ଦେଶର ଅଧିକାଂଶ ରାଜ୍ୟରେ ଦକ୍ଷିଣ-ପଶ୍ଚମ ମୌସୁମୀ ବର୍ଷା ଜାରି

ନୂଆଦିଲ୍ଲୀ: ଦେଶର ରାଜଧାନୀ ନୂଆଦିଲ୍ଲୀରେ ମୌସୁମୀରେ ପ୍ରଭାବରେ ପ୍ରବଳ ବର୍ଷା ଜାରିଥିବା ବେଳେ ଦେଶର ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ଦକ୍ଷିଣ-ପଶ୍ଚିମ ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ସାଙ୍ଗକୁ ଭୂସ୍ଖଳନ ଯୋଗୁଁ ଅରୁଣାଚଳ ପ୍ରଦେଶରେ ମୃତ୍ୟୁ ସଂଖ୍ୟ ୧୦କୁ ବୃଦ୍ଧି ପାଇଥିବା ବେଳେ ୧୦ରୁ ଅଧିକ ନଦୀରେ ପ୍ରଳୟଙ୍କାରୀ ବନ୍ୟା ଦେଖାଦେଇଛି। ସେହିପରି ଉତ୍ତରଖଣ୍ଡରେ ବାଦଲଫଟା ବର୍ଷା ଯୋଗୁଁ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ବର୍ଷା ଯୋଗୁଁ ଗତକାଲି ସନ୍ଧ୍ୟାରୁ ଉଦ୍ଧାରକାର୍ଯ୍ୟକୁ ସ୍ଥଗିତ ରଖାଯାଇଛି। ସେହିପରି ଉତ୍ତରପ୍ରବେଶରେ […]

rain fall

Rakesh Mallick
  • Published: Sunday, 03 July 2016
  • , Updated: 03 July 2016, 12:33 PM IST

ନୂଆଦିଲ୍ଲୀ: ଦେଶର ରାଜଧାନୀ ନୂଆଦିଲ୍ଲୀରେ ମୌସୁମୀରେ ପ୍ରଭାବରେ ପ୍ରବଳ ବର୍ଷା ଜାରିଥିବା ବେଳେ ଦେଶର ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ଦକ୍ଷିଣ-ପଶ୍ଚିମ ବର୍ଷା ଜାରି ରହିଛି।

ପ୍ରବଳ ବର୍ଷା ସାଙ୍ଗକୁ ଭୂସ୍ଖଳନ ଯୋଗୁଁ ଅରୁଣାଚଳ ପ୍ରଦେଶରେ ମୃତ୍ୟୁ ସଂଖ୍ୟ ୧୦କୁ ବୃଦ୍ଧି ପାଇଥିବା ବେଳେ ୧୦ରୁ ଅଧିକ ନଦୀରେ ପ୍ରଳୟଙ୍କାରୀ ବନ୍ୟା ଦେଖାଦେଇଛି। ସେହିପରି ଉତ୍ତରଖଣ୍ଡରେ ବାଦଲଫଟା ବର୍ଷା ଯୋଗୁଁ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ବର୍ଷା ଯୋଗୁଁ ଗତକାଲି ସନ୍ଧ୍ୟାରୁ ଉଦ୍ଧାରକାର୍ଯ୍ୟକୁ ସ୍ଥଗିତ ରଖାଯାଇଛି।

ସେହିପରି ଉତ୍ତରପ୍ରବେଶରେ ପ୍ରବଳ ବର୍ଷା ଯୋଗୁଁ ୧୧ ଜଣଙ୍କର ପ୍ରାଣହାନୀ ହୋଇଥିବା ବେଳେ ଏଥିରେ ୩ ଜଣ ନାବାଳିକା ରହିଛନ୍ତି।

ଦିଲ୍ଲୀରେ ପ୍ରବଳ ବର୍ଷା ଫଳରେ ଡ୍ରେନ୍‌ ଜାମ୍‌ ଯୋଗୁଁ ମୁଖ୍ୟ ରାସ୍ତା ଓ ତଳିଆ ଅଞ୍ଚଳରେ ବର୍ଷାଜଳ ଜମି ରହିଛି।

ଏନେଇ ଆଇଏମ୍‌ଡିର ଜଣେ ବରିଷ୍ଟ ଅଧିକାରୀ କହିଛନ୍ତି,‘‘ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ମଧ୍ୟ ପ୍ରଦେଶର ଅଧିକାଂଶ ଅଞ୍ଚଳ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ଓଡ଼ିଶା, ଆନ୍ଧ୍ରପ୍ରଦେଶ, ହରିୟାଣା, ଚଣ୍ଡିଗଡ, ରାଜସ୍ଥାନ ଓ ଅରୁଣାଚଳପ୍ରଦେଶରେ ପ୍ରବଳ ବର୍ଷା ଜାରି ରହିଛି। ଏହା ଆସନ୍ତ ୪ ଦିନ ଯାଏ ଜାରି ରହିବ।”

Related story