ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମେହେବୁବା

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମେହେବୁବା ମୁଫ୍‌ତି। ବିଜେପି ତାର ସମର୍ଥନ ପ୍ରତ୍ୟାହାର କରିବା ପରେ ମେହେବୁବା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଏ ନେଇ ମଙ୍ଗଳବାର ବିଜେପି ଅଧ୍ୟକ୍ଷ ଏମିତ ଶାହ ଦିଲ୍ଲୀରେ ଦଳୀୟ ନେତାଙ୍କୁ ନେଇ ଏକ ବୈଠକ ଡାକିଥିଲେ। ଏହି ବୈଠକ ପରେ ବିଜେପି ପିଡିପଠାରୁ ସମର୍ଥନ ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ନେଇଥିଲା। ଏହାପରେ ଜାମ୍ମୁ-କାଶ୍ମୀର ବିଜେପିର ସମସ୍ତ ନେତା ତାଙ୍କ ଇସ୍ତଫାପତ୍ର ଦେଇଛନ୍ତି। ବିଜେପି ସମର୍ଥନ ପ୍ରତ୍ୟାହାରର […]

mehbooba mufti

Rakesh Mallick
  • Published: Tuesday, 19 June 2018
  • , Updated: 19 June 2018, 03:58 PM IST

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମେହେବୁବା ମୁଫ୍‌ତି। ବିଜେପି ତାର ସମର୍ଥନ ପ୍ରତ୍ୟାହାର କରିବା ପରେ ମେହେବୁବା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି।

ଏ ନେଇ ମଙ୍ଗଳବାର ବିଜେପି ଅଧ୍ୟକ୍ଷ ଏମିତ ଶାହ ଦିଲ୍ଲୀରେ ଦଳୀୟ ନେତାଙ୍କୁ ନେଇ ଏକ ବୈଠକ ଡାକିଥିଲେ। ଏହି ବୈଠକ ପରେ ବିଜେପି ପିଡିପଠାରୁ ସମର୍ଥନ ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ନେଇଥିଲା। ଏହାପରେ ଜାମ୍ମୁ-କାଶ୍ମୀର ବିଜେପିର ସମସ୍ତ ନେତା ତାଙ୍କ ଇସ୍ତଫାପତ୍ର ଦେଇଛନ୍ତି।

ବିଜେପି ସମର୍ଥନ ପ୍ରତ୍ୟାହାରର ଚିଠି ରାଜ୍ୟପାଳଙ୍କ ପାଖକୁ ପଠାଇବା ସହିତ ଜାମ୍ମୁ-କାଶ୍ମୀରରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ଦାବି କରିଛି। ଏ ନେଇ ଆଜି ସନ୍ଧ୍ୟା ଚାରିଟା ବେଳେ ବିଜେପି ପୁଣି ଏକ ବୈଠକ ଡାକିଛି।

Related story