ଆସୁଛି ମୌସୁମୀ, ରାମେଶ୍ୱରମ୍‌ ସମୁଦ୍ର ଅଶାନ୍ତ

ନୂଆଦିଲ୍ଲୀ: ଦିନକ ପରେ ଅର୍ଥାତ୍ ୬ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବ। ଏନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ମୌସୁମୀ ଆସିବା ପୂର୍ବରୁ ତାମିଲନାଡୁର ରାମେଶ୍ୱରମ୍‌ରେ ସମୁଦ୍ର ଅଶାନ୍ତ ହୋଇଛି। ବହୁ ଉଚ୍ଚରେ ଜୁଆର ଉଠୁଥିବା ଦେଖିବାକୁ ମିଳିଛି। ଫଳରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ବାରଣ କରାଯାଇଛି। ସେହିପରି ଲକ୍ଷାଦୀପରେ ଏକ ଘୂର୍ଣ୍ଣି ବାତ୍ୟା ସୃଷ୍ଟି  ହୋଇଛି। ତେବେ ଜୁନ୍‌ ୮ରୁ ୧୦ ମଧ୍ୟରେ  ପୂର୍ବଭାରତ ଓ ଉତ୍ତରଭାରତ […]

b-88-12

Tapaswini Nayak
  • Published: Tuesday, 04 June 2019
  • , Updated: 04 June 2019, 01:23 PM IST

ନୂଆଦିଲ୍ଲୀ: ଦିନକ ପରେ ଅର୍ଥାତ୍ ୬ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବ। ଏନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ମୌସୁମୀ ଆସିବା ପୂର୍ବରୁ ତାମିଲନାଡୁର ରାମେଶ୍ୱରମ୍‌ରେ ସମୁଦ୍ର ଅଶାନ୍ତ ହୋଇଛି।

ବହୁ ଉଚ୍ଚରେ ଜୁଆର ଉଠୁଥିବା ଦେଖିବାକୁ ମିଳିଛି। ଫଳରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ବାରଣ କରାଯାଇଛି। ସେହିପରି ଲକ୍ଷାଦୀପରେ ଏକ ଘୂର୍ଣ୍ଣି ବାତ୍ୟା ସୃଷ୍ଟି  ହୋଇଛି। ତେବେ ଜୁନ୍‌ ୮ରୁ ୧୦ ମଧ୍ୟରେ  ପୂର୍ବଭାରତ ଓ ଉତ୍ତରଭାରତ ବ୍ୟାପି ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ଆକଳନ କରିଛି।

ସୂଚନାଥାଉ କି, ଚଳିତ ବର୍ଷ ମୌସୁମୀ ଆସିବାରେ ବିଳମ୍ବ ହେଉଛି। ମୌସୁମୀ ୬ରେ କେରଳ ଛୁଉଁଥିବାରୁ ଓଡ଼ିଶାକୁ ଆସିବାରେ ବିଳମ୍ବ ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗର ଏଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।

Related story