ଅହମ୍ମଦାବାଦ: ଆସନ୍ତାକାଲି ରାଖୀ ପୂର୍ଣ୍ଣିମା। ଏଥିପାଇଁ ରାଖୀ ବଜାରରେ ଭଉଣୀମାନଙ୍କ ଭିଡ଼ ଲାଗିଛି। ହେଲେ ଗୁଜରାଟ ସହରର ଏକ ସୁନା ଦୋକାନରେ ଏକ ନିଆରା ରାଖୀ ଦେଖିବାକୁ ମିଳିଛି। ସେଠାରେ ସୁନାର ରାଖୀ ବିକ୍ରି ହେଉଛି। ଏହି ରାଖୀରେ ପ୍ରଧାନମନ୍ତ୍ରୀ ମୋଦି ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଫଟୋ ରହିଛି।
ଏମିତିକି କିଛି ରାଖୀରେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନିଙ୍କ ଫଟୋ ମଧ୍ୟ ଲାଗିଛି। ଏହି ରାଖୀ କିଣିବା ପାଇଁ ମହିଳା ଓ ଯୁବତୀମାନଙ୍କ ଭିଡ଼ ଲାଗୁଛି।
ଏନେଇ ଜଣେ ଯୁବତୀ କହିଛନ୍ତି,“ଏହି ରାଖୀ ମୋ ଭାଇଙ୍କୁ ନରେନ୍ଦ୍ର ମୋଦିଙ୍କ ପରି ବଳିଷ୍ଠ ବ୍ୟକ୍ତି ହେବାକୁ ପ୍ରେରଣା ଦେବ।”
ସୂଚନାଯୋଗ୍ୟ, କେନ୍ଦ୍ର ସରକାର ରାଖୀକୁ ଜିଏସ୍ଟି ମୁକ୍ତ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଡିପ୍ ଫ୍ରିଜରେ ୩ ଘଣ୍ଟା ରହିଲା ମୃତଦେହ, ଚିତାରେ ହେଲା ହଲଚଲ
ମୃତଦେହକୁ ଡିପ୍ ଫ୍ରିଜରେ ରଖାଯିବା ପରେ ନିଆଗଲା ଶ୍ମଶାନ । ମାତ୍ର ସେଠାରେ ଚିତା ଉପରେ ଶୋଇଥିବା ମୃତକଙ୍କର ହଠାତ୍ ଶ୍ୱାସ ପ୍ରଶ୍ୱାସ ଚାଲିଲା ଓ ଦେହରେ ହଲଚଲ ଦେଖାଗଲା। ଶେଷରେ ଚିତାରୁ ଉଠାଇ ଆଣି ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।
National
ନୌସେନା ଜାହାଜ ସହ ପିଟିହେଲା ମାଛଧରା ବୋଟ୍, ତା’ ପରେ...
ଭାରତୀୟ ନୌସେନା ଜାହାଜ ସହ ପିଟି ହେଲା ମାଛଧରା ବୋଟ୍ । ଗୋଆ ସମୁଦ୍ର କୂଳରୁ ୭୦ କିମି ସମୁଦ୍ର ମଝିରେ ଗତ ସନ୍ଧ୍ୟାରେ ଏପରି ଅଘଟଣ ଘଟିଥିବା ଜଣାଯାଇଛି।
National
ବାଘ ନିକଟରେ ଲଗାଇ ଦେଲେ ବସ୍, ୨ ଗାଇଡ ସମେତ ୪ ସସ୍ପେଣ୍ଡ
ନିୟମ ବାହାରକୁ ଯାଇ ସେମାନେ ପର୍ଯ୍ୟଟକଙ୍କୁ ବାଘଙ୍କ ନିକଟକୁ ନେଇଗଲେ। ଏପରି ଏକ ଘଟଣାର ଭିଡିଓ ଭାଇରାଲ ହେବା ପରେ ସମୁଦାୟ ୪ ବନ କର୍ମଚାରୀଙ୍କୁ ସସ୍ପେଣ୍ଡ କରାଯାଇଛି।
National
ସାଙ୍ଗଙ୍କୁ ଦେଲେ ବିବାହ ଗିଫ୍ଟ, ପରେ ଷ୍ଟେଜ ଉପରେ ହିଁ ଟଳି ପଡ଼ିଲେ ଯୁବକ
ଷ୍ଟେଜ ଉପରେ ବରକନିଆଙ୍କୁ ଗିଫ୍ଟ ଦେଲେ। ମାତ୍ର ତା’ ପରେ ବିଗିଡ଼ିଗଲା ଅବସ୍ଥା। ହେଲେ ଛାତିରେ ଯନ୍ତ୍ରଣା ଓ ଷ୍ଟେଜ ଉପରେ ହିଁ ଟଳି ପଡ଼ିଲେ ଯୁବକ ।
National
ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ କିଏ ହାତେଇବ ଶାସନ ଗାଦି? କାଲି ଆସିବ ଫଳାଫଳ
ମହାରାଷ୍ଟ୍ରରେ ମରାଠି ଅସ୍ମିତା ବନାମ ଧର୍ମ ଯୁଦ୍ଧକୁ ନେଇ ନିର୍ବାଚନ ଲଢାଯାଇଥିବା ବେଳେ ଝାଡ଼ଖଣ୍ଡରେ ଆଦିବାସୀଙ୍କ ହକ, ଅନୁପ୍ରବେଶକୁ ମୁଦ୍ଦା କରି ନିର୍ବାଚନ ଲଢିଥିବା ନେତା ନିର୍ବାଚନୀ ବୈତରଣୀ ପାର୍ ହେବାକୁ ଚାହିଁ ରହିଛନ୍ତି ।