଦରକାର। ଏବେ ମଧ୍ୟ ଭାରତ ସରକାର ଏହି ସୟଦଙ୍କ ଚିନ୍ତାଧାରାକୁ ଆଧାର କରି ପାକିସ୍ତାନ ଓ ଚାଇନା ମାମଲାରେ ଜମ୍ମୁ କଶ୍ମୀରକୁ ସମାଧାନର ବାଟ ବୋଲି ମୁଫତି କହିଛନ୍ତି।
ନିକଟରେ ମୁଫତିଙ୍କ ଉପରେ ଲାଗିଥିବା ପିଏସି ଆକ୍ଟକୁ ସରକାର ପ୍ରତ୍ୟାହାର କରିଥିଲେ। ଏହାପରେ ସେ ଜାତୀୟ ପତାକା ଧରିବେ ନାହିଁ ବୋଲି କହିଥିଲେ। ଯାହାକୁ ନେଇ ସେ ଏବେ ବିବାଦରେ ରହିଛନ୍ତି।