ଗୋଟିଏ କ୍ଲିକ୍‌ରେ ଇପିଏଫ ଟଙ୍କା:ଆସୁଛି ମୋବାଇଲ୍‌ ଆପ୍‌

ନୂଆଦିଲ୍ଲୀ: ଇପିଏଫ ପାଇଁ ଆଉ ହଟହଟା ହେବାକୁ ପଡ଼ିବନି। ବାରମ୍ବାର ଅଫିସକୁ ଧାଇଁବାକୁ ପଡ଼ିବନି। ଖୁବ୍ ଶୀଘ୍ର ଏହି ସମସ୍ୟାର ସମାଧାନ ହେବାକୁ ଯାଉଛି। ଏନେଇ କେନ୍ଦ୍ର ସରକାର ନୂଆ ବ୍ୟବସ୍ଥା କରିବାକୁ ଯୋଜନା ରଖିଛନ୍ତି।  ଏଣିକି ଗୋଟିଏ କ୍ଲିକ୍‌ରେ ଅର୍ଥାତ ମୋବାଲରେ ଇପିଏଫ ଟଙ୍କା ଉଠାଣ ପାଇଁ ଆବେଦନ କରାଯାଇପାରିବ।  ଏନେଇ  ଏକ ନୂଆ ମୋବାଇଲ ଆପ୍ଲିକେସନ ଆସୁଛି। ଯାହାର ନା’ ରହିଛି umang। ଏଭଳି ଏକ ଆପ୍ଲିକେସନକୁ ଇପିଏଫଓ (ଏମ୍ପ୍ଲଇଜ୍‌ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ) […]

woman-2

Rakesh Mallick
  • Published: Monday, 10 April 2017
  • , Updated: 10 April 2017, 08:59 PM IST

ନୂଆଦିଲ୍ଲୀ: ଇପିଏଫ ପାଇଁ ଆଉ ହଟହଟା ହେବାକୁ ପଡ଼ିବନି। ବାରମ୍ବାର ଅଫିସକୁ ଧାଇଁବାକୁ ପଡ଼ିବନି। ଖୁବ୍ ଶୀଘ୍ର ଏହି ସମସ୍ୟାର ସମାଧାନ ହେବାକୁ ଯାଉଛି। ଏନେଇ କେନ୍ଦ୍ର ସରକାର ନୂଆ ବ୍ୟବସ୍ଥା କରିବାକୁ ଯୋଜନା ରଖିଛନ୍ତି।  ଏଣିକି ଗୋଟିଏ କ୍ଲିକ୍‌ରେ ଅର୍ଥାତ ମୋବାଲରେ ଇପିଏଫ ଟଙ୍କା ଉଠାଣ ପାଇଁ ଆବେଦନ କରାଯାଇପାରିବ।  ଏନେଇ  ଏକ ନୂଆ ମୋବାଇଲ ଆପ୍ଲିକେସନ ଆସୁଛି। ଯାହାର ନା’ ରହିଛି umang। ଏଭଳି ଏକ ଆପ୍ଲିକେସନକୁ ଇପିଏଫଓ (ଏମ୍ପ୍ଲଇଜ୍‌ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ) ଡେଭଲପ୍‌ କରିଛି।

କର୍ମଚାରୀମାନେ ଏହି ଅନଲାଇନ ବ୍ୟବସ୍ଥାରେ ଇପିଏଫ ଟଙ୍କା ପାଇଁ ଆବେଦନ କରିପାରିବେ।  ଏ ସମ୍ପର୍କରେ ସୋମବାର କେନ୍ଦ୍ର ଶ୍ରମମନ୍ତ୍ରୀ ଲୋକସଭାରେ ସୂଚନା ଦେଇଛନ୍ତି। ପେନସନ, ବୀମା ଏବଂ ଅନ୍ୟାନ୍ୟ ବାବଦରେ ଟଙ୍କା ଉଠାଣ ପାଇଁ ଇପିଏଫଓରେ  ବର୍ଷକୁ କୋଟିଏ ଆବେଦନ ହେଉଛି। ଏସବୁ ଆବେଦନ ମାନୁଆଲି ହୋଇଆସୁଛି।

ତେଣୁ ଏହାର ସରଳୀକରଣ ପାଇଁ ଉପରୋକ୍ତ ପଦକ୍ଷେପ ନିଆଯାଛି। ଆବେଦନର ୨୦ଦିନ ଭିତରେ କର୍ମଚାରୀମାନେ ସେମାନଙ୍କ ସୁବିଧା ହାସଲ କରିପାରିବେ ବୋଲି କୁହାଯାଇଛି।

Related story