ପ୍ରଥମଥର ପ୍ରେସ୍‌ କନଫରେନ୍ସ କଲେ ମୋଦି, ରାହୁଲ କହିଲେ 'ଅଦ୍ଭୁତ' ଘଟଣା

ନୂଆଦିଲ୍ଲୀ: ଆସନ୍ତା ୧୯ ତାରିଖରେ ଶେଷ ପର୍ଯ୍ୟାୟ ଭୋଟ୍‌। ଆଜି ସନ୍ଧ୍ୟା ୬ଟା ପରଠାରୁ ଏଥିପାଇଁ ପ୍ରଚାର ଶେଷ ହୋଇଛି। ତେବେ ଆଜି ଶେଷ ଦିନରେ ଉଭୟ ବିଜେପି ଓ କଂଗ୍ରେସ ମଧ୍ୟରେ ସାମ୍ବାଦିକ ସମ୍ମିଳନୀ ଲଢ଼େଇ ଦେଖିବାକୁ ମିଳିଛି। ପ୍ରଥମଥର ପାଇଁ ୫ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳୀୟ ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ତାଙ୍କ ସହ ବିଜେପିର ସଭାପତି ଅମିତ ଶାହ ଉପସ୍ଥିତ ଥିଲେ। ତେବେ ସମ୍ମିଳନୀର ଶେଷ ଭାଗରେ ହୋଇଥିବା […]

mo

mo

Hemant Lenka
  • Published: Friday, 17 May 2019
  • Updated: 17 May 2019, 06:19 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତା ୧୯ ତାରିଖରେ ଶେଷ ପର୍ଯ୍ୟାୟ ଭୋଟ୍‌। ଆଜି ସନ୍ଧ୍ୟା ୬ଟା ପରଠାରୁ ଏଥିପାଇଁ ପ୍ରଚାର ଶେଷ ହୋଇଛି। ତେବେ ଆଜି ଶେଷ ଦିନରେ ଉଭୟ ବିଜେପି ଓ କଂଗ୍ରେସ ମଧ୍ୟରେ ସାମ୍ବାଦିକ ସମ୍ମିଳନୀ ଲଢ଼େଇ ଦେଖିବାକୁ ମିଳିଛି। ପ୍ରଥମଥର ପାଇଁ ୫ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳୀୟ ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ତାଙ୍କ ସହ ବିଜେପିର ସଭାପତି ଅମିତ ଶାହ ଉପସ୍ଥିତ ଥିଲେ। ତେବେ ସମ୍ମିଳନୀର ଶେଷ ଭାଗରେ ହୋଇଥିବା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ସାମ୍ବାଦିକଙ୍କ ସବୁ ପ୍ରଶ୍ନର ଉତ୍ତର ଅମିତ ଶାହ ଦେଇଥିଲେ।

ମୋଦି ଆଜି ପ୍ରଥମେ ଦେଶବାସୀଙ୍କୁ ଧନ୍ୟବାଦ ଦେବା ସହ ପୁଣିଥରେ ଏକ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ଥିବା ସରକାର ଗଠନ ହେବ ବୋଲି ଦୃଢ଼ୋକ୍ତି କରିଛନ୍ତି। ମୋଦି କହିଛନ୍ତି, “ମୁଁ ଏଠାକୁ ସମସ୍ତଙ୍କୁ ଧନ୍ୟବାଦ ଦେବାକୁ ଆସିଛି। କାରଣ ଦେଶବାସୀଙ୍କ ଆର୍ଶୀବାଦ ଯୋଗୁ ମୁଁ ଭାରତର ସେବା କରିପାରିଛି। ଆମେ କ୍ଷମତାକୁ ଆସିଲେ ଯଥାଶୀଘ୍ର ସମ୍ଭବ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବୁ। ନୂଆ ସରକାର ତାଙ୍କ ଦାୟିତ୍ୱ ଠିକ୍‌ ଭାବେ ନିର୍ବାହ କରିବେ। ପୁଣିଥରେ ଗୋଟିଏ ସରକାର ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ସହ କ୍ଷମତାକୁ ଫେରିବା ଘଟଣା ଦେଶ କେବେ ଦେଖିନାହିଁ। ଭଲ ସମୟରେ ଏବଂ ଖରାପ ସମୟରେ ଦେଶବାସୀ ଆମକୁ ଆର୍ଶୀବାଦ ଦେଇଛନ୍ତି।

