ଇନ୍ଦିରାଙ୍କ ରେକର୍ଡ କାଟିଲେ ମୋଦି!

ନୂଆଦିଲ୍ଲୀ: ଉଭୟ ଗୁଜରାଟ ଓ ହିମାଚଳ ପ୍ରଦେଶରେ ବିଜେପି ସରକାର ଗଠନ କରିଛି। ଗୁଜରାଟ ପୂର୍ବରୁ ବିଜେପି କବ୍‌ଜାରେ ଥିଲା। ହିମାଚଳ ପ୍ରଦେଶକୁ ଦଳ କଂଗ୍ରେସ ହାତରୁ ଛଡ଼ା ଆଣିବାରେ ସକ୍ଷମ ହୋଇଛି। ଏହା ସହିତ ବିଜେପି ବର୍ତ୍ତମାନ ୧୯ ରାଜ୍ୟରେ ଶାସନ କ୍ଷମତାରେ ଅଛି (ଏଥିରୁ କିଛି ରାଜ୍ୟରେ ବିଜେପି ଅନ୍ୟ ଦଳ ମେଣ୍ଟ କରି ଶାସନରେ ଅଛି)। ଆଉ ଏହାର ମୁଖ୍ୟ ବିରୋଧୀ କଂଗ୍ରେସ ବର୍ତ୍ତମାନ ମାତ୍ର ୪ଟି ରାଜ୍ୟରେ ସୀମିତ ହୋଇଯାଇଛି। ବର୍ତ୍ତମାନର […]

ModiIndira

ModiIndira

Rakesh Mallick
  • Published: Thursday, 28 December 2017
  • Updated: 28 December 2017, 08:49 PM IST

ନୂଆଦିଲ୍ଲୀ: ଉଭୟ ଗୁଜରାଟ ଓ ହିମାଚଳ ପ୍ରଦେଶରେ ବିଜେପି ସରକାର ଗଠନ କରିଛି। ଗୁଜରାଟ ପୂର୍ବରୁ ବିଜେପି କବ୍‌ଜାରେ ଥିଲା। ହିମାଚଳ ପ୍ରଦେଶକୁ ଦଳ କଂଗ୍ରେସ ହାତରୁ ଛଡ଼ା ଆଣିବାରେ ସକ୍ଷମ ହୋଇଛି। ଏହା ସହିତ ବିଜେପି ବର୍ତ୍ତମାନ ୧୯ ରାଜ୍ୟରେ ଶାସନ କ୍ଷମତାରେ ଅଛି (ଏଥିରୁ କିଛି ରାଜ୍ୟରେ ବିଜେପି ଅନ୍ୟ ଦଳ ମେଣ୍ଟ କରି ଶାସନରେ ଅଛି)। ଆଉ ଏହାର ମୁଖ୍ୟ ବିରୋଧୀ କଂଗ୍ରେସ ବର୍ତ୍ତମାନ ମାତ୍ର ୪ଟି ରାଜ୍ୟରେ ସୀମିତ ହୋଇଯାଇଛି। ବର୍ତ୍ତମାନର ଏହି ସ୍ଥିତିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଇନ୍ଦିରା ଗାନ୍ଧୀଙ୍କ ସମୟରେ ୧୮ଟି ରାଜ୍ୟରେ ତାଙ୍କ ଦଳ କ୍ଷମତାସୀନ ହୋଇଥିଲା।

ଗତ ବୁଧବାର ବିଜେପିର ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏ ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ,“ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ୧୮ଟି ରାଜ୍ୟରେ ଶାସନ କରୁଥିଲା। କିନ୍ତୁ ଏବେ ବିଜେପି ଓ ଏହାର ମେଣ୍ଟ ଦଳଗୁଡ଼ିକ ୧୯ଟି ରାଜ୍ୟରେ ଶାସନ କରୁଛନ୍ତି। ଖୁବ୍‌ଶୀଘ୍ର ଆମେ ଅନ୍ୟ ରାଜ୍ୟରେ ମଧ୍ୟ ନିର୍ବାଚନ ଜିତିବା।” ଏହା କହିବା ବେଳେ ସେ ଖୁବ୍ ଭାବୁକ ହୋଇଯାଇଥିଲେ।

ବିଜେପି ଏବେ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ବିହାର, ଗୋଆ, ମଣିପୁର, ହିମାଚଳ ପ୍ରଦେଶ, ଗୁଜରାଟ, ଜମ୍ମୁ-କାଶ୍ମୀର, ହରିଆଣା, ରାଜସ୍ଥାନ, ମଧ୍ୟ ପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ, ଆସାମ, ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ ଓ ସିକ୍କିମରେ କ୍ଷମତାସୀନ ଅଛି। ଅନ୍ୟପକ୍ଷରେ କଂଗ୍ରେସ ଏବେ ପଞ୍ଜାବ, କର୍ଣ୍ଣାଟକ, ମେଘାଳୟ ଓ ମିଜୋରାମରେ କ୍ଷମତାରେ ଅଛି।

୨୦୧୮ରେ ନାଗାଲାଣ୍ଡ, କର୍ଣ୍ଣାଟକ, ତ୍ରିପୁରା, ମିଜୋରାମ  ଓ ମେଘାଳୟରେ ନିର୍ବାଚନ ହେବ। ଏଥିରୁ କର୍ଣ୍ଣାଟକ, ମିଜୋରାମ ଓ ମେଘାଳୟରେ କଂଗ୍ରେସର ସରକାର ରହିଛି। ଏହି ସବୁ ରାଜ୍ୟଗୁଡ଼ିକରେ ବିଜେପି ତା’ର କାୟା ବିସ୍ତାର କରିବାକୁ  କାମ ଆରମ୍ଭ କରି ଦେଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ନଜର ରହିଛି କର୍ଣ୍ଣାଟକ ଉପରେ। ଏହି ରାଜ୍ୟକୁ ପୁଣି ଦଳ ଦଖଲକୁ ଆଣି ଦକ୍ଷିଣ ଭାରତରେ ନିଜର ସ୍ଥିତିକୁ ଆହୁରି ମଜଭୁତ କରିବାକୁ ରଣନୀତି ଆରମ୍ଭ କରି ଦେଇଛି। ଅନ୍ୟପକ୍ଷରେ ରାହୁଲ ଗାନ୍ଧୀ କଂଗ୍ରେସର ମଙ୍ଗ ଧରିବା ପରେ ଦଳରେ ନୂଆ ଉତ୍ସାହ ଦେଖିବାକୁ ମିଳିଛି। ତେଣୁ ୨୦୧୮ରେ ରାଜନୈତିକ ଚିତ୍ର କ’ଣ ହେବ ତାହା ଦେଖିବାକୁ ଅପେକ୍ଷା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story