ମୋଦି କାଶ୍ମୀର ହିଂସା ବିଷୟରେ ସଂସଦରେ ବକ୍ତବ୍ୟ ରଖନ୍ତୁ: ଗୁଲାମ ନବୀ ଆଜାଦ

ନୂଆଦିଲ୍ଲୀ:ସଂସଦରେ ଆଜି କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କାଶ୍ମୀର ହିଂସାକୁ ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, “ମୋଦି ତାଙ୍କ ଅଫିସକୁ ସକାଳ ୧୦ଟାରୁ  ଆସି ସଂଧ୍ୟା ୬ଟା ପର୍ଯ୍ୟନ୍ତ ରହିଥାନ୍ତି। କିନ୍ତୁ ଗୁରୁତ୍ୱପୁର୍ଣ୍ଣ କଥା ଆଲୋଚନା ବେଳେ ସାମିଲ ହୋଇ ନ ଥାନ୍ତି।” ମୋଦି ଦଳିତଙ୍କ ଉପରେ ହେଉଥିବା ଅତ୍ୟାଚାର ଓ କାଶ୍ମୀର ହିଂସା ଉପରେ ରାଜ୍ୟ ସଭାରେ ବକ୍ତବ୍ୟ ରଖନ୍ତୁ ବୋଲି ଆଜାଦ ଦାବି କରିଛନ୍ତି। ଗତକାଲି […]

modi

Rakesh Mallick
  • Published: Wednesday, 10 August 2016
  • , Updated: 10 August 2016, 02:19 PM IST

ନୂଆଦିଲ୍ଲୀ:ସଂସଦରେ ଆଜି କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କାଶ୍ମୀର ହିଂସାକୁ ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, “ମୋଦି ତାଙ୍କ ଅଫିସକୁ ସକାଳ ୧୦ଟାରୁ  ଆସି ସଂଧ୍ୟା ୬ଟା ପର୍ଯ୍ୟନ୍ତ ରହିଥାନ୍ତି। କିନ୍ତୁ ଗୁରୁତ୍ୱପୁର୍ଣ୍ଣ କଥା ଆଲୋଚନା ବେଳେ ସାମିଲ ହୋଇ ନ ଥାନ୍ତି।” ମୋଦି ଦଳିତଙ୍କ ଉପରେ ହେଉଥିବା ଅତ୍ୟାଚାର ଓ କାଶ୍ମୀର ହିଂସା ଉପରେ ରାଜ୍ୟ ସଭାରେ ବକ୍ତବ୍ୟ ରଖନ୍ତୁ ବୋଲି ଆଜାଦ ଦାବି କରିଛନ୍ତି।

ଗତକାଲି କାଶ୍ମୀର ହିଂସା ନେଇ ସର୍ବଦଳୀୟ ବୈଠକ ଡାକିବାକୁ ରାଜ୍ୟସଭାରେ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ୍‌ ଦାବି କରିଥିଲେ। ଗୃହମନ୍ତ୍ରୀ ରାଜନାଥ ସିଂ ଉତ୍ତରରେ କହିଥିଲେ,  “କାଶ୍ମୀର ଘାଟିର ସ୍ଥିତି ଗମ୍ଭୀର ରହିଛି। ୩୩ ଦିନ ହେବ କାଶ୍ମୀରରେ କର୍ଫ୍ୟୁ ଜାରି ରହିଛି।”

Related story