ମୋଦିଙ୍କ ତାଗିଦ ପରେ ଜଡ଼ ପାଲଟି ଯାଇଛନ୍ତି ବିଧାୟକ ଆକାଶ ଆଣ୍ଡ କୋ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ବିଜେପି ବିଧାୟକ ଆକାଶ ବିଜୟଭର୍ଗିୟା ଓ ତାଙ୍କ ସମର୍ଥକମାନେ ଗତକାଲି ଠାରୁ ପୂରା ନିରବ ହୋଇଯାଇଛନ୍ତି। ଗତକାଲି ପ୍ରଧାନମନ୍ତ୍ରୀ ତଥା ବିଜେପି ନେତା ନରେନ୍ଦ୍ର ମୋଦି ସଂସଦୀୟ ଦଳ ବୈଠକରେ ଆକାଶଙ୍କ ନାଁ ନନେଇ ତାଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଆକାଶ କିଛି ଦିନ ତଳେ ଜଣେ ପୌରପାଳିକା ଅଧିକାରୀଙ୍କୁ ବ୍ୟାଟ୍‌ରେ ମାଡ଼ ମାରିଥିଲେ। ଏଥିପାଇଁ ତାଙ୍କୁ ଦୁଇ ଦିନ ଜେଲରେ ମଧ୍ୟ ରହିବାକୁ ପଡ଼ିଥିଲା। ଜେଲରୁ ବାହାରିବା ପରେ ତାଙ୍କୁ ଅତ୍ୟନ୍ତ ରାଜକୀୟ […]

qq

Hemant Lenka
  • Published: Wednesday, 03 July 2019
  • , Updated: 03 July 2019, 03:47 PM IST

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ବିଜେପି ବିଧାୟକ ଆକାଶ ବିଜୟଭର୍ଗିୟା ଓ ତାଙ୍କ ସମର୍ଥକମାନେ ଗତକାଲି ଠାରୁ ପୂରା ନିରବ ହୋଇଯାଇଛନ୍ତି। ଗତକାଲି ପ୍ରଧାନମନ୍ତ୍ରୀ ତଥା ବିଜେପି ନେତା ନରେନ୍ଦ୍ର ମୋଦି ସଂସଦୀୟ ଦଳ ବୈଠକରେ ଆକାଶଙ୍କ ନାଁ ନନେଇ ତାଙ୍କୁ ତୀବ୍ର ସମାଲୋଚନା କରିଥିଲେ।

ଆକାଶ କିଛି ଦିନ ତଳେ ଜଣେ ପୌରପାଳିକା ଅଧିକାରୀଙ୍କୁ ବ୍ୟାଟ୍‌ରେ ମାଡ଼ ମାରିଥିଲେ। ଏଥିପାଇଁ ତାଙ୍କୁ ଦୁଇ ଦିନ ଜେଲରେ ମଧ୍ୟ ରହିବାକୁ ପଡ଼ିଥିଲା। ଜେଲରୁ ବାହାରିବା ପରେ ତାଙ୍କୁ ଅତ୍ୟନ୍ତ ରାଜକୀୟ ଢଙ୍ଗରେ ସ୍ୱାଗତ କରାଯାଇଥିଲା।

ବିଜେପିର ମଧ୍ୟପ୍ରଦେଶ ୟୁନିଟି ଆକାଶଙ୍କୁ ପ୍ରଶଂସା ମଧ୍ୟ କରିଥିଲା। ହେଲେ ମୋଦି ଗତକାଲି କହିଥିଲେ, ବିଶୃଙ୍ଖଳା ସୃଷ୍ଟି କରୁଥିବା ପ୍ରତିଟି ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ। ସେ ବିଧାୟକ ହୁଅନ୍ତି କି ସାଂସଦ କିମ୍ବା କୌଣସି ନେତାଙ୍କ ପୁଅ। ବିଜେପିରେ ବିଶୃଙ୍ଖଳାର ସ୍ଥାନ ନାହିଁ। ବିଶୃଙ୍ଖଳା ନେତାଙ୍କୁ ବହିଷ୍କୃତ କରାଯିବ। କେବଳ ବିଶୃଙ୍ଖଳା କରୁଥିବା ବ୍ୟକ୍ତି ନୁହନ୍ତି, ତାଙ୍କୁ ସମର୍ଥନ କରୁଥିବା ଲୋକଙ୍କୁ ମଧ୍ୟ ଦଣ୍ଡ ମିଳିବ।

ମୋଦିଙ୍କ ଏଭଳି କଡ଼ା ଭର୍ତ୍ସନା ପରେ ମଧ୍ୟପ୍ରଦେଶ ବିଜେପି ୟୁନିଟିର ନେତା ଓ କର୍ମୀମାନେ ଗତକାଲି ଠାରୁ ଭୟରେ ରହିଛନ୍ତି। କାଳେ ଦଳ କୌଣସି କାର୍ଯ୍ୟାନୁଷ୍ଠାନ ନେବ, ସେହି ଭୟରେ କେହି ବି ପାଟି ଖୋଲୁନାହାନ୍ତି। ଆକାଶ ଜେଲ୍‌ରୁ ବାହାରିବା ବେଳେ ତାଙ୍କୁ ସ୍ୱାଗତ କରିବା ପାଇଁ ବିଧାୟକ ରେମଶ ମେଣ୍ଡୋଲା, ମହେନ୍ଦ୍ର ହାର୍ଡିୟା, କର୍ପୋରେଟର ଚନ୍ଦୁ ସିନ୍ଦେ ଓ ବିଜେପି ଯୁବ ମୋର୍ଚ୍ଚାର ସୁମିତ ମିଶ୍ରା ଯାଇଥିଲେ। ଏବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟପ୍ରଦେଶ ବିଜେପି ୟୁନିଟି ଚିନ୍ତା କରୁଥିବା ଜଣାପଡ଼ିଛି।

Related story