ମୋଦି ସରକାରଙ୍କ ୟୁନିଫର୍ମ ସିଭିଲ କୋଡ୍‌ ପ୍ରସ୍ତାବକୁ ଶିବସେନାର ସମର୍ଥନ

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ସରକାରଙ୍କୁ ସବୁବେଳେ ସମାଲୋଚନା କରୁଥିବା ଶିବସେନା ଆଜି ୟୁନିଫର୍ମ ସିଭିଲ କୋଡକୁ ନେଇ ମୋଦି ସରକାରକୁ ସମର୍ଥନ କରିଛି। ଶିବସେନା ପକ୍ଷରୁ କୁହାଯାଇଛି, “ମୋଦି ସରକାର ବିରୋଧୀ ଦଳଙ୍କୁ ଖାତିର ନ କରି  ଏହି ଆଇନ ଲାଗୁ କରିବା ପାଇଁ ପଦକ୍ଷେପ ନେବା ଦରକାର।” ଦଳୀୟ ମୁଖପତ୍ର ‘ସାମନା’ର ସମ୍ପାଦକୀୟରେ ଉଲ୍ଲେଖ କରାଯାଇଛି, “ୟୁନିଫର୍ମ ସିଭିଲ କୋଡ୍ ପାଇଁ ସରକାର ଆଗେଇବା ଦରକାର। ଏହା ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ; […]

uddhav-t

Rakesh Mallick
  • Published: Monday, 04 July 2016
  • , Updated: 04 July 2016, 03:47 PM IST

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ସରକାରଙ୍କୁ ସବୁବେଳେ ସମାଲୋଚନା କରୁଥିବା ଶିବସେନା ଆଜି ୟୁନିଫର୍ମ ସିଭିଲ କୋଡକୁ ନେଇ ମୋଦି ସରକାରକୁ ସମର୍ଥନ କରିଛି। ଶିବସେନା ପକ୍ଷରୁ କୁହାଯାଇଛି, “ମୋଦି ସରକାର ବିରୋଧୀ ଦଳଙ୍କୁ ଖାତିର ନ କରି  ଏହି ଆଇନ ଲାଗୁ କରିବା ପାଇଁ ପଦକ୍ଷେପ ନେବା ଦରକାର।”

ଦଳୀୟ ମୁଖପତ୍ର ‘ସାମନା’ର ସମ୍ପାଦକୀୟରେ ଉଲ୍ଲେଖ କରାଯାଇଛି, “ୟୁନିଫର୍ମ ସିଭିଲ କୋଡ୍ ପାଇଁ ସରକାର ଆଗେଇବା ଦରକାର। ଏହା ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ; ଏହି କାମ ଠିକ୍ ଭାବରେ ଆଗେଇବା ଦରକାର।”

ଏହାସହ ‘ସାମନା’ରେ ଉଲ୍ଲେଖ କରାଯାଇଛି, “ମୋଦି ସରକାରଙ୍କ ନିକଟରେ ବହୁମତ ଅଛି। ଏହି ବହୁମତକୁ ମୋଦି ସରକାର ସମ୍ମାନ ଦେବେ ବୋଲି ମୁଁ ଆଶା କରୁଛି। ସରକାର ଦେଶବାସୀଙ୍କ ପେଟକୁ ନାତ ନ ମାରନ୍ତୁ। ୟୁନିଫର୍ମ ସିଭିଲ କୋଡ୍ ଲାଗୁ ହୋଇଗଲେ ଦେଶରେ ଧର୍ମକୁ ନେଇ ହେଉଥିବା ରାଜନୀତି ବନ୍ଦ ହୋଇଯିବ।”

Related story