ପାଟନା: ରାଷ୍ଟ୍ରୀୟ ଜନତା ଦଳର ପ୍ରତିଷ୍ଠାତା ଲାଲୁ ପ୍ରସାଦ ଯାଦବଙ୍କ ପରିବାର ମଧ୍ୟରେ ମତାନ୍ତର ସୃଷ୍ଟି ହୋଇଛି। ଏହାକୁ ଦଳର ସାଂସଦ ତଥା ଲାଲୁଙ୍କ ବଡ଼ ଝିଅ ମୀସା ଭାରତୀ ସ୍ୱୀକାର କରିଛନ୍ତି। ଗତକାଲି ପାଟନା ସ୍ଥିତ ମନେରରେ ଦଳର କାର୍ଯ୍ୟକର୍ତ୍ତାଙ୍କୁ ମାସା ଭାରତୀ ସମ୍ୱଦ୍ଧିତ କରିବା ବେଳେ ଏହା ଉଲ୍ଲେଖ କରିଛନ୍ତି।
ଏହି ଅବସରରେ ସେ କହିଥିଲେ,“ ଆମ ପରିବାରରେ ଦୁଇ ଭାଇଙ୍କ ମଧ୍ୟରେ ମତାନ୍ତର ସୃଷ୍ଟି ହୋଇଛି। ହେଲେ ଆମ ଦଳ ଏକ ବଡ଼ ପରିବାର। ଭାଇ-ଭାଇ ମଧ୍ୟରେ ମନମାଳିନ୍ୟ ସବୁଠି ଦେଖିବାକୁ ମିଳିଥାଏ। ଯେପରି ହାତର ପାଞ୍ଚଟି ଅଙ୍ଗୁଳି ସମାନ ନଥାଏ। ସେପରି ପରିବାରରେ ସମସ୍ତଙ୍କ ମନ ମିଶିବା ସମ୍ଭବ ନୁହେଁ।”
ସେ ଆହୁରି କହିଛି,“କେହି ପିଠି ପଛରେ ଛୁରୀ ଭୁସିଲେ ତାହା ସହ୍ୟ କରି ହେବ ନାହିଁ। ସେ ଦଳର କାର୍ଯ୍ୟାକର୍ତ୍ତା ହେଲେ ମଧ୍ୟ ପ୍ରଶୟ ଦିଆଯିବ ନାହିଁ। କେବଳ ଆମର ନୁହେଁ, ପ୍ରାୟତଃ ସମସ୍ତ ପରିବାରରେ ଭାଇ ଭାଇ ମଧ୍ୟରେ ମନମାଳିନ୍ୟ ହୋଇଥାଏ। ହେଲେ ଏହାକୁ ଅଯଥାରେ ଇସ୍ୟୁ କରାଯାଉଛି।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
କାରରେ ଯାଉଥିବା ବେଳେ ଅନୀଲ ଦେଶମୁଖଙ୍କୁ ପଥର ମାଡ଼, ମୁଣ୍ଡ ଫାଟିଲା
ପଥର ମାଡ଼ରେ ତାଙ୍କ ମୁଣ୍ଡ ଫାଟି ଯାଇଛି। ଏଥିପାଇଁ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
National
ଭାରତୀୟ ମତ୍ସ୍ୟଜୀବୀଙ୍କୁ ନେଇ ପଳାଉଥିଲା ପାକିସ୍ତାନ
ନୋ-ଫିଶିଂ ଜୋନରେ ମାଛ ଧରୁଥିବାବେଳେ ଧରିନେଉଥିଲା ପାକିସ୍ତାନ। ସମୁଦ୍ରରେ ପାକିସ୍ତାନୀ ଜାହାଜକୁ ଦୀର୍ଘ ଦୁଇ ଘଣ୍ଟା ପିଛା କରି ମତ୍ସ୍ୟଜୀବୀଙ୍କୁ ମୁକୁଳାଇଲା ଭାରତୀୟ କୋଷ୍ଟଗାର୍ଡ।
Politics
କ୍ଷମତାରେ ଥିବା ବେଳେ ୟୁପିଏ ଭୁଲ କରିଥିବା କଥା ସ୍ୱୀକାର କଲେ ରାହୁଲ ଗାନ୍ଧି
କ୍ଷମତାରେ ଥିବା ବେଳେ ୟୁପିଏ ଜାତିଗତ ଜନଗଣନା କରି ନଥିଲା। ୟୁପିଏ ପ୍ରଥମେ ଜାତିଗତ ଜନଗଣନା ପ୍ରସଙ୍ଗ ଉଠାଇଥିଲେ ହେଁ ଏହାକୁ କାର୍ଯ୍ୟକାରୀ ନ କରିବା ଭୁଲ ଥିଲା ବୋଲି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି କହିଛନ୍ତି।
National
ପ୍ରବେଶ ନିଷେଧ: ମୁସଲିମ ବ୍ୟବସାୟୀମାନଙ୍କୁ ମେଳାରୁ ତଡ଼ି ଦେଲେ
ସ୍ୱଦେଶୀ ମେଳାକୁ ମୁସଲିମଙ୍କ ପ୍ରବେଶ ନିଷେଦ୍ଧ ବୋଲି ମଧ୍ୟ ଆୟୋଜନକମାନେ କହିଥିବା ଅଭିଯୋଗ ହୋଇଛି। ମୁସଲିମ ବ୍ୟବସାୟୀମାନେ ଷ୍ଟଲ ବୁକ କରିବା ସହ ଆବଶ୍ୟକ ଫି’ ଦେଇଥିଲେ।
National
ଅମିତ ଶାହଙ୍କ ବୈଠକ: ଅଶାନ୍ତ ମଣିପୁର ଗଲେ ଅତିରିକ୍ତ ୫୦ ପ୍ଲାଟୁନ କେନ୍ଦ୍ରୀୟ ଫୋର୍ସ
ମଣିପୁରରେ ହିଂସା ବଢ଼ୁଥିବାରୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ବ୍ୟାପକ କରିବାକୁ କହିଛି। ବୈଠକ ବେଳେ ସ୍ୱରାଷ୍ଟ୍ର ମନ୍ତ୍ରୀ ମଣିପୁରରେ ମୁତୟନ ହୋଇଥିବା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।