ପଳାତକ ମାଲ୍ୟାକୁ ଫେରାଇ ଦିଅ: ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ ମୋଦି କଲେ ଅନୁରୋଧ

ମଦ ସମ୍ରାଟ ବିଜୟ ମାଲ୍ୟାଙ୍କ ପାଇଁ ଅଡ଼ୁଆ ବଢିଲା।  ଜର୍ମାନର ହାମବର୍ଗରେ ଆୟୋଜିତ ଜି-୨୦ ସମ୍ମିଳନୀର ଦ୍ୱିତୀୟ ଦିନରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଟେରେସା ମେ’ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି ନରେନ୍ଦ୍ର ମୋଦି। ଏହି ଆଲୋଚନାରେ ପଳାତକ ମାଲ୍ୟାଙ୍କୁ ଭାରତକୁ ପ୍ରର୍ତ୍ୟପଣ କରିବାକୁ ଟେରେସା ମେ’ଙ୍କୁ ଅନୁରୋଧ କରିଛନ୍ତି ନରେନ୍ଦ୍ର ମୋଦି। ବିଦେଶ ମନ୍ତ୍ରଣାଳାୟ ପକ୍ଷରୁ ଟ୍ୱିଟ୍‌ ଦ୍ୱାରା ଏହାର ସୂଚନା ଦିଆଯାଇଛି। ଦେବାଳିଆ କିଙ୍ଗଫିଶର ଏୟାରଲାଇନ୍ସକୁ ପୁର୍ନରୁଦ୍ଧାର କରିବା ପାଇଁ ଦେଶର ୧୭ଟି ବ୍ୟାଙ୍କରୁ ୯ […]

mallya modi

mallya modi

Rakesh Mallick
  • Published: Saturday, 08 July 2017
  • Updated: 08 July 2017, 06:55 PM IST

Sports

Latest News

ମଦ ସମ୍ରାଟ ବିଜୟ ମାଲ୍ୟାଙ୍କ ପାଇଁ ଅଡ଼ୁଆ ବଢିଲା।  ଜର୍ମାନର ହାମବର୍ଗରେ ଆୟୋଜିତ ଜି-୨୦ ସମ୍ମିଳନୀର ଦ୍ୱିତୀୟ ଦିନରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଟେରେସା ମେ’ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି ନରେନ୍ଦ୍ର ମୋଦି। ଏହି ଆଲୋଚନାରେ ପଳାତକ ମାଲ୍ୟାଙ୍କୁ ଭାରତକୁ ପ୍ରର୍ତ୍ୟପଣ କରିବାକୁ ଟେରେସା ମେ’ଙ୍କୁ ଅନୁରୋଧ କରିଛନ୍ତି ନରେନ୍ଦ୍ର ମୋଦି। ବିଦେଶ ମନ୍ତ୍ରଣାଳାୟ ପକ୍ଷରୁ ଟ୍ୱିଟ୍‌ ଦ୍ୱାରା ଏହାର ସୂଚନା ଦିଆଯାଇଛି।

ଦେବାଳିଆ କିଙ୍ଗଫିଶର ଏୟାରଲାଇନ୍ସକୁ ପୁର୍ନରୁଦ୍ଧାର କରିବା ପାଇଁ ଦେଶର ୧୭ଟି ବ୍ୟାଙ୍କରୁ ୯ ହଜାର କୋଟି ଟଙ୍କାର ଋଣ ନେଇଥିଲେ ମାଲ୍ୟା। ହେଲେ ଧାର୍ଯ୍ୟ ସମୟସୀମା ମଧ୍ୟରେ ଋଣ ସୁଝି ନଥିଲେ ମାଲ୍ୟା। ତେଣୁ ବ୍ୟାଙ୍କସବୁ ଏକଜୁଟ ହୋଇଥିଲେ ଓ ମାଲ୍ୟା ଯେପରି ଦେଶ ବାହାରକୁ ନ ଯାଆନ୍ତି ସେଥିନେଇ ୨୦୧୬ରେ ସୁପ୍ରିମକୋର୍ଟରେ ଅପିଲ୍‌ କରିଥିଲେ। ହେଲେ କୋର୍ଟ ରାୟ ଦେବା ପୂର୍ବରୁ ପଳାତକ ସାଜି ଲଣ୍ଡନ ଚାଲିଯାଇଥିଲେ ମାଲ୍ୟା। ବ୍ରିଟେନରୁ ମାଲ୍ୟାଙ୍କୁ ଭାରତ ଆଣିବାକୁ ପୂର୍ବରୁ ଅନେକ ଥର ଚେଷ୍ଟା କରାଗଲାଣି, କିନ୍ତୁ ମାଲ୍ୟାଙ୍କୁ ଭାରତ ଆଣିବା ସମ୍ଭବପର ହେଉନାହିଁ। ମାଲ୍ୟାଙ୍କ ପ୍ରର୍ତ୍ୟପଣ ମାମଲା ଏବେ ବ୍ରିଟେନ କୋର୍ଟରେ ବିଚରାଧୀନ ରହିଛି। ତେବେ ଏହି ଆଲୋଚନା ପରେ ମାଲ୍ୟାଙ୍କୁ ଭାରତ ଆଣିବା ପାଇଁ ଆଶା ସଂଚାର ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos