ନଭେମ୍ୱରରେ ୩ ଥର ହେବ ମୋଦି-ଜିନ୍ ପିଙ୍ଗ୍ ଭେଟ

ନୂଆଦିଲ୍ଲୀ: କରୋନା ମହାମାରୀ ଏବଂ ଲଦାଖର ଗୁଲଓ୍ୱାନ ଘାଟି ଘଟଣା ପରେ ଭାରତ ଏବଂ ଚାଇନା ମଧ୍ୟରେ ସମ୍ପର୍କ ଖରାପ ହୋଇସାରିଛି। ଦୁଇ ଦେଶ ମଧ୍ୟରେ ଲଦାଖକୁ ନେଇ ବିବାଦ ଚାଲିଥିବାବେଳେ ଚଳିତ ମାସ ନଭେମ୍ୱରରେ ଉଭୟ ଦେଶର ମୁଖିଆ ତିନୋଟି ମଞ୍ଚରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଏହି ମଞ୍ଚ ଭରଚୁଆଲ ଜରିଆରେ ରହିଛି। ନଭେମ୍ୱର ୧୦ରେ ସାଂଘାଇ କର୍ପୋରେସନ ଅରଗାଇନେଜସନ(ଏସସିଓ) ବୈଠକ ହେବ। ଏହି ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନାର ରାଷ୍ଟ୍ରପତି […]

MODI XING PING

Subhransu Sekhar
  • Published: Monday, 02 November 2020
  • , Updated: 02 November 2020, 09:02 AM IST

ନୂଆଦିଲ୍ଲୀ: କରୋନା ମହାମାରୀ ଏବଂ ଲଦାଖର ଗୁଲଓ୍ୱାନ ଘାଟି ଘଟଣା ପରେ ଭାରତ ଏବଂ ଚାଇନା ମଧ୍ୟରେ ସମ୍ପର୍କ ଖରାପ ହୋଇସାରିଛି। ଦୁଇ ଦେଶ ମଧ୍ୟରେ ଲଦାଖକୁ ନେଇ ବିବାଦ ଚାଲିଥିବାବେଳେ ଚଳିତ ମାସ ନଭେମ୍ୱରରେ ଉଭୟ ଦେଶର ମୁଖିଆ ତିନୋଟି ମଞ୍ଚରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଏହି ମଞ୍ଚ ଭରଚୁଆଲ ଜରିଆରେ ରହିଛି।

ନଭେମ୍ୱର ୧୦ରେ ସାଂଘାଇ କର୍ପୋରେସନ ଅରଗାଇନେଜସନ(ଏସସିଓ) ବୈଠକ ହେବ। ଏହି ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନାର ରାଷ୍ଟ୍ରପତି ଜିଙ୍ଗ୍ ପିଙ୍ଗ୍ ଭରଚୁଆଲ ବୈଠକରେ ମୁହାଁମୁହିଁ ହେବେ।

ନଭେମ୍ୱର ୧୭ରେ ବ୍ରିକ୍ସ ସମ୍ମିଳନୀ ହେବ ଏବଂ ନଭେମ୍ୱର ୨୧-୨୨ରେ ଜି୨୦ ସମ୍ମିଳନୀ ହେବାକୁ ଯାଉଛି। ଏହି ସମସ୍ତ ବୈଠକ ଭରଚୁଆଲ ଜରିଆରେ ହେବ। ଭିଡିଓ କନଫରେନସିଂ ଜରିଆରେ ନେତାମାନେ ଯୋଗଦେବେ।

ଉଭୟ ଏସସିଓ ଏବଂ ବ୍ରିକ୍ସ ସମ୍ମିଳନୀକୁ ଚଳିତଥର ଋଷିଆ ଆୟୋଜନ କରିବ ବୋଲି ଜଣାପଡ଼ିଛି। ସେହିପରି ଜି୨୦ ସମ୍ମିଳନୀ ସାଉଦି ଆରବ ଆୟୋଜନ କରିବ।

ଲଦାଖରେ ସ୍ଥିତି ବିଗିଡ଼ିବା ପରେ ଉଭୟ ମୋଦି ଏବଂ ଜିନ୍ ପିଙ୍ଗ୍ ପ୍ରଥମ ଥର ପାଇଁ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ସୂଚନାଯୋଗ୍ୟ, ଜୁନ୍ ୧୫ରେ ଗୁଲଓ୍ୱାନ ଘାଟିରେ ଦୁଇ ଦେଶର ସେନା ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ୨୦ ଯବାନ ଶହୀଦ ହୋଇଥିଲେ।

ଏହାପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢ଼ିଛି। ସ୍ଥିତିରେ ସୁଧାର ପାଇଁ ଉଭୟ ଦେଶର ସାମରିକ ଏବଂ କୂଟନୀତିକ ବୈଠକ ହେଉଛି ହେଲେ ଏଯାବତ କୌଣସି ପରିବର୍ତ୍ତନ ହୋଇନଥିବା ଜଣାପଡ଼ିଛି।

Related story