ଜାମିଆ ଓ ଜେଏନୟୁ ଶିକ୍ଷାର୍ଥୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଖୋଲା ଧମକ

ମୀରଟ: ନିଜର ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା କେନ୍ଦ୍ରମନ୍ତ୍ରୀ ସଞ୍ଜୀବ ବାଲିୟାନ ଏବେ ଜେଏନୟୁ ଓ ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଖୋଲା ଧମକ ଦେଉଛନ୍ତି। ଏହି ଦୁଇ ପ୍ରଖ୍ୟାତ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ କେନ୍ଦ୍ର ସରକାର ଧର୍ମ ଆଧାରରେ ନାଗରିକତା ଦେବା ପାଇଁ ଆଣିଥିବା ଆଇନକୁ ବିରୋଧ କରୁଛନ୍ତି। ଏଥିପାଇଁ ସରକାରଙ୍କ ତଣ୍ଟିରେ ଏହି ଦୁଇ ବିଶ୍ୱବିଦ୍ୟାଳୟ କଣ୍ଟା ହୋଇ ଲାଗିଛନ୍ତି। ଏବେ ଏମାନଙ୍କୁ ଦମନ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ବାଲିୟାନ ଖୋଲା ଧମକ […]

evb

Hemant Lenka
  • Published: Thursday, 23 January 2020
  • , Updated: 23 January 2020, 01:29 PM IST

ମୀରଟ: ନିଜର ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା କେନ୍ଦ୍ରମନ୍ତ୍ରୀ ସଞ୍ଜୀବ ବାଲିୟାନ ଏବେ ଜେଏନୟୁ ଓ ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଖୋଲା ଧମକ ଦେଉଛନ୍ତି। ଏହି ଦୁଇ ପ୍ରଖ୍ୟାତ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ କେନ୍ଦ୍ର ସରକାର ଧର୍ମ ଆଧାରରେ ନାଗରିକତା ଦେବା ପାଇଁ ଆଣିଥିବା ଆଇନକୁ ବିରୋଧ କରୁଛନ୍ତି।

ଏଥିପାଇଁ ସରକାରଙ୍କ ତଣ୍ଟିରେ ଏହି ଦୁଇ ବିଶ୍ୱବିଦ୍ୟାଳୟ କଣ୍ଟା ହୋଇ ଲାଗିଛନ୍ତି। ଏବେ ଏମାନଙ୍କୁ ଦମନ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ବାଲିୟାନ ଖୋଲା ଧମକ ଦେଇଛନ୍ତି।

ସେ କହିଛନ୍ତି, ଜେଏନୟୁ ଓ ଜାମିଆ ଛାତ୍ରଛାତ୍ରୀଙ୍କୁ ସାବାଡ କରିବା ପାଇଁ ମୋ ପାଖରେ ଠିକ ଅସ୍ତ୍ର ରହିଛି। ମୁଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅନୁରୋଧ କରୁଛି କି ସେ ମୋ କଥାକୁ ଗୁରୁତ୍ୱ ଦିଅନ୍ତୁ। ଜେଏନୟୁ ଓ ଜାମିଆରେ ଯେଉଁମାନେ ଦେଶ ବିରୋଧରେ ନାରା ଦେଉଛନ୍ତି ସେମାନଙ୍କୁ ସାବାଡ କରିବା ପାଇଁ ମୋ ପାଖରେ ଫର୍ମୁଲା ରହିଛି।

ଏହି ଦୁଇ ବିଶ୍ୱବିଦ୍ୟାଳୟରେ ୱେଷ୍ଟର୍ଣ୍ଣ ଉତ୍ତର ପ୍ରଦେଶ ଲୋକଙ୍କ ପାଇଁ ୧୦% ସ୍ଥାନ ସଂରକ୍ଷଣ କରିଦିଆଯାଉ। ଏହାପରେ ସେମାନେ ଆସି ସମସ୍ତଙ୍କୁ ସାବାଡ କରିଦେବେ। ଆଉ କାହାକୁ କିଛି କରିବାକୁ ପଡ଼ିବ ନାହିଁ।”

ବାଲିୟାନ ୱେଷ୍ଟର୍ଣ୍ଣ ଉତ୍ତର ପ୍ରଦେଶର ଉଦାହରଣ ଦେବାର ପଛରେ ଏକ ବଡ଼ କାରଣ ରହିଛି। ଭାରତ ମଧ୍ୟରେ ସବୁଠାରୁ ଅଧିକ ଅପରାଧ ଏହି ସ୍ଥାନରେ ହିଁ ଘଟିଥାଏ। ତେଣୁ ସେଠାକାର ଲୋକମାନେ ବିଶ୍ୱବିଦ୍ୟାଳୟକୁ ଆସିଲେ ସମସ୍ତଙ୍କୁ ଆକ୍ରମଣ କରି ଚୁପ କରାଇ ଦେବେ ବୋଲି ବାଲିୟାନ ପରୋକ୍ଷରେ କହିଛନ୍ତି।

Related story