ବିରୋଧୀଙ୍କୁ ଆଶ୍ୱସ୍ତ ହେବାକୁ କହିଲେ ମୋଦି, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଆସନ୍ତାକାଲି କେନ୍ଦ୍ର ସରକାର ସଂସଦରେ କାମଚଳା ବଜେଟ୍‌ ଉପସ୍ଥାପନ କରିବେ। ନିର୍ବାଚନ ପୂର୍ବରୁ ଏହା ମୋଦି ସରକାରଙ୍କ ଶେଷ ବଜେଟ୍‌ ହୋଇଥିବାରୁ, ଏଥିରେ କ’ଣ ସବୁ ରହିବ, ତା’ ଉପରେ ରହିଛି ସମସ୍ତଙ୍କ ନଜର। ଏହା କାମଚଳା ବଜେଟ୍‌ ହୋଇଥିଲେ ହେଁ ସରକାର ଭୋଟରଙ୍କୁ ଆକୃଷ୍ଠ କରିବା ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ ଭଳି ବ୍ୟବସ୍ଥା କରିବେ ବୋଲି ବିରୋଧୀ ଆଶଙ୍କା କରିଛନ୍ତି। ବିରୋଧୀଙ୍କ ଏହି ଆଶଙ୍କାକୁ ଦୂର କରିବା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି […]

modi

Hemant Lenka
  • Published: Thursday, 31 January 2019
  • , Updated: 31 January 2019, 08:58 PM IST

ନୂଆଦିଲ୍ଲୀ: ଆସନ୍ତାକାଲି କେନ୍ଦ୍ର ସରକାର ସଂସଦରେ କାମଚଳା ବଜେଟ୍‌ ଉପସ୍ଥାପନ କରିବେ। ନିର୍ବାଚନ ପୂର୍ବରୁ ଏହା ମୋଦି ସରକାରଙ୍କ ଶେଷ ବଜେଟ୍‌ ହୋଇଥିବାରୁ, ଏଥିରେ କ’ଣ ସବୁ ରହିବ, ତା’ ଉପରେ ରହିଛି ସମସ୍ତଙ୍କ ନଜର। ଏହା କାମଚଳା ବଜେଟ୍‌ ହୋଇଥିଲେ ହେଁ ସରକାର ଭୋଟରଙ୍କୁ ଆକୃଷ୍ଠ କରିବା ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ ଭଳି ବ୍ୟବସ୍ଥା କରିବେ ବୋଲି ବିରୋଧୀ ଆଶଙ୍କା କରିଛନ୍ତି।

ବିରୋଧୀଙ୍କ ଏହି ଆଶଙ୍କାକୁ ଦୂର କରିବା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ପଷ୍ଟୀକରଣ ଦେଇଛନ୍ତି। ଆସନ୍ତକାଲିର ବିଗ୍‌ ଡେ’ ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦଳୀୟ ବୈଠକ ଡକାଇଥିଲେ। କେନ୍ଦ୍ର ସରକାର କାମଚଳା ବା ମଧ୍ୟବର୍ତ୍ତୀକାଳୀନ ବଜେଟ୍‌ ଉପସ୍ଥାପନ କରିବେ ଏବଂ ଏହାକୁ ନେଇ କେହି ବ୍ୟସ୍ତ ହୁଅନ୍ତୁ ନାହିଁ ବୋଲି ସେ ଏହି ବୈଠକରେ କହିଛନ୍ତି।

କଂଗ୍ରେସ ନେତା ଗୁଲାମନବୀ ଆଜାଦ୍‌ କହିଛନ୍ତି, “ଆଜିର ବୈଠକରେ ‌ଆସନ୍ତାକାଲି କେନ୍ଦ୍ର ସରକାର କାମଚଳା ବଜେଟ୍‌ ହିଁ ଉପସ୍ଥାପନ କରିବେ ବୋଲି ଆମକୁ କୁହାଯାଇଛି।”

ସାଧାରଣ ନିର୍ବାଚନ ପୂର୍ବରୁ ଏହା ଶେଷ ଅଧିବେଶନ ହୋଇଥିବାରୁ କିଛି କାମ କରିବାକୁ ମୋଦି ବିରୋଧୀଙ୍କୁ ପରାମର୍ଶ ଦେଇଛନ୍ତି। ତେବେ ବିରୋଧୀ ଅଣ ବିବାଦୀୟ ବିଲ୍‌କୁ ଉପସ୍ଥାପନ କରିବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ଚଳିତ ଅଧିବେଶନରେ କେନ୍ଦ୍ର ସରକାର ୪୪ଟି ବିଲ୍‌ ପାସ୍‌ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ସରକାର ଯଦି ଚଳିତ ବଜେଟ୍‌ ଅଧିବେଶନ ସମୟରେ ବିବାଦୀୟ ନାଗରିକତ୍ୱ ବିଲ୍‌ ପାସ୍‌ କରିବାକୁ ଚାହିଁବେ, ତା’ହେଲେ ଏହାକୁ ବିରୋଧୀମାନେ ଅଟକାଇବେ ବୋଲି ବୈଠକରେ ସ୍ପଷ୍ଟ କରିଛନ୍ତି।

Related story