ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନ୍ ଗସ୍ତ କରିଛନ୍ତି। ଆସନ୍ତା ୫ ତାରିଖ ଯାଏଁ ଜିଆମିନ୍ ସହରରେ ଚାଲିବ ଏହି ସମ୍ମିଳନୀ। ଏଥିରେ ଭାରତ, ଋଷିଆ, ବ୍ରାଜିଲ, ଚୀନ ଓ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରମୁଖ୍ୟମାନେ ଯୋଗଦେବେ। ପ୍ରଧାନମନ୍ତ୍ରୀ ମୋଦି ସମ୍ମିଳନୀରେ ଆତଙ୍କବାଦ ପ୍ରସଙ୍ଗ ଉଠାଇପାରନ୍ତି। ଆତଙ୍କବାଦ ଯୋଗୁଁ କିପରି ବ୍ରିକ୍ସ ରାଷ୍ଟ୍ରସମୂହ ପ୍ରଭାବିତ ହେଉଛନ୍ତି ମୋଦି ନିଜ ଉଦବୋଧନରେ କହିବେ। ଏଥିସହ ମୋଦି ଆର୍ଥିକ ସ୍ଥିତି, ସୁରକ୍ଷା ଓ ବିକାଶ ବ୍ୟତୀତ ଅନ୍ତର୍ଜାତୀୟ ପ୍ରସଙ୍ଗ ବି ଉଠାଇବେ। ସେହିପରି ସାଂସ୍କୃତିକ ଓ ଦ୍ୱିପାକ୍ଷିକ ସଂପର୍କ ଉପରେ ବି ଏଥିରେ ଗୁରୁତ୍ୱ ଦିଆଯିବ। ଏଥିସହ ମୋଦି ବ୍ରିକ୍ସ ବ୍ୟବସାୟୀ ପରିଷଦ ନେତାମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଥମ ଥର ପାଇଁ ବ୍ରିକ୍ସ ଶିଖର ସମ୍ମିଳନୀରେ ୫ ସହଯୋଗୀ ଦେଶଗୁଡ଼ିକୁ ନିମନ୍ତ୍ରଣ କରାଯଇଛି। ଏମାନଙ୍କ ମଧ୍ୟରୁ ଥାଇଲ୍ୟାଣ୍ଡ, ମେକ୍ସିକୋ, ମିଶ୍ର, ତାଜାକିସ୍ତାନ ଓ ଗିନି ଭଳି ଦେଶ ଅଛନ୍ତି। ଅଢ଼େଇ ମାସ ଧରି ଚୀନ୍ ସହ ଲାଗି ରହିଥିବା ଡୋକଲାମ ସୀମା ବିବାଦର ସମାଧାନ ନିକଟରେ ହୋଇଥିବା ବେଳେ ଏଭଳି ସମୟରେ ମୋଦି ଚୀନ୍ ଗସ୍ତ କରିଛନ୍ତି। ମୋଦି ୫ ତାରିଖରେ ମିଆଁମାର ଗସ୍ତ କରି ସେଠାରୁ ୭ ତାରିଖରେ ସ୍ୱଦେଶ ଫେରିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।