୩୨ ବର୍ଷ ଧରି ମୋଦିଙ୍କୁ ଖୋଜିଥିଲେ ବ୍ୟାଙ୍କ ଅଧିକାରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କ (ଆଇପିପିବି)ର ଶୁଭାରମ୍ଭ କରିବା ଅବସରରେ ତାଙ୍କ ସଂପର୍କରେ ଏକ କଥା କହିଛନ୍ତି। ସେ କହିଛନ୍ତି ଯେ ବିଧାୟକ ହେବା ପର୍ଯ୍ୟନ୍ତ ତାଙ୍କର କୌଣସି ଅପରେସ୍‌ନାଲ୍ ବ୍ୟାଙ୍କ ଖାତା ନଥିଲା ଯେଉଁଠି କି ନେଣଦେଣ ହୋଇପାରିବ। କାରଣ ତାଙ୍କ ପାଖରେ ଅଧିକ ଟଙ୍କା ନଥିଲା। ଏ ବିଷୟରେ କହିଲା ବେଳେ ସେ ତାଙ୍କ ସ୍କୁଲ୍ ବେଳ କଥା ମନେ ପକାଇଥିଲେ। ସେ କହିଥିଲେ,“ମୁଁ ସ୍କୁଲ୍‌ରେ ପଢ଼ିବା ବେଳେ […]

modi2

modi2

Jitendra Garnayak
  • Published: Sunday, 02 September 2018
  • Updated: 02 September 2018, 08:17 AM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କ (ଆଇପିପିବି)ର ଶୁଭାରମ୍ଭ କରିବା ଅବସରରେ ତାଙ୍କ ସଂପର୍କରେ ଏକ କଥା କହିଛନ୍ତି। ସେ କହିଛନ୍ତି ଯେ ବିଧାୟକ ହେବା ପର୍ଯ୍ୟନ୍ତ ତାଙ୍କର କୌଣସି ଅପରେସ୍‌ନାଲ୍ ବ୍ୟାଙ୍କ ଖାତା ନଥିଲା ଯେଉଁଠି କି ନେଣଦେଣ ହୋଇପାରିବ। କାରଣ ତାଙ୍କ ପାଖରେ ଅଧିକ ଟଙ୍କା ନଥିଲା।

ଏ ବିଷୟରେ କହିଲା ବେଳେ ସେ ତାଙ୍କ ସ୍କୁଲ୍ ବେଳ କଥା ମନେ ପକାଇଥିଲେ। ସେ କହିଥିଲେ,“ମୁଁ ସ୍କୁଲ୍‌ରେ ପଢ଼ିବା ବେଳେ ଦେନା ବ୍ୟାଙ୍କ ଏକ ଯୋଜନା ଆଣିଥିଲା। ଏହି ଯୋଜନା ଅନୁସାରେ ସ୍କୁଲ୍ ପିଲାଙ୍କୁ କୁମ୍ପି (ପଇସା ଜମା କରିବା ପାଇଁ) ଦିଆଯାଉଥିଲା ଓ ସେମାନଙ୍କ ନାଁରେ ବ୍ୟାଙ୍କରେ ଜମାଖାତା ଖୋଲା ଯାଉଥିଲା।”

“ମୋତେ ବି ସେମାନେ ଏକ କୁମ୍ପି ଦେଇଥିଲେ ଓ ମୋ ନାଁରେ ବ୍ୟାଙ୍କରେ ଗୋଟିଏ ଜମାଖାତା ଖୋଲିଥିଲେ। ମୋ କୁମ୍ପି ସବୁ ବେଳେ ଖାଲି ରହୁଥିଲା। ତା’ପରେ ମୁଁ ଗାଁ ଛାଡ଼ି ଥିଲି। ବ୍ୟାଙ୍କରେ ଖୋଲା ଯାଇଥିବା ଖାତା ସେମିତି ଚାଲିଥିଲା ଓ ବ୍ୟାଙ୍କ ଅଧିକାରୀଙ୍କୁ ପ୍ରତିବର୍ଷ ସେଗୁଡ଼ିକୁ ରିନ୍ୟୁ କରିବାକୁ ପଡ଼ୁଥିଲା। ବ୍ୟାଙ୍କ ଅଧିକାରୀମାନେ ମୋ ଖାତାକୁ ବନ୍ଦ କରି ଦେବା ପାଇଁ ମତେ ଖୋଜୁଥିଲେ।”

ପ୍ରଧାନମନ୍ତ୍ରୀ କହିଥିଲେ,“୩୨ ବର୍ଷ ପରେ ବ୍ୟାଙ୍କ ଅଧିକାରୀମାନେ ମତେ ଖୋଜି ପାଇଥିଲେ ଓ ଖାତା ବନ୍ଦ କରିବା ପାଇଁ ମୋ ସହ ଯୋଗାଯୋଗ କଲେ। ସେମାନେ ମୋ ପାଖକୁ ଆସିଲେ ଓ ଖାତା ବନ୍ଦ କରି ଦେବା ପାଇଁ ଦସ୍ତଖତ କରିବାକୁ ମତେ ଅନୁରୋଧ କରିଥିଲେ।”

ସୂଚନାଯୋଗ୍ୟ, ପୋଷ୍ଟ ଅଫିସ୍‌ରେ ଆରମ୍ଭ କରାଯାଇଥିବା ଏହି ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କ ବ୍ୟବସ୍ଥାରେ ଅନେକ ସୁବିଧା ରହିଛି। ଏଥିରେ ସେଭିଙ୍ଗ୍ ଆକାଉଣ୍ଟ୍, କରେଣ୍ଟ ଆକାଉଣ୍ଟ ଖୋଲି ହେବ। ଟଙ୍କା ଟ୍ରାନ୍ସଫର କରି ହେବ। ତା’ ସହିତ ଆଉ କିଛି ସେବା ମଧ୍ୟ ଉପଲବ୍ଧ ହେବ। ୨୦୧୮ ଶେଷ ସୁଦ୍ଧା ଦେଶର ସବୁ ପୋଷ୍ଟ୍ ଅଫିସ୍‌ରେ ଏହି ସେବା ଉପଲବ୍ଧ କରିବାକୁ ସରକାର ଯୋଜନା ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story