ମମତାଙ୍କ ସହ ସବୁ ସମ୍ପର୍କ ତୁଟାଇଲେ ଶୁଭେନ୍ଦୁ ଅଧିକାରୀ

କୋଲକାତା: ପ୍ରଥମେ ମନ୍ତ୍ରୀ ଓ ପରେ ବିଧାୟକ ପଦରୁ ଇସ୍ତଫା ଦେଇଥିବା ବରିଷ୍ଠ ରାଜନେତା ଶୁଭେନ୍ଦୁ ଅଧିକାରୀ ଆଜି ପଶ୍ଚିମବଙ୍ଗର କ୍ଷମତାସୀନ ତୃଣମୂଳ କଂଗ୍ରେସ(ଟିଏମସି)ରୁ ଇସ୍ତଫା ଦେଇଛନ୍ତି। ଏଥିସହ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ସବୁ ସମ୍ପର୍କ ତୁଟାଇ ଦେଇଛନ୍ତି। କୁହାଯାଉଛି ସେ ଖୁବଶୀଘ୍ର ବିଜେପିରେ ସାମିଲ ହେବେ। ଗତ ମାସରେ ଶୁଭେନ୍ଦୁ ମମତାଙ୍କ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ। ଏହାପରେ ସେ ଗତକାଲି ବିଧାୟକ ପଦରୁ ଇସ୍ତଫା ଦେଇଥିଲେ। ପୂର୍ବ ମେଦିନାପୁରର ନନ୍ଦିଗ୍ରାମ ନିର୍ବାଚନ ମଣ୍ଡଳୀର […]

d

Hemant Lenka
  • Published: Thursday, 17 December 2020
  • , Updated: 17 December 2020, 03:21 PM IST

କୋଲକାତା: ପ୍ରଥମେ ମନ୍ତ୍ରୀ ଓ ପରେ ବିଧାୟକ ପଦରୁ ଇସ୍ତଫା ଦେଇଥିବା ବରିଷ୍ଠ ରାଜନେତା ଶୁଭେନ୍ଦୁ ଅଧିକାରୀ ଆଜି ପଶ୍ଚିମବଙ୍ଗର କ୍ଷମତାସୀନ ତୃଣମୂଳ କଂଗ୍ରେସ(ଟିଏମସି)ରୁ ଇସ୍ତଫା ଦେଇଛନ୍ତି। ଏଥିସହ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ସବୁ ସମ୍ପର୍କ ତୁଟାଇ ଦେଇଛନ୍ତି। କୁହାଯାଉଛି ସେ ଖୁବଶୀଘ୍ର ବିଜେପିରେ ସାମିଲ ହେବେ।

ଗତ ମାସରେ ଶୁଭେନ୍ଦୁ ମମତାଙ୍କ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ। ଏହାପରେ ସେ ଗତକାଲି ବିଧାୟକ ପଦରୁ ଇସ୍ତଫା ଦେଇଥିଲେ। ପୂର୍ବ ମେଦିନାପୁରର ନନ୍ଦିଗ୍ରାମ ନିର୍ବାଚନ ମଣ୍ଡଳୀର ବିଧାୟକ ଥିବା ଶୁଭେନ୍ଦୁଙ୍କର ରାଜ୍ୟ ରାଜନୀତିରେ ବେଶ ଦବଦବା ରହିଛି।

ସେ ନନ୍ଦିଗ୍ରାମ ଆନ୍ଦୋଳନର ମୁଖ୍ୟ ପୁରୋଧା ଥିଲେ ଓ ବେଙ୍ଗଲରେ ମମତା ସରକାର ଗଠନ କରିବା ପଛରେ, ତାଙ୍କର ବହୁତ ବଡ଼ ଭୂମିକା ରହିଥିଲା। ଏବେ ଟିଏମସିରୁ ତାଙ୍କର ଇସ୍ତଫା ମମତାଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।

Related story