ନୂଆଦିଲ୍ଲୀ: ଭାରତ ହେଉଛି ବିବିଧତାର ଦେଶ ଏଠାରେ ବିଭିନ୍ନ ଭାଷା, ଧର୍ମ ଓ ଜାତିର ଲୋକ ବାସ କରନ୍ତି। ତେଣୁ ଏହାର ବିବିଧତାକୁ ଅନୁଭବ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ କି ବାତ୍ ଜରିଆରେ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ।ଏହାଦ୍ୱାରା ବ୍ୟକ୍ତିତ୍ୱର ବିକାଶ ହୋଇପାରିବ ବୋଲି ମୋଦି କହିଛନ୍ତି । ମନ୍ କି ବାତ୍ କାର୍ଯ୍ୟକ୍ରମର ୩୬ତମ ସଂସ୍କରଣରେ ମୋଦି ବିଦେଶ ଯିବା ବଦଳରେ ଦେଶର ପର୍ଯ୍ୟଟନ ସ୍ଥଳୀ ବୁଲିବା ପାଇଁ ଲୋକମାନଙ୍କୁ ଅପିଲ୍ କରିଛନ୍ତି। ମୋଦି କହିଛନ୍ତି, ବୁଲିବା ପାଇଁ ବିଦେଶ ଯାଅ, କିନ୍ତୁ ପ୍ରଥମେ ନିଜ ଦେଶକୁ ଗୁରୁତ୍ୱ ଦେବା ଉଚିତ୍।
ଦେଶରେ ଏପରି ଅନେକ ସୁନ୍ଦର ପର୍ଯ୍ୟଟନସ୍ଥଳୀ ଅଛି, ଯାହା ବିଷୟରେ ଅଧିକାଂଶ ଜାଣିନାହାନ୍ତି । ତେଣୁ ସେସବୁ ସ୍ଥାନ ବୁଲିଲେ ଦେଶରେ ପର୍ଯ୍ୟଟନ ଶିଳ୍ପର ବିକାଶ ହେବ । ଏଥିସହ ମୋଦି ଅଧିକରୁ ଅଧିକ ଖଦି ବ୍ୟବହାର କରିବାକୁ ଦେଶବାସୀଙ୍କୁ କହିଛନ୍ତି । ଖଦି କେବଳ ବସ୍ତ୍ର ନୁହେଁ, ଏହା ଏକ ବିଚାର । ଧୀରେ ଧୀରେ ଖଦି ପ୍ରତି ଯୁବପିଢ଼ୀଙ୍କ ରୁଚି ବଢୁଛି। ତେଣୁ ଗାନ୍ଧି ଜୟନ୍ତୀରେ ଖଦି କିଣିବାକୁ ମୋଦି ଅପିଲ୍ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।