ଆମ୍ବ ପାଇଁ ୫ ବର୍ଷୀୟ ଶିଶୁକୁ ନିର୍ମମ ଭାବେ ହତ୍ୟା କଲେ ସାଙ୍ଗ

ରାୟପୁର: ଛତିଶଗଡ଼ର ଜାନଜଗିର-ଚାମ୍ପା ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ମାତ୍ର ଗୋଟିଏ ଆମ୍ବ ପାଇଁ ୪ ଜଣ ନାବାଳକ ୫ ବର୍ଷୀୟ ବନ୍ଧୁଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି। ଖାଲି ସେତିକି ନୁହେଁ ମୃତଦେହକୁ ପାଣିରେ ଫୋପାଡ଼ି ଖସି ଯିବାକୁ ଉଦ୍ୟମ ମଧ୍ୟ କରିଛନ୍ତି। ସମସ୍ତ ୪ ଅଭିଯୁକ୍ତ ନାବାଳକ ହୋଇଥିବାରୁ ସେମାନଙ୍କୁ ନ୍ୟାୟିକ ବ୍ୟବସ୍ଥାରେ ସାମିଲ କରାଯିବ ନାହିଁ। ମୃତ ଶିଶୁ ଜଣଙ୍କ ନାଁ ହେଉଛି ଶାହିଲ। ପୁଲିସ୍‌ ପକ୍ଷରୁ ମିଳିଥିବା ସୂଚନା […]

s

Hemant Lenka
  • Published: Wednesday, 03 July 2019
  • , Updated: 03 July 2019, 02:57 PM IST

ରାୟପୁର: ଛତିଶଗଡ଼ର ଜାନଜଗିର-ଚାମ୍ପା ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ମାତ୍ର ଗୋଟିଏ ଆମ୍ବ ପାଇଁ ୪ ଜଣ ନାବାଳକ ୫ ବର୍ଷୀୟ ବନ୍ଧୁଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି। ଖାଲି ସେତିକି ନୁହେଁ ମୃତଦେହକୁ ପାଣିରେ ଫୋପାଡ଼ି ଖସି ଯିବାକୁ ଉଦ୍ୟମ ମଧ୍ୟ କରିଛନ୍ତି। ସମସ୍ତ ୪ ଅଭିଯୁକ୍ତ ନାବାଳକ ହୋଇଥିବାରୁ ସେମାନଙ୍କୁ ନ୍ୟାୟିକ ବ୍ୟବସ୍ଥାରେ ସାମିଲ କରାଯିବ ନାହିଁ। ମୃତ ଶିଶୁ ଜଣଙ୍କ ନାଁ ହେଉଛି ଶାହିଲ।

ପୁଲିସ୍‌ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରବିବାର ୫ ଜଣ ସାଙ୍ଗ ଏକାଠି ଆମ୍ବ ତୋଳିବାକୁ ଯାଇଥିଲେ। ଜଣେ ସାଙ୍ଗ ଗଛରେ ଚଢ଼ି ଆମ୍ବ ତଳକୁ ଫୋପାଡ଼ୁଥିବା ବେଳେ ଅନ୍ୟମାନେ ଏହାକୁ ଏକାଠି କରୁଥିଲେ।

ଏହି ସମୟରେ ଶାହିଲ ଏକ ପାଚିଲା ଆମ୍ବାକୁ ଆଗୁଆ ଖାଇଦେଇଥିଲେ। ଏହା ଦେଖି ଆମ୍ବ ତୋଳୁଥିବା ପିଲା ଜଣଙ୍କ ତଳକୁ ଆସି ଶାହିଲଙ୍କ ସହ ପାଟିତୁଣ୍ଡ କରିଥିଲେ। ଏହାପରେ ସେ ନିଜ ପାଖରେ ରଖିଥିବା ଏକ ସ୍କ୍ରୁରେ ଶାହିଲଙ୍କ ଆଖି ଓ ମୁଣ୍ଡକୁ ଆକ୍ରମଣ କରିଥିଲେ।

ଶାହିଲ ରକ୍ତଶ୍ରାବ ଯୋଗୁ ଅଚେତ ହୋଇଯିବାରୁ ଆକ୍ରମଣ କରିଥିବା ପିଲା ଓ ଅନ୍ୟ ୩ ଜଣ ତାଙ୍କୁ ପାଣିରେ ଫୋପାଡ଼ି ଫେରାର ହୋଇ ଯାଇଥିଲା। ପରିବାର ଲୋକ ଶାହିଲଙ୍କ ନିଖୋଜ ସଂକ୍ରାନ୍ତରେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଗତକାଲି ଶାହିଲଙ୍କ ମୃତଦେହକୁ ଉଦ୍ଧାର କରିଥିଲା।

Related story