ନୂଆଦିଲ୍ଲୀ: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୭୨ ତମ ଜୟନ୍ତୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ଟ୍ୱିଟ୍ରେ ଲେଖିଛନ୍ତି,“ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ତାଙ୍କୁ ସାରା ଦେଶ ମନେ ପକାଉଛି।”
ସେହିପରି ରାଜୀବ ଗାନ୍ଧୀଙ୍କ ପୁଅ ତଥା କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ଟ୍ୱିଟ୍ରେ ଲେଖିଛନ୍ତି,“ତାଙ୍କ ଦୂରଦର୍ଶିତା ଓ ଲୋକଙ୍କ ପ୍ରତି ସମର୍ପଣ ଭାବ ଆମ ପାଇଁ ପ୍ରେରଣା ଦାୟକ।”
ସୂଚନାଯୋଗ୍ୟ, ୧୯୪୪ ମସିହା ଅଗଷ୍ଟ ୨୦ରେ ରାଜୀବ ଗାନ୍ଧୀ ଜନ୍ମ ଗ୍ରହଣ କରିଥିଲେ। ସେ ୧୯୮୪ରୁ ୧୯୮୯ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ଥିଲେ। ୧୯୮୪ରେ ପୂର୍ବତନ ଇନ୍ଦିରା ଗାନ୍ଧିଙ୍କ ହତ୍ୟା ପରେ ସେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।
୧୯୯୧ ମେ’୨୧ରେ ତାମିଲନାଡୁରେ ଆତ୍ମଘାତୀ ଆକ୍ରମଣରେ ତାଙ୍କୁ ହତ୍ୟା କରାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Business
ଦେଶର ଜିଡିପି ଅଭିବୃଦ୍ଧି ହାର ଦୁଇ ବର୍ଷରେ ସର୍ବନିମ୍ନ
ଚଳିତ ଆର୍ଥିକ ବର୍ଷର ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧି ହାର ୫.୪ ପ୍ରତିଶତକୁ ଖସିଛି। ଉତ୍ପାଦନ କ୍ଷେତ୍ରର ଖରାପ ପ୍ରଦର୍ଶନ ଯୋଗୁଁ ଅର୍ଥନୀତି କ୍ଷେତ୍ରରେ ଘଟିଛି ଅବନତୀ।
Crime
ପ୍ରେମିକାକୁ ହତ୍ୟା କରି ମୃତଦେହ ସହ ଦୁଇଦିନ ବିତାଇଲା ଅଭିଯୁକ୍ତ
ସୋଶାଲ ମିଡିଆରେ ମିଶିବା ପରେ ବଢ଼ିଥିଲା ପ୍ରେମ ସମ୍ପର୍କ। ରାଜ୍ୟ ବାହାରୁ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି ପୁଲିସ।
Politics
ଶେଷ ଘଣ୍ଟାରେ ପଡ଼ିଛି ୭୬ ଲକ୍ଷ ଭୋଟ! ମହାରାଷ୍ଟ୍ର ନିର୍ବାଚନରେ ଅନିୟମିତତା ଅଭିଯୋଗ ଆଣିଲା କଂଗ୍ରେସ
ମହାରାଷ୍ଟ୍ରରେ ଭୋଟ ଗ୍ରହଣ ଏବଂ ଗଣନା ପ୍ରକ୍ରିୟାରେ ଗୁରୁତର ଅନିୟମିତତା ହୋଇଥିବା ନେଇ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଲା କଂଗ୍ରେସ। ମାତ୍ର ୫ ମାସ ମଧ୍ୟରେ ମହାରାଷ୍ଟ୍ର ଭୋଟର ତାଲିକାରେ ପ୍ରାୟ ୪୭ ଲକ୍ଷ ନୂଆ ଭୋଟରଙ୍କୁ ଯୋଡ଼ା ଯାଇଥିବା ଅଭିଯୋଗ।
Science & Environment
ଘରେ ଲାଗିଛି ୧୫ ହଜାର ଗଛ, ଦିଲ୍ଲୀରେ ଥାଇ ବି ପ୍ରଦୂଷଣମୁକ୍ତ
ରକ୍ତ କର୍କଟରେ ଆକ୍ରାନ୍ତ ହେବା ପରେ ଦିଲ୍ଲୀ ଛାଡ଼ି ଚାଲିଯିବାକୁ ପରାମର୍ଶ ଦେଇଥିଲେ ଡାକ୍ତର।
Accident
ଓଲଟି ପଡ଼ିଲା ବସ୍; ୧୦ ଯାତ୍ରୀ ମୃତ, ୩୦ରୁ ଊର୍ଦ୍ଧ୍ୱ ଆହତ
ଏକ ସରକାରୀ ବସ୍ ପାଖାପାଖି ୫୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା।