ଦକ୍ଷିଣ ଆଫ୍ରିକାରେ ଟ୍ରେନରେ ଯାତ୍ରା କଲେ ମୋଦି

ଡର୍ବାନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦକ୍ଷିଣ ଆଫ୍ରିକା ଗସ୍ତ ସମୟରେ ଟ୍ରେନରେ ଯାତ୍ରା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଦକ୍ଷିଣ ଆଫ୍ରିକା ଡର୍ବାନର ପେଣ୍ଟ୍ରିଚ ରେଲୱେ ଷ୍ଟେସନରୁ ଚଢି ପିଟରମ୍ୟାରିଟସ୍‌ବର୍ଗ ପର୍ଯ୍ୟନ୍ତ ଯାତ୍ରା କରିଛନ୍ତି। ଏହି ଯାତ୍ରାରେ ଦକ୍ଷିଣ ଆଫ୍ରିକାର ସରକାରୀ ଅଧିକାରୀ ମଧ୍ୟ ତାଙ୍କ ସହ ଥିଲେ। ଏହା ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମଧ୍ୟ ଗତ ୨୦୦୬ରେ ତାଙ୍କ ଦକ୍ଷିଣ ଆଫ୍ରିକା ଗସ୍ତରେ ଟ୍ରେନରେ ଯାତ୍ରା କରିଥିଲେ। ମନମୋହନ ସିଂହ ତାଙ୍କ ପତ୍ନୀଙ୍କ ସହିତ […]

pm modi

Rakesh Mallick
  • Published: Saturday, 09 July 2016
  • , Updated: 04 May 2017, 03:44 PM IST

ଡର୍ବାନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦକ୍ଷିଣ ଆଫ୍ରିକା ଗସ୍ତ ସମୟରେ ଟ୍ରେନରେ ଯାତ୍ରା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଦକ୍ଷିଣ ଆଫ୍ରିକା ଡର୍ବାନର ପେଣ୍ଟ୍ରିଚ ରେଲୱେ ଷ୍ଟେସନରୁ ଚଢି ପିଟରମ୍ୟାରିଟସ୍‌ବର୍ଗ ପର୍ଯ୍ୟନ୍ତ ଯାତ୍ରା କରିଛନ୍ତି। ଏହି ଯାତ୍ରାରେ ଦକ୍ଷିଣ ଆଫ୍ରିକାର ସରକାରୀ ଅଧିକାରୀ ମଧ୍ୟ ତାଙ୍କ ସହ ଥିଲେ।

ଏହା ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମଧ୍ୟ ଗତ ୨୦୦୬ରେ ତାଙ୍କ ଦକ୍ଷିଣ ଆଫ୍ରିକା ଗସ୍ତରେ ଟ୍ରେନରେ ଯାତ୍ରା କରିଥିଲେ। ମନମୋହନ ସିଂହ ତାଙ୍କ ପତ୍ନୀଙ୍କ ସହିତ ପେଣ୍ଟ୍ରିଚ ରେଲୱେ ଷ୍ଟେସନରୁ ପିଟରମ୍ୟାରିଟସ୍‌ବର୍ଗ ପର୍ଯ୍ୟନ୍ତ ଟ୍ରେନରେ ଯାତ୍ରା କରିଥିଲେ।

ପେଣ୍ଟ୍ରିଚ ରେଲୱେ ଷ୍ଟେସନ ଠାରୁ ପିଟରମ୍ୟାରିଟସ୍‌ବର୍ଗ ପର୍ଯ୍ୟନ୍ତ ଟ୍ରେନରେ ଯାତ୍ରା କରିବାର ଏକ ଐତିହାସିକ ମହତ୍ତ୍ୱ ଅଛି। ପ୍ରକୃତରେ ୧୮୯୩ ମସିହା ଜୁନ ୭ରେ ଜଣେ ଯୁବ ଓକିଲ ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କୁ ଟ୍ରେନର ଫାଷ୍ଟକ୍ଲାସ କୋଚରୁ ବାହାରକୁ ଫୋପାଡି ଦିଆଯାଇଥିଲା। ସେ ଏହି ରାସ୍ତାରେ ଯାତ୍ରା କରୁଥିଲେ। ଗାନ୍ଧୀ କୃଷ୍ଣବର୍ଣ୍ଣ ହୋଇଥିବାରୁ ତାଙ୍କୁ ଟ୍ରେନରେ ପ୍ରଥମଶ୍ରେଣୀ ଡବାରେ ରହିବାକୁ ଦିଆଯାଇନଥିଲା। ଏହା ପରେ ସେ ଦକ୍ଷିଣ ଆଫ୍ରିକାରେ ଭାରତୀୟ ଲୋକମାଙ୍କ ନାଗରିକ ଅଧିକାର ପାଇଁ ଲଢେଇ ଆରମ୍ଭ କରିଥିଲେ ଏବଂ ଏମ.କେ. ଗାନ୍ଧୀରୁ ମହାତ୍ମା ଗାନ୍ଧୀ ପାଲଟି ଯାଇଥିଲେ।

Related story