ଭାବବିହ୍ୱଳ ହେଲେ ମୋଦି, କହିଲେ ଏମିତି କଥା

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିବା ବେଳେ ଭାବବିହ୍ୱଳ ହୋଇପଡିଛନ୍ତି। ସେ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି- “ମୁଁ ନିଃଶବ୍ଦ ହୋଇଯାଇଛି, ଶୁନ୍ୟରେ ଥିବା ପରି ଅନୁଭବ କରୁଛି, କିନ୍ତୁ ମନ ଭିତରେ ଆବେଗର ପ୍ରବଳ ଉଦବେଳନ ଘଟୁଛି। ଆମ ସମସ୍ତଙ୍କର ଶ୍ରଦ୍ଧେୟ ଅଟଳଜୀ ଆଉ ଆମ ଗହଣରେ ନାହାନ୍ତି। ସେ ତାଙ୍କ ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ରାଷ୍ଟ୍ର ପ୍ରତି ଉତ୍ସର୍ଗ କରିଦେଇଥିଲେ।ତାଙ୍କ ଅବସାନରେ ଗୋଟିଏ ଯୁଗର ଅନ୍ତ […]

IMG_0647

Ordigital Desk
  • Published: Thursday, 16 August 2018
  • , Updated: 16 August 2018, 08:02 PM IST

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିବା ବେଳେ ଭାବବିହ୍ୱଳ ହୋଇପଡିଛନ୍ତି।

ସେ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି-

"ମୁଁ ନିଃଶବ୍ଦ ହୋଇଯାଇଛି, ଶୁନ୍ୟରେ ଥିବା ପରି ଅନୁଭବ କରୁଛି, କିନ୍ତୁ ମନ ଭିତରେ ଆବେଗର ପ୍ରବଳ ଉଦବେଳନ ଘଟୁଛି। ଆମ ସମସ୍ତଙ୍କର ଶ୍ରଦ୍ଧେୟ ଅଟଳଜୀ ଆଉ ଆମ ଗହଣରେ ନାହାନ୍ତି। ସେ ତାଙ୍କ ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ରାଷ୍ଟ୍ର ପ୍ରତି ଉତ୍ସର୍ଗ କରିଦେଇଥିଲେ।ତାଙ୍କ ଅବସାନରେ ଗୋଟିଏ ଯୁଗର ଅନ୍ତ ଘଟିଲା.."

ଏହା ପରେ ସେ ବାଜପେୟୀଙ୍କ ମୃତ୍ୟୁ ସମ୍ପର୍କିତ ଏକ କବିତାରୁ ଏକ ପଂକ୍ତି ଉଦ୍ଧାର କରି କହିଛନ୍ତି, "ବାଜପେୟୀ ଜୀଙ୍କ ପ୍ରେରଣା ଓ ମାର୍ଗଦର୍ଶନ ପ୍ରତିଟି ଭାରତୀୟ ଓ ପ୍ରତିଟି ବିଜେପି କାର୍ଯ୍ୟକର୍ତ୍ତାଙ୍କୁ କାଳକାଳ ଉଦବୁଦ୍ଧ କରୁଥିବ।"

ରାଷ୍ଟ୍ରପତିଙ୍କ ଶୋକ

ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି, “ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦେହାନ୍ତରେ ମୁଁ ଗଭୀର ଭାବେ ମର୍ମାହତ। ବଳିଷ୍ଠ ନେତୃତ୍ୱ, ଜଣେ ଦୂରଦର୍ଶୀ ନେତା ଓ ଅଦ୍ଭୁତ ଭାଷଣ ଦେବାର ଶୈଳୀ ତାଙ୍କୁ ମହାନ କରିଥିଲା।"

Related story