ମୋଦିଙ୍କ ତ୍ରିଭୁବନ ବିମାନ ସି-ପ୍ଳେନ୍‌: ଆକାଶ ସହ ଜଳରେ କାଟୁଛି ଚକ୍କର, ଭାରି ମହଙ୍ଗା

ନୂଆଦିଲ୍ଲୀ: ନିଜ ସ୍ୱାଭାବରେ ସେ ଭିନ୍ନ। ଚାଲିଚଳନ ଠାରୁ ଚରିତ୍ର ପର୍ଯ୍ୟନ୍ତ। ବେଶ ପୋଷାକଠାରୁ ଆଚାର ବ୍ୟବହାର ପର୍ଯ୍ୟନ୍ତ। ସବୁଥିରେ ତାଙ୍କର କିଛି ଭିନ୍ନତା ବାରି ହୁଏ।  ଆମେ କହୁଛୁ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦିଙ୍କ କଥା। ଦେଶର ଆଜି ପର୍ଯ୍ୟନ୍ତ ଯେତେ ଜଣ ପ୍ରଧାନମନ୍ତ୍ରୀ ପଦରେ ଅଭିଷିକ୍ତି ହୋଇଛନ୍ତି ସେମାନଙ୍କ ମଧ୍ୟରେ ମୋଦି ହେଉଛନ୍ତି ବିରଳ ବ୍ୟକ୍ତିତ୍ୱ। ଚା’ ବିକାଳିରୁ ସେ ଚର୍ଚ୍ଚିତ ପ୍ରଧାନମନ୍ତ୍ରୀ। କାରଣ ତାଙ୍କ ଲାଇଫଷ୍ଟାଇଲ ହେଉଛି ଅନ୍ୟମାନଙ୍କ ଠାରୁ କିଛି ସ୍ୱତନ୍ତ୍ର। ପୂର୍ବରୁ […]

msea plane 2

msea plane 2

Rakesh Mallick
  • Published: Thursday, 14 December 2017
  • Updated: 14 December 2017, 06:39 PM IST

Sports

Latest News

ନୂଆଦିଲ୍ଲୀ: ନିଜ ସ୍ୱାଭାବରେ ସେ ଭିନ୍ନ। ଚାଲିଚଳନ ଠାରୁ ଚରିତ୍ର ପର୍ଯ୍ୟନ୍ତ। ବେଶ ପୋଷାକଠାରୁ ଆଚାର ବ୍ୟବହାର ପର୍ଯ୍ୟନ୍ତ। ସବୁଥିରେ ତାଙ୍କର କିଛି ଭିନ୍ନତା ବାରି ହୁଏ।  ଆମେ କହୁଛୁ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦିଙ୍କ କଥା। ଦେଶର ଆଜି ପର୍ଯ୍ୟନ୍ତ ଯେତେ ଜଣ ପ୍ରଧାନମନ୍ତ୍ରୀ ପଦରେ ଅଭିଷିକ୍ତି ହୋଇଛନ୍ତି ସେମାନଙ୍କ ମଧ୍ୟରେ ମୋଦି ହେଉଛନ୍ତି ବିରଳ ବ୍ୟକ୍ତିତ୍ୱ। ଚା’ ବିକାଳିରୁ ସେ ଚର୍ଚ୍ଚିତ ପ୍ରଧାନମନ୍ତ୍ରୀ। କାରଣ ତାଙ୍କ ଲାଇଫଷ୍ଟାଇଲ ହେଉଛି ଅନ୍ୟମାନଙ୍କ ଠାରୁ କିଛି ସ୍ୱତନ୍ତ୍ର।

ପୂର୍ବରୁ ତାଙ୍କ ଦ୍ୱାରା ବ୍ୟବହୃତ ଘଣ୍ଟା, ଦାମୀ କଲମ, ସୁନା  ଛିଟା ଥିବା ପୋଷାକ ପରିଧାନ ପାଇଁ ସେ ଚର୍ଚ୍ଚାରେ ରହିଛନ୍ତି। ଏବେ ମୋଦି ବ୍ୟବହାର କରୁଥିବା ସେମିତି ଏକ ସାମଗ୍ରୀ ଚର୍ଚ୍ଚାର ପରିସରକୁ ଆସିଛି। ତାହା ହେଉଛି ମୋଦି ବ୍ୟବହାର କରୁଥିବା ସି-ପ୍ଳେନ୍। ଗୁଜରାଟରେ ନିର୍ବାଚନ ପ୍ରଚାରର ଶେଷ ଦିନରେ ମୋଦି ଏହି ସି-ପ୍ଳେନ୍‌ରେ ହିଁ ଆସିଥିଲେ। ସି-ପ୍ଳେନ୍‌ ଅବତରଣ ପରେ ସେ ରାଜ୍ୟର ପ୍ରସିଦ୍ଧ ପୀଠ ଅମ୍ବାଜି ମନ୍ଦିରରେ ପହଁଚିଥିଲେ। ଏହା ପୂର୍ବରୁ ସେ ସାବରମତି ନଦୀରେ ସି-ପ୍ଳେନ୍‌ ରଖି ସର୍ଦ୍ଦାର ବ୍ରିଜ ବୁଲିଥିଲେ। ଏହି ସି-ପ୍ଳେନ୍‌ ଯେତିକି ଷ୍ଟାଇଲିସ ସେତିକି ଆକର୍ଷଣୀୟ।  ଆକାଶରେ ଉଡ଼ୁଥିବା ଏହି ବିମାନ ଖାସ କରି ଉଭୟ ସ୍ଥଳ ଏବଂ ଜଳରେ ବି ଅବତରଣ କରିପାରିବ। ତେବେ ଆସନ୍ତୁ ଜାଣିବା ଏହାର ବିଶେଷତ୍ୱ ସମ୍ପର୍କରେ କିଛି ଖାସ କଥା।

୧- କୁହାଯାଉଛି ଏହି ପ୍ଳେନର ଦାମ୍ ୪ମିଲିୟନ ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ୨୫ କୋଟି ହେବ।

୨- ସ୍ଥଳ ସହ ଜଳରେ ମଧ୍ୟ ଏହି ପ୍ଲେନ୍ ଠିଆ ହୋଇପାରିବ।

୩- ଏହି ପ୍ଳେନ୍‌ରେ ପାଇଲଟ୍‌ ସହ ୧୦ଜଣ ଯାତ୍ରୀ ବସିପାରିବେ।

୪- ଜଳଭାଗରେ ଏହି ପ୍ଳେନର ଘଣ୍ଟା ପ୍ରତି ବେଗ ହେଉଛି  ୩୩୯କିମି।

୫-ଏହି ପ୍ଳେନ୍‌ର ଲମ୍ବ ୧୫ଫୁଟ ୩ଇଞ୍ଚ ଏବଂ ଓଜନ ୧,୭୧୦ କିଲୋ।

ସବୁଠି ଚକ୍କର କାଟିବ, ସମସ୍ତେ ମଜା ନେବେ

ଏହି ସି-ପ୍ଳେନକୁ ଦେଶରେ ବିଭିନ୍ନ ସ୍ଥାନରେ ପହଞ୍ଚାଇବା ପାଇଁ ସରକାର ଯୋଜନା କରୁଛନ୍ତି। ଜାପାନ କମ୍ପାନୀ ସ୍ପାଇସ ଜେଟରୁ ୧୦୦ସି-ପ୍ଳେନ କିଣିବାକୁ ଯୋଜନା ରଖିଛନ୍ତି ସରକାର। ଯେଉଁଥିପାଇଁ କେନ୍ଦ୍ର ସରକାର ୪୦୦ ମିଲିୟନ ଡଲାର ଖର୍ଚ୍ଚ କରିବେ। ଫଳରେ ସାଧାରଣ ଯାତ୍ରୀ ବି ଏହାର ସୁବିଧା ନେଇପାରିବେ। ସରକାର ଏହି ସି-ପ୍ଳେନ୍‌ ମାଧ୍ୟମରେ ଦେଶର ଭିନ୍ନ ଭିନ୍ନ ସ୍ଥାନକୁ ସଂଯୋଗ କରିବାକୁ ଚାହୁଁଛନ୍ତି। ଏହି ସି-ପ୍ଳେନ୍‌କୁ ମୁମ୍ବାଇରୁ କାଂଡାଲା, ମୁମ୍ବାଇରୁ ପୋରବନ୍ଦର, ହାଇଦ୍ରାବାଦରୁ ପୁଡ଼ୁଚେରି ଏବଂ ଦିଲ୍ଲୀରୁ ଉଡ଼ାଣ ପାଇଁ ବବ୍ୟସ୍ଥା କରିବ। ଉଡାନ ସ୍କିମ ଅନୁସାରେ ଏହି ସି-ପ୍ଳେନ୍‌ରେ ଘଣ୍ଟାର ଯାତ୍ରା ପାଇଁ ୨,୫୦୦ଟଙ୍କା ଦେବାପାଇଁ ପଡିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos