ନୂଆଦିଲ୍ଲୀ/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):୬ ଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ । ପ୍ରୋଟକଲ୍ ଭାଙ୍ଗି ବନ୍ଧୁ ରାଷ୍ଟ୍ରମୁଖ୍ୟଙ୍କୁ ବିମାନ ବନ୍ଦରରେ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତାକାଲି ଉଭୟ ନେତାଙ୍କ ମଧ୍ୟରେ ହେବ ଦ୍ୱିପାକ୍ଷିକ ଆଲୋଚନା। ଆଉ ତା’ ପରେ ତାଜମହଲ ବୁଲି ଦେଖିବେ ଇସ୍ରାଏଲ ରାଷ୍ଟ୍ରମୁଖ୍ୟ।
[caption id="attachment_200906" align="aligncenter" width="650"] ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହ ମୋଦି[/caption]
ମୋଦିଙ୍କ ନିମନ୍ତ୍ରଣକୁ ସ୍ୱୀକାର କରି ଦିଲ୍ଲୀରେ ପହଞ୍ଚିଛନ୍ତି ଇସ୍ରାଏଲ ରାଷ୍ଟ୍ରମୁଖ୍ୟ ତଥା ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ। ପ୍ରୋଟକଲ ଭାଙ୍ଗି ତାଙ୍କୁ ବିମାନ ବନ୍ଦରରେ ନିଜେ ସ୍ୱାଗତ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି। ଏହା ପରେ ଉଭୟ ରାଷ୍ଟ୍ରମୁଖ୍ୟ ପହଞ୍ଚିଥିଲେ ତିନ୍ ମୂର୍ତ୍ତି ଚୌକ୍ରେ। ଏହି ଅବସରରେ ସହିଦଙ୍କୁ ଦିଆଯାଇଥିଲା ଶ୍ରଦ୍ଧାଞ୍ଜଳି। ପ୍ରଥମ ବିଶ୍ୱଯୁଦ୍ଧରେ ପ୍ରାଣ ହରାଇଥିବା ଭାରତୀୟ ଯବାନଙ୍କ ଭୂମିକାକୁ ମନେ ପକାଇଥିଲେ ମୋଦି। ୧୦୦ ବର୍ଷ ତଳେ ପ୍ରଥମ ବିଶ୍ୱଯୁଦ୍ଧରେ ବହୁ ଭାରତୀୟ ଯବାନ ଇସ୍ରାଏଲର ହାଇଫାରେ ସହିଦ ହୋଇଥିଲେ । ୬ ଦିନିଆ ଗସ୍ତ ଅବସରରେ ନେତାନ୍ୟାହୁ ଦିଲ୍ଲୀ, ଅହମ୍ମଦାବାଦ ଏବଂ ମୁମ୍ବାଇ ଯିବେ। ଆସନ୍ତାକାଲି ହାଇଦ୍ରାବାଦ ହାଉସ୍ରେ ହେବ ଉଭୟ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଆଲୋଚନା। ଗତ ଜୁଲାଇରେ ଇସ୍ରାଏଲ ଯାଇଥିଲେ ମୋଦି । ସେତେବେଳେ ଦୁଇ ଦେଶର ସଂପର୍କରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହୋଇଥିଲା। ଆସନ୍ତାକାଲି ନିଜ ପତ୍ନୀଙ୍କ ସହତ ସେ ବିଶ୍ୱର ସପ୍ତାଶ୍ଚର୍ଯ୍ୟ ତାଜମହଲ ପରିଦର୍ଶନ କରିବେ। ପୂର୍ବରୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା ଭାରତଗସ୍ତରେ ଆସିଥିବା ବେଳେ ଏମିତି ପ୍ରୋଟକଲ ଭାଙ୍ଗିଥିଲେ ମୋଦି।
[caption id="attachment_200907" align="aligncenter" width="500"] ଭୁବନେଶ୍ୱର ଗସ୍ତରେ ଆସିଥିବା ବେଳେ ମୋଦି(ଫାଇଲ ଫଟୋ)[/caption]
ସେହିପରି ଗତ ଏପ୍ରିଲମାସରେ ମୋଦି ଭୁବନେଶ୍ୱର ଆସିଥିବା ବେଳେ ପୋଟକଲ ଭାଙ୍ଗିଥିଲେ । ବିଜେପି ଜାତୀୟ କାର୍ଯ୍ୟକାରିଣୀରେ ଯୋଗ ଦେବା ପାଇଁ ମୋଦି ଭୁବନେଶ୍ୱର ଆସିଥିବା ବେଳେ ଜୟଦେବ ବିହାର ଛକ ପୂର୍ବରୁ ନିଜେ ଭାଙ୍ଗି ଥିଲେ ପ୍ରୋଟକଲ। କାର୍ରୁ ଓହ୍ଲାଇ ଜନତାଙ୍କ ଅଭିବାଦନ ଗ୍ରହଣ କରିଥିଲେ। ରାସ୍ତାର ଦୁଇ ପାର୍ଶ୍ୱରେ ଥିବା ଲୋକଙ୍କ ପାଖକୁ ଯାଇ ମୋଦି ହାତ ମିଳାଇଥିଲେ। ନେତା-ଜନତାଙ୍କ ଏହି ମହାମିଳନ ବେଳକୁ ଭାଙ୍ଗି ଯାଇଥିଲା ବ୍ୟାରିକେଡ୍। ସୁରକ୍ଷା ବଳୟକୁ ଭେଦ କରି କିଛି ଲୋକ ମୋଦିଙ୍କ ପାଖରେ ପହଞ୍ଚି ଯାଇଥିଲେ। ପଦଯାତ୍ରା ପାଇଁ କୌଣସି ପୂର୍ବ ଯୋଜନା ନ ଥିବା ବେଳେ ମୋଦି ଚାଲିଥିଲେ ରାଜଧାନୀର ରାଜରାସ୍ତାରେ। ତେବେ କିଛି ବାଟ ଯିବା ପରେ ସୁରକ୍ଷା ଦୃଷ୍ଟିରୁ ପୁଣି ମୋଦି ନିଜ କାର୍ ନିକଟକୁ ଫେରି ଆସିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।