ଦେଶବାସୀ ସର୍ବଦା ଆମ ସହ ରହିଛନ୍ତି। ଆମେ ଏକ ବିଶାଳ ଗଣତନ୍ତ୍ରରେ ରହିଥବାରୁ ସମସ୍ତେ ଗର୍ବ କରିବା ଦରକାର। ପୂର୍ବରୁ ନିର୍ବାଚନ ସମୟରେ ଦେଶରେ ଆଇପିଏଲ୍‌ ଭଳି କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ହୋଇପାରୁ ନଥିଲା। କିନ୍ତୁ ଏଥର ନିର୍ବାଚନ ସମୟରେ ଆଇପିଏଲ୍‌, ପରୀକ୍ଷା, ରମଜାନ ଓ ଇଷ୍ଟର ଭଳି ଅନେକ ପର୍ବପର୍ବାଣୀ ବେଶ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି।

ପୂର୍ବରୁ 'ପାରିବାରିକ' ସରକାର ଗଠନ ହେଉଥିଲା। ସେହିପରି କିଛି ସରକାର କେବଳ ୨ରୁ ୩ ବର୍ଷ କାର୍ଯ୍ୟ କରୁଥିଲେ। ପ୍ରଚାର ସମୟରେ ମୁଁ ଭଲ ଅଭିଜ୍ଞତା ହାସଲ କରିଛି। ମୋର ଗୋଟିଏ ବି ଶୋଭାଯାତ୍ରା ବାତିଲ ହୋଇନାହିଁ। ଆମେ ପୂରା ଯୋଜନା ସହ ସଭାର ଅୟୋଜନ କରିଥିଲୁ। ଏକଥା ଲୋକମାନେ ମଧ୍ୟ ଚାହିଁଲେ ତଥ୍ୟ ହାସଲ କରିପାରିବେ। ୨୦୧୪ ମସିହା ମେ’ ୧୭ରେ ଏକ ସ୍ୱଚ୍ଛ ସରକାର ଜନ୍ମ ଗ୍ରହଣ କରିଥିଲା।”

ଅମିତ ଶାହ ଆଜିର ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି ସରକାରଙ୍କ ସଫଳ କାର୍ଯ୍ୟକ୍ରମର ହିସାବ ଦେଇଛନ୍ତି। ସେ କହିଛନ୍ତି, ଗତ ୫ ବର୍ଷ ମଧ୍ୟରେ ମୋଦି ସରକାର ୧୩୩ଟି ଯୋଜନା କରିଛନ୍ତି। ସବୁ ବର୍ଗର ଲୋକଙ୍କ ପାଇଁ ଯୋଜନା ପ୍ରଣୟନ ହୋଇଛି। ଆଗକୁ ପ୍ରତି ୧୫ ଦିନରେ ଗୋଟିଏ ନୂଆ ଯୋଜନା ପ୍ରଣୟନ ହେବ।”

ରାହୁଲ ଗାନ୍ଧିଙ୍କ ଜବାବ

ଅନ୍ୟପକ୍ଷରେ ରାହୁଲ ଗାନ୍ଧି ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପି ଓ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ ପୁଣିଥରେ ମୋଦିଙ୍କୁ ରାଫେଲ ପ୍ରସଙ୍ଗରେ ବିତର୍କ ପାଇଁ ଆହ୍ୱାନ କରିଛନ୍ତି। ଏଥିସହ ସେ କହିଛନ୍ତି, ଚଳିତ ନିର୍ବାଚନରେ ସତ୍ୟର ବିଜୟ ହେବ। ସେ କହିଛନ୍ତି, ଦେଶର ପ୍ରଧାନମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀ କରିବା ଏକ ଅଦ୍ଭୂତ ଘଟଣା।

ଚଳିତ ନିର୍ବାଚନରେ ନିର୍ବାଚନ କମିଶନଙ୍କ କାର୍ଯ୍ୟକଳାପ ସନ୍ଦେହ ଘେରରେ ରହିଛି। ବିରୋଧୀ ଦଳ ଭାବେ କଂଗ୍ରେସ ଯେଉଁ କାମ କରିଛି, ତାକୁ ଏ’ ଗ୍ରେଡ୍‌ ମିଳିବା ଦରକାର। କଂଗ୍ରେସ ସୋନିଆ ଗାନ୍ଧି ଓ ମନମୋହନ ସିଂହଙ୍କ ଅଭିଜ୍ଞତାରୁ ଫାଇଦା ନେବ। କଂଗ୍ରେସ ସର୍ବଦା ଦେଶର ସମ୍ବିଧାନକୁ ବିଜେପି ଓ ମୋଦିଙ୍କ ଠାରୁ ରକ୍ଷା କରିବାକୁ ପ୍ରୟାସ କରି ଚାଲିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story