ନର୍ସଙ୍କୁ ଫୋନ୍ କଲେ ମୋଦି, ପଚାରି ବୁଝିଲେ ଗ୍ରାଉଣ୍ଡ ଜିରୋ ସ୍ଥିତି

ପୁଣେ: ମହାରାଷ୍ଟ୍ରରେ କରୋନା ଜନିତ ସ୍ଥିତି ସବୁଠାରୁ ଗମ୍ଭୀର ରହିଥିବାବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣେର ଏକ ହସ୍ପିଟାଲରେ କାର୍ଯ୍ୟରତ ନର୍ସଙ୍କ ସହ କଥା ହୋଇଛନ୍ତି। ମୋଦି ହସ୍ପିଟାଲର କର୍ମଚାରୀଙ୍କ କାମକୁ ପ୍ରଶଂସା କରିବା ସହ ପ୍ରକୃତ ସ୍ଥିତି ବାବଦରେ ଟିକିନିଖି ପଚାରି ବୁଝିଛନ୍ତି। ମୋଦି ଶୁକ୍ରବାର ଛାୟା ଜଗତାପ୍‌ ନାମକ ଜଣେ ନର୍ସଙ୍କ ସହ କଥା ହୋଇଛନ୍ତି। ବର୍ତ୍ତମାନ ଏହାର ଅଡିଓ ରେକର୍ଡିଂ ବେଶ୍‌ ଭାଇରାଲ ହେଉଛି। ଏଥିରେ ମୋଦି ମରାଠୀ ଭାଷାରେ ବାର୍ତ୍ତାଳପ […]

modi

Subrat Kumar Nayak
  • Published: Saturday, 28 March 2020
  • , Updated: 28 March 2020, 05:05 PM IST

ପୁଣେ: ମହାରାଷ୍ଟ୍ରରେ କରୋନା ଜନିତ ସ୍ଥିତି ସବୁଠାରୁ ଗମ୍ଭୀର ରହିଥିବାବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣେର ଏକ ହସ୍ପିଟାଲରେ କାର୍ଯ୍ୟରତ ନର୍ସଙ୍କ ସହ କଥା ହୋଇଛନ୍ତି। ମୋଦି ହସ୍ପିଟାଲର କର୍ମଚାରୀଙ୍କ କାମକୁ ପ୍ରଶଂସା କରିବା ସହ ପ୍ରକୃତ ସ୍ଥିତି ବାବଦରେ ଟିକିନିଖି ପଚାରି ବୁଝିଛନ୍ତି। ମୋଦି ଶୁକ୍ରବାର ଛାୟା ଜଗତାପ୍‌ ନାମକ ଜଣେ ନର୍ସଙ୍କ ସହ କଥା ହୋଇଛନ୍ତି।

ବର୍ତ୍ତମାନ ଏହାର ଅଡିଓ ରେକର୍ଡିଂ ବେଶ୍‌ ଭାଇରାଲ ହେଉଛି। ଏଥିରେ ମୋଦି ମରାଠୀ ଭାଷାରେ ବାର୍ତ୍ତାଳପ ଆରମ୍ଭ କରିଛନ୍ତି। ପ୍ରଥମେ ନର୍ସଙ୍କ ନିଜ ସ୍ୱାସ୍ଥ୍ୟାବସ୍ଥା ପଚାରିବା ସହ ତାଙ୍କ ପରିବାରର ଭୟକୁ କିପରି ମୁକାବିଲା କରୁଛନ୍ତି ଏବଂ ନିଜ ସୁରକ୍ଷା ବାବଦରେ କିପରି ସଚାତନ ଅଛନ୍ତି ସେହି ବିଷୟରେ ପଚାରି ବୁଝିଥିଲେ।

ଉତ୍ତରରେ ଛାୟା କହିଥିଲେ, “ହଁ ମୁଁ ମୋ ପରିବାରକୁ ନେଇ ଚିନ୍ତିତ ଅଛି। କିନ୍ତୁ କାମ କରିବାକୁ ହେବ। ଏଭଳି ସ୍ଥିତିରେ ରୋଗୀ ସେବା ଜରୁରୀ। ମୁଁ ଏସବୁକୁ ଠିକରେ ପରିଚାଳନା କରିପାରିଛି।”

ଏହାପରେ ମୋଦି ପଚାରିଥିଲେ ରୋଗୀ ଭୟଭୀତ ଅଛନ୍ତି କି ଏବଂ ଏହାର ନିରାକରଣ ପାଇଁ କ’ଣ କରାଯାଉଛି। ଉତ୍ତରରେ ଛାୟା କହିଥିଲେ, “ଆମେ ଚେଷ୍ଟା କରୁଛୁ ସେମାନଙ୍କ ସହ କଥା ହେବାପାଇଁ। ଆମେ ସେମାନଙ୍କୁ ଭୟଭୀତ ନହେବାକୁ କହୁଛୁ। ସେମାନଙ୍କୁ ଆଶ୍ୱାସନା ଦେଉଛୁ ତାଙ୍କର କିଛି ହେବନି। ତାଙ୍କର ରିପୋର୍ଟ ନକାରାତ୍ମକ ଆସିବ ବୋଲି ବାରମ୍ବାର ବୁଝାଉଛୁ।” ସେମାନଙ୍କ ମନରେ ସକାରାତ୍ମକ ଭାବନା ସୃଷ୍ଟି କରିବାକୁ ହସ୍ପିଟାଲ ଷ୍ଟାଫ୍‌ ଚେଷ୍ଟା କରୁଥିବା ଛାୟା କହିଛନ୍ତି।

ଶେଷରେ ମୋଦି ତାଙ୍କୁ ପଚାରିଥିଲେ ବିଭିନ୍ନ ସ୍ଥାନରେ ଅବିରତ କାର୍ଯ୍ୟ କରୁଥିବା ଲୋକଙ୍କୁ କ’ଣ ବାର୍ତ୍ତା ଦେବେ। ପ୍ରତିକ୍ରିୟାରେ ଛାୟା କହିଥିଲେ, “ମୁଁ ସେମାନଙ୍କୁ କହିବାକୁ ଚାହିଁବି କିଛି ଭୟ କରିବାର ନାହିଁ। ଆମକୁ ଏହି ରୋଗକୁ ଦୂରେଇବାକୁ ହେବ। ଆମ ଦେଶକୁ ଜିତାଇବାକୁ ହେବ। ଏହା ହିଁ ସବୁ ହସ୍ପିଟାଲ ଓ କର୍ମଚାରୀଙ୍କ ଲକ୍ଷ୍ୟ ହେବା ଦରକାର।”

Related story