ମାଙ୍କଡ଼ ନେଇଗଲା କରୋନା ନମୁନା

ମେରୁଟ: ଲାବ ଟେକ୍ନିସିଆନକୁ ଆକ୍ରମଣ କରି ଗୋଟିଏ ମାଙ୍କଡ ତିନି କରୋନା ଆକ୍ରାନ୍ତଙ୍କ ରକ୍ତ ନମୁନା ନେଇଯାଇଛି। ଉତ୍ତର ପ୍ରଦେଶ ସରକାରୀ ହସ୍ପିଟାଲରେ ଏଭଳି ବିଚିତ୍ର ଘଟଣା ଘଟିଛି। କରୋନା ନମୁନା ନେଇଯିବା ପରେ ଲାବ ଟେକ୍ନିସିଆନକୁ ମାଙ୍କଡଟି ଛାଡ଼ି ଦେଇଥିଲା। ନମୁନା ସହିତ ଥିବା ଗ୍ଲୋଭସକୁ ମଧ୍ୟ ମାଙ୍କଡ ନେଇଯାଇଥିବା ଜଣାପଡ଼ିଛି। ଗଛ ଉପରେ ବସି ମାଙ୍କଡ଼ଟି ଗ୍ଲୋଭସଟିକୁ ପାଟି ଭିତରେ ପୁରାଇଥିବା ଦେଖିବାକୁ ମିଳିଛି। ଏହି ଘଟଣା ପଶ୍ଚିମ ଉତ୍ତର ପ୍ରଦେଶର ମେରୁଟ ମେଡିକାଲ […]

meerut-monkey-flees-with-covid-test-sample

meerut-monkey-flees-with-covid-test-sample

Subhransu Sekhar
  • Published: Friday, 29 May 2020
  • Updated: 29 May 2020, 09:51 PM IST

Sports

Latest News

ମେରୁଟ: ଲାବ ଟେକ୍ନିସିଆନକୁ ଆକ୍ରମଣ କରି ଗୋଟିଏ ମାଙ୍କଡ ତିନି କରୋନା ଆକ୍ରାନ୍ତଙ୍କ ରକ୍ତ ନମୁନା ନେଇଯାଇଛି। ଉତ୍ତର ପ୍ରଦେଶ ସରକାରୀ ହସ୍ପିଟାଲରେ ଏଭଳି ବିଚିତ୍ର ଘଟଣା ଘଟିଛି। କରୋନା ନମୁନା ନେଇଯିବା ପରେ ଲାବ ଟେକ୍ନିସିଆନକୁ ମାଙ୍କଡଟି ଛାଡ଼ି ଦେଇଥିଲା। ନମୁନା ସହିତ ଥିବା ଗ୍ଲୋଭସକୁ ମଧ୍ୟ ମାଙ୍କଡ ନେଇଯାଇଥିବା ଜଣାପଡ଼ିଛି। ଗଛ ଉପରେ ବସି ମାଙ୍କଡ଼ଟି ଗ୍ଲୋଭସଟିକୁ ପାଟି ଭିତରେ ପୁରାଇଥିବା ଦେଖିବାକୁ ମିଳିଛି।

ଏହି ଘଟଣା ପଶ୍ଚିମ ଉତ୍ତର ପ୍ରଦେଶର ମେରୁଟ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ତିନି ଦିନ ତଳେ ଘଟିଛି। ଏହି ହସ୍ପିଟାଲ ପଶ୍ଚିମ ଉତ୍ତର ପ୍ରଦେଶର କରୋନା ହସ୍ପିଟାଲ ଗୁଡ଼ିକର ନୋଡେଲ ସେଣ୍ଟର ରହିଛି। ଏହି ଘଟଣାକୁ ହସ୍ପିଟାଲର ଡାକ୍ତର ମଧ୍ୟ ସ୍ୱୀକାର କରିଛନ୍ତି। ତେବେ ଯେଉଁ ନମୁନା ମାଙ୍କଡ ନେଇଯାଇଛି ତାହା ସ୍ୱାବ ନୁହେଁ ବରଂ ରକ୍ତ ନମୁନା। ଏବେ ଆକ୍ରାନ୍ତଙ୍କ ପାଖରୁ ପୁଣିଥରେ ରକ୍ତ ନମୁନା ନିଆଯାଇ ପରୀକ୍ଷା କରାଯାଇଛି ବୋଲି ମେରୁଟ ମେଡିକାଲ କଲେଜ ଏବଂ ହସ୍ପିଟାଲର ଡାକ୍ତର ଡାକ୍ତର ଏସକେ ଗର୍ଗ କହିଛନ୍ତି।

ଡାକ୍ତର ଜଣଙ୍କ ଆହୁରି କହିଛନ୍ତି ଯେ, ନୋଭେଲ କରୋନା ଭାଇରସ୍ ମଣିଷ ମାନଙ୍କ ଠାରୁ ମାଙ୍କଡ ମାନଙ୍କୁ ସଂକ୍ରମିତ ହେଉଥିବାର କୌଣସି ପ୍ରମାଣ ନାହିଁ। ବୈଜ୍ଞାନିକମାନେ କରିଥିବା ଗବେଷଣାରେ ମଧ୍ୟ ମଣିଷ ମାନଙ୍କ ଠାରୁ ମାଙ୍କଡ ମାନଙ୍କୁ କରୋନା ସଂକ୍ରମିତ ହେଉଥିବାର ପ୍ରମାଣ ନାହିଁ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos