ନୂଆଦିଲ୍ଲୀ: ଆମେରିକା ଗସ୍ତ ସମୟରେ ହ୍ୱାଇଟ୍ ହାଉସ୍ରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଓ ତାଙ୍କ ପତ୍ନୀଙ୍କ ଆତିଥେୟତାରେ ଖୁସି ହୋଇଯାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ମଧ୍ୟ ଭୁଲି ନ ଥିଲେ ଟ୍ରମ୍ପଙ୍କ ପାଇଁ ଉପହାର ନେଇ ଯିବାକୁ। ଉପହାର ସ୍ୱରୂପ ସେ ଆମେରିକା ରାଷ୍ଟ୍ରପତିଙ୍କୁ ଦେଇଥିଲେ ଏକ ସାଲ୍। ଏହି ସାଲ୍ ହିମାଚଳ ପ୍ରଦେଶରୁ ଆସିଥିଲା। ହାତରେ ବୁଣା ହୋଇଛି ସାଲ୍ଟି। କେବଳ ଟ୍ରମ୍ପଙ୍କୁ ନୁହେଁ, ତାଙ୍କ ପତ୍ନୀ ମେଲାନିୟାଙ୍କୁ ମଧ୍ୟ ଉପହାର ଦେଇଥିଲେ ମୋଦି। ଉପହାର ସ୍ୱରୂପ ତାଙ୍କୁ ସିଲ୍ଭର୍ ବ୍ରେସ୍ଲେଟ୍ ଦେଇଥିଲେ। ତା’ସହିତ ଟ୍ରମ୍ପ ଦମ୍ପତିଙ୍କୁ ସେ ଚା ଓ ମହୁ ମଧ୍ୟ ଉପହାରରେ ଦେଇଥିଲେ। ପଞ୍ଜାବର ହୋଶିୟାରପୁରରେ ପ୍ରସ୍ତୁତ ହୋଇଥିବା ଏକ ସ୍ୱତନ୍ତ୍ର ଧରଣର କାଠ ବାକ୍ସକୁ ମଧ୍ୟ ମୋଦି ଉପହାର ସ୍ୱରୂପ ପ୍ରଦାନ କରିଥିଲେ ଟ୍ରମ୍ପ ଦମ୍ପତିଙ୍କୁ।
ଆମେରିକାରେ ମିଳିଥିବା ଆତିଥେୟତାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ଆମେରିକା ରାଷ୍ଟ୍ରପତି, ତାଙ୍କ ପତ୍ନୀ ଓ ଝିଅକୁ ଭାରତ ଆସିବାକୁ ଆମନ୍ତ୍ରଣ କରିଛନ୍ତି ମୋଦି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
କେବଳ ଚୋରି, ନା ଅଛି ଆଉ କିଛି କାରଣ; ସୈଫଙ୍କୁ ଛୁରାମାଡ଼ ଘଟଣାରେ ସସପେନ୍ସ ଜାରି
ଅସ୍ତ୍ରୋପଚାର ବେଳେ ସୈଫଙ୍କ ମେରୁଦଣ୍ଡରୁ ବାହାରିଛି ଏକ ଛୁରୀର ଅଂଶ, ଯାହାର ଲମ୍ବ ୨.୫ ଇଞ୍ଚ।
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।