ଲାଲୁଙ୍କ ଘରେ ଫାଟ୍‌: ଦୁଇ ପୁଅଙ୍କ ମଧ୍ୟରେ ମତାନ୍ତର

ପାଟନା: ରାଷ୍ଟ୍ରୀୟ ଜନତା ଦଳର ପ୍ରତିଷ୍ଠାତା ଲାଲୁ ପ୍ରସାଦ ଯାଦବଙ୍କ ପରିବାର ମଧ୍ୟରେ ମତାନ୍ତର ସୃଷ୍ଟି ହୋଇଛି। ଏହାକୁ ଦଳର ସାଂସଦ ତଥା ଲାଲୁଙ୍କ ବଡ଼ ଝିଅ ମୀସା ଭାରତୀ ସ୍ୱୀକାର  କରିଛନ୍ତି। ଗତକାଲି ପାଟନା ସ୍ଥିତ ମନେରରେ ଦଳର କାର୍ଯ୍ୟକର୍ତ୍ତାଙ୍କୁ ମାସା ଭାରତୀ ସମ୍ୱଦ୍ଧିତ କରିବା ବେଳେ ଏହା ଉଲ୍ଲେଖ କରିଛନ୍ତି। ଏହି ଅବସରରେ ସେ କହିଥିଲେ,“ ଆମ ପରିବାରରେ ଦୁଇ ଭାଇଙ୍କ ମଧ୍ୟରେ ମତାନ୍ତର ସୃଷ୍ଟି ହୋଇଛି। ହେଲେ ଆମ ଦଳ ଏକ ବଡ଼ […]

lalu

Rakesh Mallick
  • Published: Tuesday, 09 October 2018
  • , Updated: 09 October 2018, 10:31 AM IST

ପାଟନା: ରାଷ୍ଟ୍ରୀୟ ଜନତା ଦଳର ପ୍ରତିଷ୍ଠାତା ଲାଲୁ ପ୍ରସାଦ ଯାଦବଙ୍କ ପରିବାର ମଧ୍ୟରେ ମତାନ୍ତର ସୃଷ୍ଟି ହୋଇଛି। ଏହାକୁ ଦଳର ସାଂସଦ ତଥା ଲାଲୁଙ୍କ ବଡ଼ ଝିଅ ମୀସା ଭାରତୀ ସ୍ୱୀକାର  କରିଛନ୍ତି। ଗତକାଲି ପାଟନା ସ୍ଥିତ ମନେରରେ ଦଳର କାର୍ଯ୍ୟକର୍ତ୍ତାଙ୍କୁ ମାସା ଭାରତୀ ସମ୍ୱଦ୍ଧିତ କରିବା ବେଳେ ଏହା ଉଲ୍ଲେଖ କରିଛନ୍ତି।
ଏହି ଅବସରରେ ସେ କହିଥିଲେ,“ ଆମ ପରିବାରରେ ଦୁଇ ଭାଇଙ୍କ ମଧ୍ୟରେ ମତାନ୍ତର ସୃଷ୍ଟି ହୋଇଛି। ହେଲେ ଆମ ଦଳ ଏକ ବଡ଼ ପରିବାର। ଭାଇ-ଭାଇ ମଧ୍ୟରେ ମନମାଳିନ୍ୟ ସବୁଠି ଦେଖିବାକୁ ମିଳିଥାଏ। ଯେପରି ହାତର ପାଞ୍ଚଟି ଅଙ୍ଗୁଳି ସମାନ ନଥାଏ। ସେପରି ପରିବାରରେ ସମସ୍ତଙ୍କ ମନ ମିଶିବା ସମ୍ଭବ ନୁହେଁ।”

ସେ ଆହୁରି କହିଛି,“କେହି ପିଠି ପଛରେ ଛୁରୀ ଭୁସିଲେ ତାହା ସହ୍ୟ କରି ହେବ ନାହିଁ। ସେ ଦଳର କାର୍ଯ୍ୟାକର୍ତ୍ତା ହେଲେ ମଧ୍ୟ ପ୍ରଶୟ ଦିଆଯିବ ନାହିଁ। କେବଳ ଆମର ନୁହେଁ, ପ୍ରାୟତଃ ସମସ୍ତ ପରିବାରରେ ଭାଇ ଭାଇ ମଧ୍ୟରେ ମନମାଳିନ୍ୟ ହୋଇଥାଏ। ହେଲେ ଏହାକୁ ଅଯଥାରେ ଇସ୍ୟୁ କରାଯାଉଛି।”

Related story