ଅଜିୱାଲ: ପୂରା ଦେଶରେ ଆଜିଠାରୁ ଅନଲକ-୧ ଲାଗୁ ହୋଇଥିବା ବେଳେ ମିଜୋରାମ କିନ୍ତୁ ନୂଆ ନିଷ୍ପତ୍ତି ନେଇଛି। ହଠାତ୍ ରାଜ୍ୟରେ ସଂକ୍ରମଣଙ୍କ ସଂଖ୍ୟା ବଢ଼ୁଥିବାରୁ ସରକାର ଆଜି ରାତି ୧୨ଟାରୁ ୨ ସପ୍ତାହ ଯାଏ ପୂର୍ଣ୍ଣକାଳୀନ ଲକଡାଉନ ଲାଗୁ କରିଛନ୍ତି।
ଏହାର ଅର୍ଥ କେବଳ ଜରୁରୀ ସେବାକୁ ଛାଡ଼ି ଦେଲେ ଆଉ ସବୁ କାର୍ଯ୍ୟକଳାପ ବନ୍ଦ ରହିବ। ରାଜ୍ୟରେ ୪୧ ପଜିଟିଭ କେସ ଆସିବାରୁ ମୁଖ୍ୟମନ୍ତ୍ରୀ ଜୋରାମଥଙ୍ଗ ଏକ ଜରୁରୀ ବୈଠକ ଡାକିଥିଲେ। ଏହି ବୈଠକରେ ୨ ସପ୍ତାହ ପାଇଁ ପୂର୍ଣ୍ଣକାଳୀନ ଲକଡାଉନ ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି।
ସେହିପରି କ୍ୱାରେଣ୍ଟାଇନ ଅବଧିକୁ ମଧ୍ୟ ରାଜ୍ୟ ସରକାର ୧୪ ଦିନରୁ ୨୧ ଦିନକୁ ବୃଦ୍ଧି କରିଛନ୍ତି। ବାହାର ରାଜ୍ୟରୁ ମିଜୋରାମକୁ ଲୋକମାନେ ଆସୁଥିବାରୁ ସରକାର ଏଭଳି ନିଷ୍ପତ୍ତି ନେଇଥିବା କଥା କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ବାୟୁ ପ୍ରଦୂଷଣ କରିପାରେ ଏହି ସବୁ ଜଟିଳ ରୋଗ
ପ୍ରଦୂଷିତ ବାୟୁ ଅଞ୍ଚଳରେ ରହିବା ଦ୍ୱାରା କେଉଁ କେଉଁ ସ୍ୱାସ୍ଥ୍ୟ ସମସ୍ୟା ହୁଏ, ଜାଣନ୍ତୁ...
Health
କେଉଁମାନେ ଚିଆ ସିଡ୍ସ ଖାଇବା ଅନୁଚିତ୍, ଜାଣନ୍ତୁ
ଶରୀରରେ କିଛି ସମସ୍ୟା ଥିଲେ ଚିଆ ସିଡ୍ସ ସେବନ ହାନିକାରକ ହୋଇପାରେ।
Health
ମଧୁମେହ ହେଲେ ଦେଖାଯାଏ ଏହି ସବୁ ପ୍ରାରମ୍ଭିକ ଲକ୍ଷଣ
ମଧୁମେହ ହେଲେ ଶରୀରରେ ପ୍ରଥମେ କେଉଁ ସବୁ ଲକ୍ଷଣ ଦେଖାଯାଏ, ଜାଣନ୍ତୁ...
Health
ଭାରତୀୟମାନେ ଦିନକୁ କେତେଥର ଖାଇବା ଉଚିତ?
ଆମ ଭାରତୀୟମାନଙ୍କ ପାଇଁ ଖାଇବା ହେଉଛି ଉପଭୋଗ କରିବାର ଏକ ସାମଗ୍ରୀ। ଯେତେବେଳେ ମନ ହୁଏ, ଆମେ ଖାଇନେଉ। ହେଲେ ଖାଦ୍ୟ ନିୟନ୍ତ୍ରଣ କରିବା ଆମ ପାଇଁ ଅତ୍ୟନ୍ତ କଷ୍ଟକର।
Health
ଅଧିକ ଲୁଣ ଖାଉଛନ୍ତି କି? ହୋଇପାରେ ପେଟ କ୍ୟାନ୍ସର୍
WHO ଅନୁଯାୟୀ, ଜଣେ ବୟସ୍କ ବ୍ୟକ୍ତି ପ୍ରତିଦିନ ୫ ଗ୍ରାମରୁ ଅଧିକ ଲୁଣ ଖାଇବା ଉଚିତ୍ ନୁହେଁ, ଏଥିରେ ୨ ଗ୍ରାମ ସୋଡିୟମ୍ ଏବଂ ୩.୫ ଗ୍ରାମ ପୋଟାସିୟମର ମିଶ୍ରଣ ରହିବା ଉଚିତ୍।