ନୂଆଦିଲ୍ଲୀ: ରାଜନୀତିରେ ପୁଣି ସାମ୍ପ୍ରଦାୟିକ ରଙ୍ଗ ବୋଳିଛନ୍ତି ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ୍। ବିଜେପିକୁ ଟାର୍ଗେଟ କରି ସେ କହିଛନ୍ତି ପାକିସ୍ତାନ ସହ ଅଧିକ ଅଣମୁସଲିମ୍ ଲୋକ ସଂପର୍କରେ ଅଛନ୍ତି। ଦିଗବିଜୟ ସିଂହ ଏପରି ମନ୍ତବ୍ୟ ଦେବା ପରେ ପୁଣିଥରେ ସାମ୍ପ୍ରଦାୟିକ ରାଜନୀତିକୁ ନେଇ ତର୍କ ଆରମ୍ଭ ହୋଇଛି।
ବିଜେପି ଏବଂ ବଜରଂଗ ଦଳ( ବିଜେପିର ଶାଖା ଦଳ) ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ପାଖରୁ ଟଙ୍କା ନେଉଛନ୍ତି ବୋଲି ଦିଗବିଜୟ ସିଂହ ଆଜି କହିଛନ୍ତି। ଯେଉଁମାନେ ଅଣମୁସଲିମ୍ ସେମାନେ ପାକିସ୍ତାନ ପାଖରୁ ଟଙ୍କା ନେଉଛନ୍ତି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଗତ ବୁଧବାର ମଧ୍ୟ ପ୍ରଦେଶର ସତନା ଜିଲ୍ଲାରୁ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଇବା ଅଭିଯୋଗରେ ୫ ଜଣ ଲୋକ ଗିରଫ୍ ହୋଇଥିଲେ। ଏହି ଗିରଫ ୫ ଅଭିଯୁକ୍ତ ପାକିସ୍ତାନର ଆଇଏସଆଇ ଦ୍ୱାରା ପରିଚାଳିତ ହେଉଥିଲେ ବୋଲି ଅଭିଯୋଗ ରହିଛି। ୫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ବିଜେପିର ସହଯୋଗୀ ତଥା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସୃଷ୍ଟି ବଜରଙ୍ଗ ଦଳର ନେତା ବଳରାମ ସିଂହ ଅଛନ୍ତି।
ଏକ ଆପ୍ପ ମାଧ୍ୟମରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ସହ ଏହି ଗିରଫ ଅଭିଯୁକ୍ତମାନେ ଯୋଗାଯୋଗରେ ଥିଲେ। ଯେଉଁ ଆପ୍ପ ବ୍ୟବହାର କରୁଥିଲେ ସେଥିରେ କୌଣସି ମେସେଜ୍ କିମ୍ୱା କଲ୍ର ରେକର୍ଡ଼ ରୁହେ ନାହିଁ।
ସେହିପରି ଦୁଇ ବର୍ଷ ତଳେ ଭାରତୀୟ ଜନତା ଯୁବ ମୋର୍ଚ୍ଚାର ନେତା ଧୃବ ସାକ୍ସେନା ସମାନ ଅଭିଯୋଗରେ ଜେଲ୍ ଯାଇଥିଲେ। ପରବର୍ତ୍ତୀ ସମୟରେ କିନ୍ତୁ ବେଲ୍ରେ ବାହାରିଥିଲେ।
ଦିଗବିଜୟ ସିଂହଙ୍କ ଏହି ମନ୍ତବ୍ୟକୁ ନେଇ ସୋଶାଲ ମିଡିଆରେ ଆରମ୍ଭ ହୋଇଛି ଝଡ଼। ନିକଟରେ ବିଜେପିରେ ଯୋଗ ଦେଇଥିବା ପୂର୍ବତନ ଭାରତୀୟ ସ୍ପେଶାଲ୍ ଫୋର୍ସ ସଦସ୍ୟ ମେଜର ସୁରେନ୍ଦ୍ର ପୁନିଆ କହିଛନ୍ତି ବିଜେପି ଆଇଏସଆଇ ପାଖରୁ ଟଙ୍କା ନେଉଥିଲା ବୋଲି ପ୍ରମାଣ ଅଛି କି? ଧର୍ମାନ୍ତର ଅଭିଯାନ ଏବଂ ଦିଗବିଜୟ ସିଂହଙ୍କ ଭଳି ନେତା ଦେଶ ପାଇଁ ବିପଦ ବୋଲି ସେ କହିଛନ୍ତି।
କଂଗ୍ରେସ ଏ ବାବଦରେ ଟୁଇଟ୍ କରି କହିଛି ବିଜେପି ଆଇଏସଆଇ ପାଖରୁ ଟଙ୍କା ନେଇଥିବା କଥା ଦଳ କହି ନାହିଁ। କିନ୍ତୁ ଅନ୍ୟ ଦିଗବିଜୟ ସିଂହ ଟୁଇଟ କରି କହିଛନ୍ତି ବଜରଙ୍ଗ ଦଳ ନେତା ବଳରାମ ଓ ବିଜେପି ଆଇଟି ଶାଖାର କର୍ମଚାରୀ ଆଇଏସଆଇ ସହ ଲିଙ୍କ୍ ରଖିଥିବା ଅଭିଯୋଗରେ ଗିରଫ୍ ହୋଇଛନ୍ତି।
https://twitter.com/digvijaya_28/status/1168038347412885504