Advertisment

ଜହ୍ନରେ ପ୍ରତିଷ୍ଠା ହେବ ଗାଁ

ଆମଷ୍ଟରଡାମ୍: ଜହ୍ନ ରାଇଜରେ ପ୍ରତିଷ୍ଠା ହେବ ଗାଁ। ଅର୍ଥାତ ଚନ୍ଦ୍ରରେ ‘ମୁନ୍ ଭିଲେଜ’। ଆସନ୍ତା ୨୦୩୦ ସୁଦ୍ଧା ଚନ୍ଦ୍ରପୃଷ୍ଠରେ ଏଭଳି ‘ମୁନ୍ ଭିଲେଜ’ ପ୍ରତିଷ୍ଠା ପାଇଁ ଲକ୍ଷ୍ୟ ରଖିଛି ୟୁରୋପିଆନ ସ୍ପେସ୍ ଏଜେନ୍ସି। ନିକଟରେ ନେଦରଲାଣ୍ଡରେ ଅନୁଷ୍ଠିତ ୟୁରୋପିଆନ ସ୍ପେଶ୍ ଏଜେନ୍ସୀ ଇଏସଏର ସିମ୍ପୋଜିୟମ୍ ମୁନ୍ ୨୦୨୦-୩୦ ଅବସରରେ ବୈଜ୍ଞାନିକମାନେ ଏହି ଆଶା ପ୍ରକାଶ କରିଛନ୍ତି। ମୁନ୍ ଭିଲେଜ ହେଉଛି ମହାକାଶ ଗବେଷଣା ପାଇଁ ଚନ୍ଦ୍ରପୃଷ୍ଠରେ ଉପଲବ୍ଧ ହେବାକୁ ଥିବା ସବୁ ପ୍ରକାର ଜ୍ଞାନକୌଶଳ ଓ ସୁବିଧା […]

author-image
Rakesh Mallick
ଅଦ୍ୟତନ ହୋଇଛି
ଜହ୍ନରେ ପ୍ରତିଷ୍ଠା ହେବ ଗାଁ

moon

ଆମଷ୍ଟରଡାମ୍: ଜହ୍ନ ରାଇଜରେ ପ୍ରତିଷ୍ଠା ହେବ ଗାଁ। ଅର୍ଥାତ ଚନ୍ଦ୍ରରେ ‘ମୁନ୍ ଭିଲେଜ’। ଆସନ୍ତା ୨୦୩୦ ସୁଦ୍ଧା ଚନ୍ଦ୍ରପୃଷ୍ଠରେ ଏଭଳି ‘ମୁନ୍ ଭିଲେଜ’ ପ୍ରତିଷ୍ଠା ପାଇଁ ଲକ୍ଷ୍ୟ ରଖିଛି ୟୁରୋପିଆନ ସ୍ପେସ୍ ଏଜେନ୍ସି। ନିକଟରେ ନେଦରଲାଣ୍ଡରେ ଅନୁଷ୍ଠିତ ୟୁରୋପିଆନ ସ୍ପେଶ୍ ଏଜେନ୍ସୀ ଇଏସଏର ସିମ୍ପୋଜିୟମ୍ ମୁନ୍ ୨୦୨୦-୩୦ ଅବସରରେ ବୈଜ୍ଞାନିକମାନେ ଏହି ଆଶା ପ୍ରକାଶ କରିଛନ୍ତି। ମୁନ୍ ଭିଲେଜ ହେଉଛି ମହାକାଶ ଗବେଷଣା ପାଇଁ ଚନ୍ଦ୍ରପୃଷ୍ଠରେ ଉପଲବ୍ଧ ହେବାକୁ ଥିବା ସବୁ ପ୍ରକାର ଜ୍ଞାନକୌଶଳ ଓ ସୁବିଧା ସୁଯୋଗର ଏକ ସ୍ୱଂୟସମ୍ପୂର୍ଣ୍ଣ କେନ୍ଦ୍ର। ଯେଉଁଠି ମହାକାଶ ବିଜ୍ଞାନ ସମ୍ପର୍କରେ ଗବେଷଣା କରାଯାଇପାରିବ। ଏହା କେବଳ ଇଏସ୍ଏ ନୁହେଁ ବରଂ ବିଶ୍ୱର ସମସ୍ତ ଦେଶର ବୈଜ୍ଞାନିକମାନଙ୍କ ପାଇଁ ଉନ୍ମୁକ୍ତ ରଖାଯିବ। ଫଳରେ ଯେ କୌଣସି ଦେଶର ମହାକାଶ ବିଜ୍ଞାନୀ, ମହାକାଶ ଗବେଷଣା ସଂସ୍ଥା କୌଣସି ପ୍ରକାର ନୂଆ କୌଶଳର ଆଦାନ ପ୍ରଦାନ କରିପାରିବେ। ଆଗାମୀ ଦିନରେ ହେବାକୁ ଥିବା ମଙ୍ଗଳ ସମେତ ଅନ୍ୟ ଗ୍ରହକୁ ଅଭିଯାନ ଲାଗି ଏହି ମୁନ୍ ଭିଲେଜ୍ ଏକ ମୁଖ୍ୟ ସ୍ଥାନ ଭାବେ କାମ କରିବ। ପୂର୍ବରୁ ଚନ୍ଦ୍ରରେ ଥିବା ବିଭିନ୍ନ ଉତ୍ସକୁ ବ୍ୟବହାର କରାଯାଇ କିପରି ସୌରଶକ୍ତି ଉତ୍ପନ୍ନ କରାଯିବ ଏବଂ ବ୍ୟବହାର ଯୋଗ୍ୟ ହେବ ସେ ଉପରେ ଇଏସଏର ବୈଜ୍ଞାନିକମାନେ ଗବେଷଣା ଚଳାଇଛନ୍ତି।

Advertisment