ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ପରିବହନ ବିଭାଗର ଏ-୩୨ ଆନ୍ତୋନୋଭ ବିମାନ ଏବେ ବି ନିଖୋଜ ରହିଛି। ସୋମବାର ନିଖୋଜ ହେବା ପରେ ବିଭିନ୍ନ ଅତ୍ୟାଧୁନିକ ବିମାନ ସହଯୋଗରେ ସର୍ଚ୍ଚ ଅପରେଶନ ଜାରି ରହିଥିଲେ ମଧ୍ୟ ଏଯାଏ ତା'ର କୌଣସି ପତ୍ତା ମିଳିନି। ସେପଟେ ବିମାନକୁ ଖୋଜିବା ପାଇଁ ନିକଟରେ ଆକାଶମାର୍ଗକୁ ଉତକ୍ଷେପଣ ହୋଇଥିବା ରିସାଟ ସିରିଜର ସାଟେଲାଇଟକୁ ନିୟୋଜିତ କରିଛି ଇସ୍ରୋ। ଏହି ସାଟେଲାଇଟ ଜରିଆରେ ଆକାଶରେ ଥାଇ ଭୂପୃଷ୍ଠର କୌଣସି ନିର୍ଦ୍ଦିଷ୍ଟ ଫଟୋ ଏହି ରିସାଟ୍ ସାଟେଲାଇଟ୍ ଉଠାଇ ପାରିବ।
ସୂଚନାଯୋଗ୍ୟ ଯେ ସୋମବାର ଏହି ବିମାନଟି ଆସାମର ଜୋରହାଟରୁ ଅରୁଣାଚଳ ପ୍ରଦେଶର ମେଚୁକା ସ୍ଥିତ ଆଡଭାନ୍ସଡ ଲ୍ୟାଣ୍ଡିଂ ଗ୍ରାଉଣ୍ଡକୁ ଯାଉଥିଲା। ଏହି ଆଡଭାନ୍ସଡ ଲ୍ୟାଣ୍ଡିଂ ଗ୍ରାଉଣ୍ଡ ଭାରତ-ଚୀନ ସୀମା ନିକଟରେ ଅବସ୍ଥିତ।
ବିମାନକୁ ଖୋଜିବା ପାଇଁ ସର୍ଚ୍ଚ ଅପରେଶନରେ ସୁଖୋଇ-୩୦ ଜେଟ୍, ସି-୧୩୦ଜେ, ଏନେ ୩୨ ୨ଟି ଏମଆଇ-୧୭ ଏବଂ ୨ଟି ଏଏଲଏଚ ହେଲିକପ୍ଟର ସାମିଲ ହୋଇଛନ୍ତି। ସେହିଭଳି ଭାରତୀୟ ନୌସେନାର ପି-୮୧ ବିମାନ ମଧ୍ୟ ଅପରେଶନରେ ସାମିଲ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଚୋରି ବିଦ୍ୟା ପାଇଁ ଖୋଲିଥିଲା ସ୍କୁଲ! ତାଲିମ ପରେ ଦିଆଯାଉଥିଲା ଚାକିରି, ମିଳୁଥିଲା ଦରମା
ଚୋରିରେ ଯିଏ ଯେତେ ସଫଳତା ହାସଲ କରୁଥିଲେ, ସେହି ଅନୁସାରେ ତାଙ୍କ ଦରମା ବୃଦ୍ଧି ବି ହେଉଥିଲା। ଏପରି ଗୋଟିଏ ମୋବାଇଲ ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ ହୋଇଛି।
National
କ୍ଲାସ୍ ରୁମ୍ରେ ପର୍ଣ୍ଣ ଫିଲ୍ମ ଦେଖୁଥିଲେ ଶିକ୍ଷକ, ଧରାପଡ଼ିବାରୁ ଛାତ୍ରଙ୍କୁ ନିର୍ଧୁମ ପିଟିଲେ
ପୁଲିସ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି।
National
ଗଞ୍ଜେଇ ସହ ଧରାପଡ଼ିଲେ ବିଧାୟିକାଙ୍କ ପୁଅ, ଅଭିଯୋଗକୁ ଖଣ୍ଡନ କଲେ ମା'
ଥାକଜୀ ବ୍ରିଜ ତଳୁ ଏକ ଗୋଷ୍ଠୀର ସଦସ୍ୟଙ୍କ ଠାରୁ ଗଞ୍ଜେଇ ଜବତ ହୋଇଥିଲା। ଏହି ମାମଲାରେ ସିପିଏମ୍ ବିଧାୟିକା ୟୁ ପ୍ରତିଭାଙ୍କ ପୁଅ ସମେତ ୯ ଜଣଙ୍କୁ ଗିରଫ କରାଯାଇଥିଲା।
National
ଜହ୍ଲାଦ ପାଲଟିଲା ସ୍ୱାମୀ, ତୃତୀୟ ଝିଅ ଜନ୍ମ ହେବାରୁ ସ୍ତ୍ରୀକୁ ଜୀଅନ୍ତା ଜାଳିଦେଲା
ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି।
National
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବିଶ୍ୱ ଚେସ୍ ଚାମ୍ପିଅନ୍ ଡି. ଗୁକେଶ
ମୋଦିଙ୍କୁ ନିଜ ବିଶ୍ୱ ଚେସ୍ ଚାମ୍ପିଅନସିପ୍ ମେଡାଲ୍ ଦେଖାଇବା ସହିତ, ସେ ଜିତିଥିବା ମ୍ୟାଚର ଅରିଜିନାଲ୍ ଚେସବୋର୍ଡ ପ୍ରଧାନମନ୍ତ୍ରୀଙ୍କୁ ଉପହାର ଦେଇଛନ୍ତି ଗୁକେଶ।