କଶ୍ମୀରରୁ ୧୦ ହଜାର ସେନା ପ୍ରତ୍ୟାହାର ପାଇଁ ନିର୍ଦ୍ଦେଶ

ଶ୍ରୀନଗର: ଦୀର୍ଘ ବର୍ଷେ ହେଲାଣି ଜମ୍ମୁ-କଶ୍ମୀରରେ ମୁତୟନ ହୋଇଥିବା ପ୍ରାୟ ୧୦ ହଜାରରୁ ଅଧିକ ସେନା ଯବାନକୁ ପ୍ରତ୍ୟାହାର କରି ଆଣିବାକୁ ଆଜି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି। ଗତ ବର୍ଷ ଭାରତ ସରକାର ଜମ୍ମୁ-କଶ୍ମୀରରୁ ଧାରେ ୩୭୦ ଉଚ୍ଛେଦ କରିଥିଲେ। ଏହି କାରଣରୁ ପୂରା ଉପତ୍ୟକାରେ ଯବାନଙ୍କ ସଂଖ୍ୟା ବୃଦ୍ଧି ହୋଇଥିଲା। ଏବେ ପ୍ରତ୍ୟାହାର ହୋଇଥିବା ୧୦ ହଜାରରୁ ଅଧିକ ଯବାନଙ୍କ ମଧ୍ୟରୁ ଅଧିକାଂଶ କଶ୍ମୀରରେ ହିଁ ମୁତୟନ ହୋଇଥିଲେ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ବିଜ୍ଞପ୍ତିରେ କୁହାଯାଇଛି […]

f

Hemant Lenka
  • Published: Wednesday, 19 August 2020
  • , Updated: 19 August 2020, 08:54 PM IST

ଶ୍ରୀନଗର: ଦୀର୍ଘ ବର୍ଷେ ହେଲାଣି ଜମ୍ମୁ-କଶ୍ମୀରରେ ମୁତୟନ ହୋଇଥିବା ପ୍ରାୟ ୧୦ ହଜାରରୁ ଅଧିକ ସେନା ଯବାନକୁ ପ୍ରତ୍ୟାହାର କରି ଆଣିବାକୁ ଆଜି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି। ଗତ ବର୍ଷ ଭାରତ ସରକାର ଜମ୍ମୁ-କଶ୍ମୀରରୁ ଧାରେ ୩୭୦ ଉଚ୍ଛେଦ କରିଥିଲେ। ଏହି କାରଣରୁ ପୂରା ଉପତ୍ୟକାରେ ଯବାନଙ୍କ ସଂଖ୍ୟା ବୃଦ୍ଧି ହୋଇଥିଲା। ଏବେ ପ୍ରତ୍ୟାହାର ହୋଇଥିବା ୧୦ ହଜାରରୁ ଅଧିକ ଯବାନଙ୍କ ମଧ୍ୟରୁ ଅଧିକାଂଶ କଶ୍ମୀରରେ ହିଁ ମୁତୟନ ହୋଇଥିଲେ।

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ବିଜ୍ଞପ୍ତିରେ କୁହାଯାଇଛି ଯେ ତତ୍କାଳ ଭାବେ ଜମ୍ମୁ-କଶ୍ମୀରରେ ମୁତୟନ ହୋଇଥିବା ୧୦୦ କମ୍ପାନୀ ସିଏପିଏଫଙ୍କୁ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦିଆଯାଉଛି। ଏମାନେ ସେଠାରୁ ନିଜ ନିଜର ପୂର୍ବ ସ୍ଥାନକୁ ଫେରିଯିବେ। ଗତବର୍ଷ ଅଗଷ୍ଟ ମାସରେ ଭାରତ ସରକାର ଅତିରିକ୍ତ ୪୦୦ ଅତିରିକ୍ତ କମ୍ପାନୀ ମୁତୟନ କରିଥିଲେ। ଧାରା ୩୭୦ ଉଚ୍ଛେଦ ହେବାକୁ ଥିବାରୁ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଏଭଳି ପଦକ୍ଷେପ ନେଇଥିଲେ।

Related story