ମୋଦିଙ୍କ ନେତୃତ୍ୱରେ ବିହାର ବିଧାନସଭା ନିର୍ବାଚନ ଲଢିବ ବିଜେପି

ପାଟନା: ବିହାର ବିଧାନସଭା ନିର୍ବାଚନରେ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଦେବନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫେସଭାଲ୍ୟୁ ନେଇ ମଇଦାନକୁ ଓହ୍ଲେଇବ ବିଜେପି। ଏକବର୍ଷର ସ୍ୱଚ୍ଛ ଶାସନ ଓ ମୋଦି ନେତୃତ୍ୱରେ ବିଜେପି ବିହାରରେ ବିଜୟୀ ହେବାକୁ ଅଣ୍ଟା ଭିଡିଛି। ଏ ନେଇ ଆଜି କେନ୍ଦ୍ର ରାସାୟନ ଓ ସାର ମନ୍ତ୍ରୀ ଅନନ୍ତ କୁମାର ଘୋଷଣା କରିଛନ୍ତି। ବିହାରରେ ମୁଖ୍ୟମନ୍ତ୍ରୀ ପାଇଁ ବହୁ ବିରିଷ୍ଠ ବିଜେପି ନେତା ରହିଛନ୍ତି। ଏଥିପାଇଁ ଏହି କଥାକୁ ମଧ୍ୟ ଦୋହରାଇଛନ୍ତି ବିହାର ନିର୍ବାଚନ […]

modi

modi

Rakesh Mallick
  • Published: Tuesday, 16 June 2015
  • Updated: 16 June 2015, 11:03 AM IST

Sports

Latest News

ପାଟନା: ବିହାର ବିଧାନସଭା ନିର୍ବାଚନରେ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଦେବନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫେସଭାଲ୍ୟୁ ନେଇ ମଇଦାନକୁ ଓହ୍ଲେଇବ ବିଜେପି। ଏକବର୍ଷର ସ୍ୱଚ୍ଛ ଶାସନ ଓ ମୋଦି ନେତୃତ୍ୱରେ ବିଜେପି ବିହାରରେ ବିଜୟୀ ହେବାକୁ ଅଣ୍ଟା ଭିଡିଛି। ଏ ନେଇ ଆଜି କେନ୍ଦ୍ର ରାସାୟନ ଓ ସାର ମନ୍ତ୍ରୀ ଅନନ୍ତ କୁମାର ଘୋଷଣା କରିଛନ୍ତି। ବିହାରରେ ମୁଖ୍ୟମନ୍ତ୍ରୀ ପାଇଁ ବହୁ ବିରିଷ୍ଠ ବିଜେପି ନେତା ରହିଛନ୍ତି। ଏଥିପାଇଁ ଏହି କଥାକୁ ମଧ୍ୟ ଦୋହରାଇଛନ୍ତି ବିହାର ନିର୍ବାଚନ ଦାୟିତ୍ୱରେ ଥିବା ବିଜେପିର ମୁଖ୍ୟ କର୍ମକର୍ତ୍ତା । ବିହାର ବିଧାନସଭା ଯେତିକି ପାଖେଇ ଆସୁଛି ସେହି ପରିମାଣରେ ରାଜ୍ୟ ରାଜନୀତିରେ ଉଷ୍ମତା ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ବିହାର ବିଧାନସଭା ପାଇଁ ଏକତ୍ରିତ ଜନତା ଦଳ, ରାଷ୍ଟ୍ରୀୟ ଜନତା ଦଳ ଓ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ନିତୀଷ କୁମାରଙ୍କୁ ମନୋନିତ କରାଯାଇଛି। ଏଥିପାଇଁ ଜୋରଧରିଛି ବିହାର ରାଜନୀତି। ନିତୀଷ କୁମାର କହିଛନ୍ତି ବିଜେପି ଗତ ଏକବର୍ଷ ମଧ୍ୟରେ ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ମୋଦିଙ୍କୁ ନେଇ ମଇଦାନକୁ ଓହ୍ଳେଇଛି ସତ କିନ୍ତୁ ବିହାରରେ ମୋଦି ହାୱା କାମ ଦେବନାହିଁ । ସୋମବାର ବିହାର ବିଧାନସଭା ନିର୍ବାଚନ ପାଇଁ ରାଷ୍ଟ୍ରୀୟ ଲୋକ ସମତା ପାର୍ଟିର ମୁଖ୍ୟ ତଥା କେନ୍ଦ୍ରମନ୍ତ୍ରୀ ଉପେନ୍ଦ୍ର କୁଷୱାହାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଭାବେ ଘୋଷଣା କରିବାକୁ ଦାବି ହେଉଥିଲା। ଏହାକୁ ନେଇ ବିଜେପିର ଅନ୍ୟତମ ସହଯୋଗୀ ତଥା କେନ୍ଦ୍ରମନ୍ତ୍ରୀ ରାମ ବିଳାଷ ପାଶୱାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବାକୁ ମତ ପ୍ରକାଶ ପାଇଥିଲା। ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ଦଳରେ ଶୃଙ୍ଗଳା ରଖିବାକୁ ବିଜେପି ଏହିପରି ନିର୍ଣ୍ଣୟ ନେଇଥିବା ଆଲୋଚନା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos