ମନ୍ଦିର ଦର୍ଶନ ସାରି ମସଜିଦ ଗଲେ ମୋଦି

ସିଙ୍ଗାପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଜି ସିଙ୍ଗାପୁର ଗସ୍ତର ଦ୍ୱିତୀୟ ତଥା ଶେଷ ଦିନ। ଏହି ଅବସରରେ ମୋଦି ଆଜି ସିଙ୍ଗାପୁରସ୍ଥିତ ଶ୍ରୀ ମରମ୍ମନ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି। ଏହାସହ ମନ୍ଦିର ପୂଜକଙ୍କଠାରୁ ଆଶୀର୍ବାଦ ନେଇଛନ୍ତି। ଏନେଇ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବିଶ୍‌ କୁମାର ଟ୍ୱିଟ୍‌ କରିଛନ୍ତି। ସେ ଟ୍ୱିଟ୍‌ରେ ଲେଖିଛନ୍ତି,“ ପ୍ରଧାନମନ୍ତ୍ରୀ ମୋଦି ସାଂସ୍କୃତିକ ସମ୍ପର୍କକୁ ମଜଭୁତ କରିବା ଉଦ୍ଦେଶ୍ୟରେ ସିଙ୍ଗାପୁରର ସବୁଠାରୁ  ପୁରୁଣା ହିନ୍ଦୁ ମନ୍ଦିରରେ ପୂଜା କରିଛନ୍ତି। ୧୮୨୭ ମସିହାରେ ଏହି […]

pmo

pmo

Rakesh Mallick
  • Published: Saturday, 02 June 2018
  • Updated: 02 June 2018, 01:05 PM IST

ସିଙ୍ଗାପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଜି ସିଙ୍ଗାପୁର ଗସ୍ତର ଦ୍ୱିତୀୟ ତଥା ଶେଷ ଦିନ। ଏହି ଅବସରରେ ମୋଦି ଆଜି ସିଙ୍ଗାପୁରସ୍ଥିତ ଶ୍ରୀ ମରମ୍ମନ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି। ଏହାସହ ମନ୍ଦିର ପୂଜକଙ୍କଠାରୁ ଆଶୀର୍ବାଦ ନେଇଛନ୍ତି। ଏନେଇ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବିଶ୍‌ କୁମାର ଟ୍ୱିଟ୍‌ କରିଛନ୍ତି। ସେ ଟ୍ୱିଟ୍‌ରେ ଲେଖିଛନ୍ତି,“ ପ୍ରଧାନମନ୍ତ୍ରୀ ମୋଦି ସାଂସ୍କୃତିକ ସମ୍ପର୍କକୁ ମଜଭୁତ କରିବା ଉଦ୍ଦେଶ୍ୟରେ ସିଙ୍ଗାପୁରର ସବୁଠାରୁ  ପୁରୁଣା ହିନ୍ଦୁ ମନ୍ଦିରରେ ପୂଜା କରିଛନ୍ତି। ୧୮୨୭ ମସିହାରେ ଏହି ମନ୍ଦିର ନିର୍ମାଣ ହୋଇଥିଲା।”

ମୋଦି ମନ୍ଦିର ଦର୍ଶନ ସାରିବା ପରେ ପ୍ରସିଦ୍ଧ ଚୁଲିଆ ମସଜିଦ ଯାଇଥିଲେ। ମୋଦିଙ୍କ ସହ ସିଙ୍ଗାପୁରର ସଂସ୍କୃତି ମନ୍ତ୍ରୀ ଗ୍ରେସ ୟେନ୍‌ ମଧ୍ୟ ଉପସ୍ଥିତ ଥିଲେ।

ଅନ୍ୟପକ୍ଷରେ ମୋଦି ଆଜି ଆମେରିକାର ପ୍ରତିରକ୍ଷା ସଚିବ ଜେମ୍ସ ମୋଟିସ୍‌ଙ୍କ ସହ ସାକ୍ଷାତ କରିଛନ୍ତି। ମୋଦି ମୋଟିସ୍‌ଙ୍କ ସହ ସାକ୍ଷାତ କରିବା ପୂର୍ବରୁ ସିଙ୍ଗାପୁରର ପୂର୍ବତନ ପ୍ରଧାନମନ୍ତ୍ରୀ ଗୋହ ଚୋକ ତେଗଙ୍କୁ ମଧ୍ୟ ଭେଟିଥିଲେ।

ମୋଦିଙ୍କ ୫ ଦିବସୀୟ ବିଦେଶଗସ୍ତ ଅବସରରେ ଇଣ୍ଡୋନେସିଆ ଓ ମଲେସିଆ ପରେ ଗୁରୁବାର ସିଙ୍ଗାପୁରରେ ପହଞ୍ଚିଥିଲେ। ଗତକାଲି ଦୁଇ ଦେଶ ମଧ୍ୟରେ ଅନେକ ଚୁକ୍ତି ସ୍ୱାକ୍ଷରିତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos