ହୋଲି ମିଳନ କାର୍ଯ୍ୟକ୍ରମରେ ସାମିଲ୍ ହେବେନି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ଭାଇରସକୁ ନେଇ ଆତଙ୍କ ଦେଖାଦେଇଛି। ଏହି ସଂକ୍ରମିତ ରୋଗରୁ ମୁକୁଳିବା ପାଇଁ ଲୋକମାନଙ୍କୁ ଏକାଠି ନହେବାକୁ ପରାମର୍ଶ ଦେଉଛନ୍ତି ବିଶେଷଜ୍ଞ। ତେଣୁ ଏହାକୁ ନଜରରେ ରଖି ଆଗାମୀ ହୋଲି ମିଳନ କାର୍ଯ୍ୟକ୍ରମରେ ସାମିଲ୍ ହେବେନି ପ୍ରଧାନମନ୍ତ୍ରୀ ମୋଦୀ। ଟୁଇଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଟ୍ୱିଟରେ କହିଛନ୍ତି, “କରୋନା ଭାଇରସକୁ ରୋକିବା ପାଇଁ ସାମୂହିକ କାର୍ଯ୍ୟକ୍ରମକୁ ବନ୍ଦ କରାଯିବା ଉଚିତ ବୋଲି ସାରା ବିଶ୍ୱର […]

Modi

Subhransu Sekhar
  • Published: Wednesday, 04 March 2020
  • , Updated: 04 March 2020, 03:51 PM IST

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ଭାଇରସକୁ ନେଇ ଆତଙ୍କ ଦେଖାଦେଇଛି। ଏହି ସଂକ୍ରମିତ ରୋଗରୁ ମୁକୁଳିବା ପାଇଁ ଲୋକମାନଙ୍କୁ ଏକାଠି ନହେବାକୁ ପରାମର୍ଶ ଦେଉଛନ୍ତି ବିଶେଷଜ୍ଞ। ତେଣୁ ଏହାକୁ ନଜରରେ ରଖି ଆଗାମୀ ହୋଲି ମିଳନ କାର୍ଯ୍ୟକ୍ରମରେ ସାମିଲ୍ ହେବେନି ପ୍ରଧାନମନ୍ତ୍ରୀ ମୋଦୀ। ଟୁଇଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସୂଚନା ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ତାଙ୍କ ଟ୍ୱିଟରେ କହିଛନ୍ତି, “କରୋନା ଭାଇରସକୁ ରୋକିବା ପାଇଁ ସାମୂହିକ କାର୍ଯ୍ୟକ୍ରମକୁ ବନ୍ଦ କରାଯିବା ଉଚିତ ବୋଲି ସାରା ବିଶ୍ୱର ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି। ତେଣୁ ହୋଲି ମିଳନ କାର୍ଯ୍ୟକ୍ରମରେ ମୁଁ ଅଂଶଗ୍ରହଣ କରିବି ନାହିଁ ବୋଲି ନିଷ୍ପତ୍ତି ନେଇଛି”।

ମୋଦୀଙ୍କ ବ୍ୟତୀତ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ, ବିଜେପି ଅଧ୍ୟକ୍ଷ ଜେ.ପି ନଡ୍ଡା ହୋଲି ମିଳନ କାର୍ଯ୍ୟକ୍ରମରେ ସାମିଲ୍ ହେବେନି ବୋଲି ଜଣାପଡ଼ିଛି।

ମଙ୍ଗଳବାର ଦେଶବାସୀଙ୍କୁ ଆହ୍ୱାନ କରି ପ୍ରଧାନମନ୍ତ୍ରୀ କହିଥିଲେ, ‘COVID-19 କରୋନା ଭାଇରସକୁ ନେଇ ବିସ୍ତୃତ ସମୀକ୍ଷା ହୋଇଛି। ଏହି ରୋଗରେ ଚିକିତ୍ସା ସୁବିଧା ଯୋଗାଇବା ପାଇଁ ବିଭିନ୍ନ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାର ମିଳିତ ଭାବରେ କାର୍ଯ୍ୟ କରୁଛନ୍ତି। ଆତଙ୍କିତ ହେବାର କୌଣସି ଆବଶ୍ୟକତା ନାହିଁ। ଆମକୁ ଏକାଠି ହୋଇ କାମ କରିବାକୁ ହେବ, ପ୍ରଥମେ ନିଜକୁ ସୁରକ୍ଷିତ ରଖିବାକୁ ହେବ। ଏହାପରେ ପଦକ୍ଷେପ ନେବାର ଆବଶ୍ୟକ ରହିଛି’।

Related story