ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ନାଁକୁ ଇତିହାସରୁ ବିଲୀନ କରିଦେବାକୁ ଉଦ୍ୟମ ହୋଇଥିଲା: ମୋଦି
ନୂଆଦିଲ୍ଲୀ: ଲୌହ ମାନବ ତଥା ଦେଶର ପ୍ରଥମ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ୧୪୨ ତମ ଜୟନ୍ତୀ ଅବସରରେ ସାରା ଦେଶରେ ‘ରନ୍ ଫର ୟୁନିଟି’ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଦିଲ୍ଲୀରେ ରାଷ୍ଟ୍ରପତି ରମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହ ମନ୍ତ୍ରୀ ରାଜନାଥ ସିଂ ପଟେଲ ଛକଠାରେ ଥିବା ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି ଏଠାରେ ‘ରନ ଫର ୟୁନିଟି’କୁ ସବୁଜ ସଂକେତ ଦେଖାଇଥିଲେ ଓ ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ଏକତାର ଶପଥ ପାଠ କରାଇଲେ। ଏହି ଅବସରରେ ମୋଦିଙ୍କ ସହ ମଞ୍ଚ ଉପରେ ଦୀପା କରମାକର, ସୁରେଶ ରାଇନା ଓ ସର୍ଦ୍ଦାର ସିଂହ ପ୍ରମୁଖ ଉପସ୍ଥିତ ଥିଲେ।
ମୋଦି ତାଙ୍କ ଭାଷଣରେ କହିଥିଲେ ଯେ ଆଜି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ତିଥି ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କର ପୂଣ୍ୟତିଥି। ସର୍ଦ୍ଦାର ପଟେଲ ଦେଶର ସ୍ୱାଧୀନତା ପାଇଁ ବହୁ ସଂଗ୍ରାମ କରିଥିଲେ। ସ୍ୱାଧୀନତା ପରେ ବି ସେ ନିଜ କୌଶଳ ବଳରେ ଦେଶକୁ ସଂକଟରୁ ବଞ୍ଚାଇବା ସହ ଏକ ସୂତ୍ରରେ ବାନ୍ଧିଥିଲେ। ହେଲେ ତାଙ୍କୁ ଦେଶର ଯୁବ ପିଢ଼ିଙ୍କ ସହ ପରିଚିତ କରାଯାଇନାହିଁ। ଦେଶର ଇତିହାସରୁ ଏହି ମହାପୁରୁଷଙ୍କୁ ଲୀନ କରିଦେବାକୁ ଚେଷ୍ଟା କରାଯାଇଛି। କେବଳ ଏତିକି ନୁହେଁ ମୋଦି ତାଙ୍କ ଭାଷଣରେ କଂଗ୍ରେସକୁ କଟାକ୍ଷ ମଧ୍ୟ କରିଥିଲେ।
ସେ କହିଥିଲେ ଯେ କିଛି ଲୋକ ପରସ୍ପରକୁ ମାରିବାରେ ଲାଗିଛନ୍ତି। ହେଲେ ଏଭଳି ସ୍ଥିତିରେ ବି ଭାରତ ଏକତାର ସୂତ୍ରକୁ ବାନ୍ଧି ରଖିଛି। ଅନେକ ଲୋକ ସର୍ଦ୍ଦାର ପଟେଲଙ୍କ ଯୋଗଦାନକୁ ଭୁଲିବାକୁ ମଧ୍ୟ ଚେଷ୍ଟା କରିଛନ୍ତି। ହେଲେ ଆମେ ଏପରି ହେବାକୁ ଦେବୁ ନାହିଁ। ଆଜି ରାଜେନ୍ଦ୍ର ପସାଦଙ୍କ ଆତ୍ମାକୁ ଶାନ୍ତି ମିଳିଥିବ।”
ଗୃହ ମନ୍ତ୍ରୀ ରାଜନାଥ ସିଂ କହିଥିଲେ “ଯେବେଠୁ ମୋଦି ପ୍ରଧାନମନ୍ତ୍ରୀ ହୋଇଛନ୍ତି ସେବେଠୁ ଦେଶରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଦିନକୁ ଏକ ପର୍ବ ରୂପେ ପାଳନ କରାଯାଉଛି।”
ମୋଦି ଗତ ରବିବାର ଦିନ ତାଙ୍କ ରେଡ଼ିଓ ପ୍ରୋଗ୍ରାମ୍ ‘ମନ୍ କି ବାତ୍’ରେ ମଧ୍ୟ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେ କହିଥିଲେ ଯେ ତାଙ୍କ ଦେଶଭକ୍ତିର ସନ୍ଦେଶ ‘ନ୍ୟୁ ଇଣ୍ଡିଆ’ ପାଇଁ ଏକ ପ୍ରେରଣା।
Ordigital Desk
• Published: Tuesday, 31 October 2017
• Updated: 31 October 2017, 11:01 AM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos