ଦଶହରାରେ ସାମାନ୍ୟ କମିଲା ତୈଳଦର

ନୂଆଦିଲ୍ଲୀ: ପବିତ୍ର ବିଜୟା ଦଶମୀ ତଥା ଦଶହରାରେ ବର୍ଦ୍ଧିତ ତୈଳଦରରୁ ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ବିଶ୍ୱବଜାରରେ ଆଜି ଅଶୋଧିତ ତୈଳଦରର ମୂଲ୍ୟ ହ୍ରାସ ପାଇବାରୁ ଭାରତରେ ମଧ୍ୟ ଉଭୟ ଓ ପେଟ୍ରୋଲ ଓ ଡିଜେଲ୍‌ ଦର ହ୍ରାସ ପାଇଛି। ଆଜି ଦିଲ୍ଲୀରେ ପେଟ୍ରୋଲରର ଲିଟର୍‌ ପିଛା ଦର ୨୪ ପଇଓ ହ୍ରାସ ଘଟିଥିବା ବେଳେ ଡିଜେଲ୍‌ର ଲିଟର ପିଛା ଦର ୧୦ ପଇସା ଶସ୍ତା ହୋଇଛି। ଗତ ଦୁଇ ମାସ ଧରି ବଢ଼ି ଚାଲିଥିବା ତୈଳଦରରେ […]

a

Hemant Lenka
  • Published: Friday, 19 October 2018
  • , Updated: 19 October 2018, 08:15 PM IST

ନୂଆଦିଲ୍ଲୀ: ପବିତ୍ର ବିଜୟା ଦଶମୀ ତଥା ଦଶହରାରେ ବର୍ଦ୍ଧିତ ତୈଳଦରରୁ ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ବିଶ୍ୱବଜାରରେ ଆଜି ଅଶୋଧିତ ତୈଳଦରର ମୂଲ୍ୟ ହ୍ରାସ ପାଇବାରୁ ଭାରତରେ ମଧ୍ୟ ଉଭୟ ଓ ପେଟ୍ରୋଲ ଓ ଡିଜେଲ୍‌ ଦର ହ୍ରାସ ପାଇଛି।

ଆଜି ଦିଲ୍ଲୀରେ ପେଟ୍ରୋଲରର ଲିଟର୍‌ ପିଛା ଦର ୨୪ ପଇଓ ହ୍ରାସ ଘଟିଥିବା ବେଳେ ଡିଜେଲ୍‌ର ଲିଟର ପିଛା ଦର ୧୦ ପଇସା ଶସ୍ତା ହୋଇଛି। ଗତ ଦୁଇ ମାସ ଧରି ବଢ଼ି ଚାଲିଥିବା ତୈଳଦରରେ ପ୍ରଥମଥର ପାଇଁ ଆଜି ହ୍ରାସ ଘଟିଛି।

ଦର ହ୍ରାସ ପାଇବା ପରେ ଶୁକ୍ରବାର ଦିଲ୍ଲୀରେ ପେଟ୍ରୋଲ୍‌ର ଲିଟର୍‌ ପିଛା ଦର ୮୨.୩୮ ରହିଥିବା ବେଳେ ଡିଜେଲ୍‌ର ଲିଟର୍‌ ପିଛା ଦର ୭୫.୪୮ରେ ପହଞ୍ଚିଛି। ସେହିପରି ମୁମ୍ବାଇରେ ପେଟ୍ରୋଲର୍‌ର ଲିଟର୍‌ ପିଛା ଦର ୮୭.୮୪ ରହିଥିବା ବେଳେ ଡିଜେଲ୍‌ର ଲିଟର୍‌ ପିଛା ଦର ୭୯.୧୩ ଟଙ୍କା ରହିଛି। କୋଲକାତାରେ ପେଟ୍ରୋଲ୍‌ର ଦର ୮୪.୨୧ ଓ ଡିଜେଲ୍‌ର ଲିଟର୍‌ ପିଛା ଦର ୭୭.୩୩ ଟଙ୍କା ରହିଛି। ଚେନ୍ନାଇରେ ପେଟ୍ରୋଲର୍‌ର ଲିଟର୍‌ ପିଛା ଦର ୮୫.୬୩ ଟଙ୍କା ଓ ଡିଜେଲ୍‌ର ଲିଟର୍‌ ପିଛା ଦର ୭୯.୮୨ ଟଙ୍କା ରହିଛି।

ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୧୬ରୁ ଏ ପର୍ଯ୍ୟନ୍ତ ଲିଟର ପିଛା ପେଟ୍ରୋଲ ଦର ୬.୮୬ ଟଙ୍କା ଓ ଡିଜେଲ୍‌ ଦର ୬.୭୩ ଟଙ୍କା ବଢ଼ିଛି।

Related story